ଅନାବନା ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ
Advertisement
Article Detail0/zeeodisha/odisha614750

ଅନାବନା ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ

କେମିତି ଅନାବଶ୍ୟକ ଭାବନାରୁ ରକ୍ଷା ପାଇବେ ? ଆପଣାନ୍ତୁ କିଛି ଟିପ୍ସ

ପ୍ରତୀକାତ୍ମକ ଫଟୋ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର : ମଣିଷ ଜୀବନରେ ଚିନ୍ତା ରହିଛି ।  ଏହି ଚିନ୍ତା ସକରାତ୍ମକ ହୋଇପାରେ କିମ୍ବା ନକରାତ୍ମକ । କୌଣସି କଥାକୁ ନେଇ ଚିନ୍ତା କରୁ ନ ଥିବା ବ୍ୟକ୍ତି ବୋଧ ହୁଏ କେହି ନ ଥିବେ । ରାଗ, ଋଷା, ଅଭିମାନ, ହତାଶାବୋଧ ମଣିଷକୁ ଘେରି ରହିଥାଏ । ଏଥିରୁ ମୁକୁଳିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । ଗୋଟିଏ କଥାକୁ ବାରମ୍ବାର ଭାବିବା, ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଏହା ଉଭୟ ମାନସିକ ଓ ଶାରୀରିକ ସ୍ତରରେ ପ୍ରଭାବ ପକାଇଥାଏ ।

ଷ୍ଟ୍ରେସର କୁପ୍ରଭାବ

ଦୀର୍ଘ ଦିନ ଧରି କୌଣସି କଥାକୁ ଚିନ୍ତା କରିବା ଦ୍ୱାରା ମାନସିକ ସନ୍ତୁଳନ ବିଗିଡ଼ି ଯାଏ । ଅର୍ଥାତ୍ ମଣିଷ ଧିରେ ଧିରେ ମାନସିକ ଅବସାଦର ଶିକାର ହୋଇଥାଏ । ସାଧାରଣତଃ ପୁରୁଷଙ୍କ ତୁଳନାରେ ମହିଳା ଅଧିକ ଭାବପ୍ରବଣ ହୋଇ ଉଠନ୍ତି । ଛୋଟ ଛୋଟ କଥାରେ ବିଚଳିତ ହୋଇଯାଆନ୍ତି  ।  ମହିଳାଙ୍କ ଏଭଳି ଗୁଣ ଯୋଗୁଁ ଅଧିକାଂଶ କ୍ଷେତ୍ରରେ ସମ୍ପର୍କରେ ଫାଟ ସୃଷ୍ଟି ହୁଏ । ଆହୁରି ମଧ୍ୟ କେବେ କେବେ ସମ୍ପର୍କ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥାଏ ବୋଲି ମନସ୍ତତ୍ତ୍ୱବିତ୍ କୁହନ୍ତି । ତେଣୁ ମହିଳାଙ୍କୁ ଅତି ସମ୍ବେଦନଶୀଳ ଶ୍ରେଣୀରେ ରଖାଯାଇଥାଏ ।

ଷ୍ଟ୍ରେସ୍ କାରଣରୁ ହେଉଥିବା ରୋଗ

ଦୀର୍ଘ ଦିନ ଧରି ଷ୍ଟ୍ରେସରୁ ମୁକୁଳି ନ ପାରିଲେ, ଏହାର ନକରାମତ୍କକ ପ୍ରଭାବ ହୃଦୟରେ ପଡ଼ିଥାଏ । ବ୍ଲଡ଼ ପ୍ରେସର ମଧ୍ୟ ବଢିଥାଏ । ଅଧିକ ଇମୋସନାଲ୍ କାରଣରୁ ଅନିଦ୍ରା ବା Insomnia ର ଆଶଙ୍କା ଥାଏ । ଫଳରେ ଶରୀରରେ ଉର୍ଜା କମିଥାଏ । ଧ୍ୟାନ ଦେବା ଉଚିତ୍ ଯେ, ଅଧିକ  ଚିନ୍ତା କରିବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ (Gastroenterological) ସମସ୍ୟା ଉପୁଜିଥାଏ । ପାଚନ ପ୍ରକ୍ରିୟା ସଠିକ୍ ନ ହେବା କାରଣରୁ  ବଦହଜମି, ବାନ୍ତି, ମୁଣ୍ଡ ବୁଲେଇବା ଆଦି ଲକ୍ଷଣ ପ୍ରକାଶ ପାଏ ।

fallback

ଆଲତୁଭାଲତୁ ଭାବନାରୁ କେମିତି ବର୍ତ୍ତିବେ

  1. କୌଣସି କଥାର ଗୁରୁତ୍ୱ ନ ଥିଲେ ଆଦୌ ଏହାକୁ ନେଇ ଚିନ୍ତା କରନ୍ତୁ ନାହିଁ ।
  2. ବେଶି ଭାବନ୍ତୁ ନାହିଁ ,ପ୍ରତ୍ୟେକଟି ପରିସ୍ଥିତିକୁ ସାମ୍ନା କରିବା ଶିଖନ୍ତୁ ।
  3. କିଏ କଣ କହିଦେଲେ, ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ ।
  4. ଅନାବଶ୍ୟକ ବିଷୟକୁ ଆଭଏଡ଼ କରିବା ଶିଖନ୍ତୁ ।
  5. ମନକୁ ଶାନ୍ତ ରଖନ୍ତୁ ।
  6. ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ । ନିଜ ପାଇଁ ସମୟ ବାହାର କରନ୍ତୁ ।
  7. ମନ ଖୋଲା ହସନ୍ତୁ, ଯେତେ ପାରୁଛନ୍ତି ହସନ୍ତୁ । ନିଜକୁ ଭଲ ଲାଗୁଥିବା କାମ ବାରମ୍ବାର କରନ୍ତୁ ।
  8. କୌଣସି କଥାକୁ ମନ ଭିତରେ ଚାପି ନରଖି, ବିଶ୍ୱସନୀୟ ବ୍ୟକ୍ତିଙ୍କ ସହ ସେୟାର କରନ୍ତୁ ।
  9. କୁହାଯାଏ, ଖାଲି ଘର ସୈତାନ କା ଦିମାକ୍ । ତେଣୁ ବସି ରୁହନ୍ତୁନି । ସବୁବେଳେ କାମ କରନ୍ତୁ । ଅନାବନା ଭାବନାରେ ଡୁବିବା ପାଇଁ ସମୟ ହିଁ ମିଳିବନି