ଆଖି କିପରି କାମ କରେ ଜାଣନ୍ତି କି ?
Advertisement

ଆଖି କିପରି କାମ କରେ ଜାଣନ୍ତି କି ?

 ମଣିଷ, ଏହା ହେଉଛି ବ୍ରହ୍ମାଣ୍ଡର ଏକ ଶ୍ରେଷ୍ଠ ଉତ୍ପତ୍ତି । ଆଉ ମଣିଷ ପାଇଁ ତା ଶରୀରରେ ଥିବା ଆଖି ଏକ ଏପରି ଅଙ୍ଗ ଯାହା  ସାହାଯ୍ୟରେ ମଣିଷ ପୁରା ଦୁନିଆକୁ ଦେଖିଥାଏ । ତେବେ ଆପଣ କେବେ ଭାବିଛନ୍ତି ଆଖି ସାହାଯ୍ୟରେ ଆମେ ଦୁନିଆକୁ କିପରି ଦେଖିପାରୁଛେ । 

ଆଖି କିପରି କାମ କରେ ଜାଣନ୍ତି କି ?

ତପନ କୁମାର କର, ନୂଆଦିଲ୍ଲୀ: ମଣିଷ, ଏହା ହେଉଛି ବ୍ରହ୍ମାଣ୍ଡର ଏକ ଶ୍ରେଷ୍ଠ ଉତ୍ପତ୍ତି । ଆଉ ମଣିଷ ପାଇଁ ତା ଶରୀରରେ ଥିବା ଆଖି ଏକ ଏପରି ଅଙ୍ଗ ଯାହା  ସାହାଯ୍ୟରେ ମଣିଷ ପୁରା ଦୁନିଆକୁ ଦେଖିଥାଏ । ତେବେ ଆପଣ କେବେ ଭାବିଛନ୍ତି ଆଖି ସାହାଯ୍ୟରେ ଆମେ ଦୁନିଆକୁ କିପରି ଦେଖିପାରୁଛେ । 

fallbackଆଖିର ଆଗରେ ଥିବା ପରଦା ବା କରନିଆ କାଚପରି ସଫା ହୋଇଥାଏ ଏହାର ପଛକୁ ଗୋଟାଏ ଗୋଲାକାର କୋଠରୀ । ସେଥିରେ ପାଣି ଭଳି ଦ୍ରବ୍ୟ ଭରିହୋଇ ରହିଥାଏ । ଏହା ପରେ ଗୋଟାଏ ମାଂସପେଶୀର ଗୋଲା ପରଦା ବା ଆଇରିସ ରହିଥାଏ, ଏହି ପରଦାର ଠିକ୍ ମଝିରେ ଏକ ଛୋଟ ଫାଙ୍କ ଥାଏ। ଏହାକୁ  ପିଉପିଲ କୁହାଯାଇଥାଏ । ଆଖିର ପିଉପିଲ ଠିକ୍ କ୍ୟାମେରାର ସର୍ଟର ଭଳି କାମ କରିଥାଏ । ଅଧିକ ଆଲୋକରେ ଛୋଟ  ଓ କମ୍ ଆଲୋକରେ ବଡ ହୋଇଯାଇଥାଏ । ଏହା ପଛକୁ ଲେନ୍ସ ଓ ଲେନ୍ସ ପଛକୁ ଭିଟ୍ରିଯାସ ହ୍ୟୁମାର ଓ ତାପରେ ରେଟିନା ରହିଥାଏ । ଆଲୋକ ପ୍ରଥମେ ଆଖିର କରନିଆରେ ଥିବା ଲେନ୍ସ ପାର ହେବାପରେ  ଆଲୋକ କଣା ସବୁ ସମାନ୍ତରାଳ ହୋଇ ରୋଟିନା ଆଡକୁ ବଢନ୍ତି । ସେ ସମସ୍ତ ସମାନ୍ତରାଳ ଆଲୋକ କଣା ରେଟିନା ଦେହରେ ପଡ଼ିଲେ ରେଟିନାରେ ଥିବା ବିଭିନ୍ନ ପ୍ରକାରର ଜୀବକୋଷମାନ ଉତ୍ତେଜିତ ହୁଅନ୍ତି  ଓ ଆମକୁ ଦେଖାଯାଇଥାଏ ।

