ନ୍ୟୁ ଇଅରରେ ଘରକୁ ଦିଅନ୍ତୁ ନ୍ୟୁ ଲୁକ୍
Advertisement

ନ୍ୟୁ ଇଅରରେ ଘରକୁ ଦିଅନ୍ତୁ ନ୍ୟୁ ଲୁକ୍

ଘରକୁ ଦେବାକୁ ଚାହୁଁଛନ୍ତି କି ନୂଆ ବର୍ଷରେ ନୂଆ ଲୁକ ? 

ନ୍ୟୁ ଇଅରରେ ଘରକୁ ଦିଅନ୍ତୁ ନ୍ୟୁ ଲୁକ୍

ଶୁଭଶ୍ରୀ ମହାପାତ୍ର,ଭୁବନେଶ୍ୱର : କେମିତି ଚାଲିଛି, ନୂଆ ବର୍ଷର ପ୍ଲାନିଂ ? ଘରକୁ ଦେବାକୁ ଚାହୁଁଛନ୍ତି କି ନୂଆ ବର୍ଷରେ ନୂଆ ଲୁକ ? ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଆମେ ଦେବୁ ଆପଣଙ୍କୁ ଘର ଡେକୋରେଟ୍ ପାଇଁ କିଛି  ଟିପ୍ସ ।

fallbackକଲରଫୁଲ୍ କୁଶନ୍ସ(cushions) : ଘର ସଜେଇବା ପାଇଁ ମାର୍କେଟରେ ଏବେ ବିଭିନ୍ନ କଲର ଓ ସାଇଜର କୁଶନ୍ସ ମିଳୁଛି । ସିକ୍ବେନ୍ କୁଶନ୍ସକୁ ଲୋକେ ବେଶୀ ପସନ୍ଦ କରୁଛନ୍ତି । ତେଣୁ ଆପଣ ନିଜ ଇଚ୍ଛାନୁସାରେ କୁଶନ୍ସ ଅନଲାଇନରେ ଅର୍ଡ଼ର କିମ୍ବା ନିଜେ ମାର୍କେଟକୁ ଯାଇ ଆଣି ପାରିବେ । ରୁମ୍ ଫ୍ଲୋରରେ ମେଟର୍ସ ଉପରେ ନିଜ ପସନ୍ଦ ମୁତାବକ କୁଶନ୍ସ ଦେଇ ସଜାନ୍ତୁ । ଏହା ଘରକୁ ଦେବ ଏକ ଭିନ୍ନ ଲୁକ୍  । 

fallbackଫେୟାରୀ ଲାଇଟ୍ସ(Fairy lights): ଡାଇନିଂ ରୁମ ହେଉ କି ଡ୍ରଇଂ ରୁମ । ଫେୟାରୀ ଲାଇଟ୍ସ ଦ୍ବାରା ସଜାନ୍ତୁ ନିଜ ରୁମକୁ । ବେଡରୁମରେ ମଧ୍ୟ ଫେୟାରୀ ଲାଇଟ୍ସ ଲଗାଇ ନ୍ୟୁ ଇଅରରେ ସ୍ମରଣୀୟ କରିପାରିବେ । ଫଟୋ ସେସନରେ ସାଧାରଣତଃ ଫେୟାରୀ ଲାଇଟ୍ସ ଆକର୍ଷଣୀୟ ଲାଗେ । ନିଜେ କିମ୍ବା ପରିବାର ଲୋକଙ୍କ ସହ ଏଠି ନେଇପାରିବେ ସେଲ୍ଫି ।

fallbackହେଙ୍ଗିଙ୍ଗ୍ ଲାଇଟ୍ସ (Hanging lights ) : ଘରେ ହେଙ୍ଗିଂଗ୍ ଲାଇଟ୍ସ ମଧ୍ୟ ସୁନ୍ଦରତାକୁ ଦୁଇ ଗୁଣ କରିଥାଏ । ସନ୍ଧ୍ୟା କିମ୍ବା ରାତିରେ ଏହା ଆକର୍ଷଣୀୟ ଲାଗେ । ଅନଲାଇନ୍ ସାଇଟରେ ବିଭିନ୍ନ ଡିଜାଇନର Hanging lights ମିଳିଯାଉଛି ।

fallbackପ୍ଲାଣ୍ଟ୍ସ(Plants) : ଆର୍ଟିଫିସିଆଲ୍ ପ୍ଲାଣ୍ଟ ନୁହେଁ, ଘରେ ନାଚୁରାଲ୍ ବା ଲାଇବ୍ ଫ୍ଲାୱାର୍ ପ୍ଲାଣ୍ଟସ୍  ରଖିପାରିବେ । ଇନଡୋର ପ୍ଲାଣ୍ଟ ଆପଣଙ୍କୁ  ଦେବ ଗାର୍ଡେନର ଫିଲ୍ । ଯଦି ଛାତ ବଡ଼ ବା ବାଲକୋନି ଅଛି, ତେବେ ଏଠି ମଧ୍ୟ ଆପଣ ଛୋଟ ଛୋଟ ଗଛ ଲଗେଇ ପାରିବେ । 

fallbackଆର୍ଟସ(Arts) : ଘରକୁ ଆକର୍ଷଣୀୟ ଲୁକ ଦେବାରେ ପେଣ୍ଟିଂର ମଧ୍ୟ ରହିଛି ଭୂମିକା । ଟ୍ରାଡ଼ିସନାଲ ହେଉ କି ମଡ଼ର୍ଣ୍ଣ ପେଣ୍ଟିଂ ୱାଲରେ ଲଗେଇପାରିବେ ।