 ଆଲୋକକୁ ଧରିବା ପାଇଁ ଆଖିର ରେଟିନାରେ ପ୍ରାୟ ୧୩୭ ନିଯୁତ ଜୀବକୋଷ ରହିଥାଏ । ତା ମଧ୍ୟରୁ ୧୩୦ ନିଯୁତ ଖାଲି କଳା ଓ ଧଳା ରଙ୍ଗ ଚିହ୍ନିବା ପାଇଁ ଲମ୍ବା ଲମ୍ବା ଜୀବକୋଷ ରହିଥାଏ ଓ ସାତ ନିୟୁତ ପାଖାପାଖି ପିରାମିଡ ଭଳି ଜୀବକୋଷ ରଙ୍ଗୀନ ଆଲୁଅକୁ ଧରିବା ପାଇଁ ରହିଥାଏ । ଏଭଳି ଦୁଇପ୍ରକାର ଜୀବକୋଷମାନଙ୍କ ପାଇଁ ମଣିଷ ସବୁପ୍ରକାରର ରଙ୍ଗକୁ ସହଜରେ ଚିହ୍ନିପାରେ । ଲମ୍ବା ଲମ୍ବା ଜୀବକୋଷମାନ ରେଟିନାରେ ବିଛେଇ ହୋଇ ରହିଥାଏ । ମାତ୍ର ପିରାମିଡ ଭଳି ରଙ୍ଗ ଚିହ୍ନିବା ଜୀବକୋଷ ମାନେ କେବଳ ଗୋଟାଏ ଜାଗାରେ ରହିଥାନ୍ତି । ସେଇ ସ୍ଥାନଟି ହେଉଚି ଫୋବିଆ, ଗୋଟାଏ ଛୋଟ ଆକାରର ଗୋଲିଆ ବିରି ଭଳି । ଯେତେ ଆଲୁଅ ଆଖିର ଲେନ୍ସ ଦେଇ ପ୍ରବେଶ କରେ ତାର ଫୋକସ ବିନ୍ଦୁ ହେଉଛି ଫୋବିଆ । ଖୁବ୍ ପାଖ ଜିନିଷକୁ ଦେଖିବା ପାଇଁ ଫୋବିଆ ସାହାଜ୍ୟ କରେ । ରେଟିନାରେ ଆଲୋକ ପଡ଼ିଲେ ବିଭିନ୍ନ ପ୍ରକାର ରାସାୟନିକ ପ୍ରତିକ୍ରିୟା ହୁଏ । ସେହି ପ୍ରତିକ୍ରିୟା ହେଲେ ସେମାନଙ୍କ ଦେହରେ ବିଦ୍ୟୁତ ପ୍ରବାହ ଆରମ୍ଭ ବେଇଥାଏ ।  ସେ ବିଦ୍ୟୁତ ପ୍ରବାହ ଆଖିର ସ୍ନାଯୁକୁ ପ୍ରଭାବିତ ହେଇ ମସ୍ତିସ୍କରେ ଥିବା ଅକ୍ସିପିଟେଲ ଲୋବକୁ ସଞ୍ଚାରିତ ହେଇଥାଏ । ସେଠାରେ ମସ୍ତିସ୍କ ଏହାକୁ  ବିଶ୍ଳେଷଣ କରି ମଣିଷକୁ କଣ ଦେଖା ଯାଉଛି ତାହା ଜଣାଇଥାଏ ।  ରଙ୍ଗୀନ ଆଲୋକ  ଦେଖିଲେ ମଧ୍ୟ ସେହିପରି ରାସାୟନିକ ପ୍ରତିକ୍ରିୟା ଓ ବିଦ୍ୟୁତ୍ ପ୍ରବାହ ହୁଏ ମାତ୍ର ଏ ପ୍ରତିକ୍ରିୟା ଏତେ ସୂକ୍ଷ୍ମ ଓ ଜଟିଳ ହେଇଥାଏ, ସ୍ନାୟୁରେ ଟିକିଏ କିଛି ଖରାପ ହେଲେ ରଙ୍ଗ ଦେଖିବାରେ ଅସୁବିଧା ହୋଇଥାଏ ।  ଆଲୋକ କମି ଯିବା କ୍ଷଣି ଅନ୍ଧାରରେ ରଙ୍ଗ ଦେଖି ହୁଏ ନାହିଁ । ସବୁ କିଛି ପ୍ରାୟ ଧୂସରିଆ ରଙ୍ଗର ଦେଖା ଯାଏ , କାରଣ ଆଖିର କୋନ ଜୀବକୋଷମାନେ ଅନ୍ଧାରରେ ଆଦୌ କୌଣସି କାମ କରିପାରନ୍ତି ନାହିଁ । ତେଣୁ ବେସି ଉଜ୍ବଳ ଆଲେକ ମଧ୍ୟ ଆମ ଅଖିକୁ କ୍ଷତୁ ପହଁଞ୍ଚାଇଥାଏ । ମଣିଷ ଛେଟ ବେଳେ କେବଳ ଆଲେକ ଓ ଅନ୍ଧକାର ବୁଝି ପାରିଥାଏ । ପାଖ ଜିନିଷକୁ ଠିକରେ ଦେଖି ପାରେ ନାହିଁ । କଅଁଳ ପିଳାଙ୍କ ଦୁଇଟି ଆଖିର ଲୟ ବଦ୍ଧତା ମଧ୍ୟ ଠିକ ନ ଥାଏ । ଧିରେ ଧିରେ ବୟସ ବଢିବା ପରେ ଦୁଇଟି ଆଖି ଠିକ୍ ଭାବରେ ଦେଖିବା ଶିଖନ୍ତି  ଓ ଲୟ ବଦ୍ଧତା ମଧ୍ୟ ବଢିଥାଏ । ଯେପରି ଝାପ୍ସା ଆଲୋକରେ ପିଲାମାନେ ପଢି ପାରନ୍ତି ମାତ୍ର ବଡ଼ ଲୋକ  ମାନେ ପଢି ପାରନ୍ତି ନାହିଁ । ତାହାର କାରଣ ହେଉଛି ଛୋଟ ବେଳେ ଆଖିର ମାଂସପେଶୀ ଖୁବ୍ ଭଲ ଥାଏ ଓ ଭଲ କାମ କରିପାରେ । ଜଣିଲେ ଆଶ୍ଚର୍ଯ୍ୟ ହେବ ଆଖି ଦିନକୁ ପ୍ରାୟ ୧୦,୦୦୦ ଥର ଘୁରି ବୁଲିଥାଏ । ଏଥିରୁ ଆପଣ ଆଖିର ମାଂସପେଶୀର ଶକ୍ତିର କଳ୍ପନା କରନ୍ତୁ । ତେଣୁ ଆଖିର ଯତ୍ନ ନିଅନ୍ତୁ ।