ଚୁଟି ଝଡୁଛି କି ? ଚିନ୍ତା କରନ୍ତୁ ନାହିଁ
Advertisement
Article Detail0/zeeodisha/odisha617157

ଚୁଟି ଝଡୁଛି କି ? ଚିନ୍ତା କରନ୍ତୁ ନାହିଁ

 ବର୍ତ୍ତମାନ ଯୁବପିଢୀଙ୍କ ମଧ୍ୟରେ କେଶ ଝଡ଼ିବା ଏବଂ ଚନ୍ଦାପଣ ଏକ ପ୍ରମୁଖ  ସମସ୍ୟା ପାଲଟି ଯାଇଛି । ତେଣୁ କେଶ ନଥିବାରୁ ମୁହଁର ସୌନ୍ଦର୍ଯ୍ୟ ହ୍ରାସ ପାଇଥାଏ । ମାତ୍ର ଆପଣ ମାନେ ଚିନ୍ତା କରନ୍ତୁ ନାହିଁ । ଆସନ୍ତୁ ଜାଣିବା କାହିଁକି କେଶ ଝଡେ ଏହାର କାରଣ ଓ ନିରାକରଣ କେମିତି କରିବେ ସେ ସମ୍ପର୍କରେ 

ଚୁଟି ଝଡୁଛି କି ? ଚିନ୍ତା କରନ୍ତୁ ନାହିଁ

ମୋନିକା ମହାନ୍ତି, ଭୁବନେଶ୍ୱର: ବର୍ତ୍ତମାନ ଯୁବପିଢୀଙ୍କ ମଧ୍ୟରେ କେଶ ଝଡ଼ିବା ଏବଂ ଚନ୍ଦାପଣ ଏକ ପ୍ରମୁଖ  ସମସ୍ୟା ପାଲଟି ଯାଇଛି । ତେଣୁ କେଶ ନଥିବାରୁ ମୁହଁର ସୌନ୍ଦର୍ଯ୍ୟ ହ୍ରାସ ପାଇଥାଏ । ମାତ୍ର ଆପଣ ମାନେ ଚିନ୍ତା କରନ୍ତୁ ନାହିଁ । ଆସନ୍ତୁ ଜାଣିବା କାହିଁକି କେଶ ଝଡେ ଏହାର କାରଣ ଓ ନିରାକରଣ କେମିତି କରିବେ ସେ ସମ୍ପର୍କରେ 

 ଆଜିର  ଯୁବକ ଯୁବତୀମାନେ ସିଗାରେଟ୍ ଟାଣିବା ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ପ୍ରତି ଆକୃଷ୍ଟ ହେବା ଦ୍ୱାରା ସେମାନଙ୍କ ଠାରେ କେଶ ଝଡିବା ସମସ୍ୟା ଦେଖାଦେଉଛି।  ହରମୋନ ପରିବର୍ତ୍ତନ, ଅସନ୍ତୁଳିତ ଖାଦ୍ୟାଭ୍ୟାସ ଓ ପରିବର୍ତ୍ତତ ଜୀବନଶୈଳୀ ଯୁବାବସ୍ଥାରେ କେଶ ଝଡିବା ବା ଚନ୍ଦାପଣ ଲାଗି ମୁଖ୍ୟତଃ ଦାୟୀ ।  ଯୁବପିଢି ସୁଷମ ଖାଦ୍ୟ ପରିବର୍ତ୍ତେ ବର୍ତ୍ତମାନ ଜଙ୍କଫୁଡ୍‌, ଫାଷ୍ଟ ଫୁଡ୍‌ ,ଦ୍ୱାରା ଶରୀରକୁ ଆବଶ୍ୟକୀୟ ମାତ୍ରାରେ ପ୍ରୋଟିନ୍‌ ମିଳିପାରୁନାହିଁ ।  ଯୁବାବସ୍ଥାରୁ କେଶ ଝଡିବା, ପାଚିବା, ସହ ଅନେକଙ୍କ ଠାରେ ଚନ୍ଦାପଣ ଦେଖାଦେଉଛି।

କେଶରେ ବିଭିନ୍ନ ପ୍ରକାର କେମିକାଲ୍‌ ଯୁକ୍ତ ରଙ୍ଗ ,ଜେଲ୍‌ ଶ୍ୟାମ୍ପୁ ,କଣ୍ଡିସନ୍‌ର ଆଦିର ବ୍ୟବହାର ସାଙ୍ଗକୁ ହେୟାର ଷ୍ଟ୍ରେଟନିଂ ,
କର୍ଲି, ଡ୍ରାଏ ଆଦି ହେୟାର ଷ୍ଚାଇଲ୍‌ କରାଇବା ଦ୍ୱାରା କେଶ ଝଡିବା ସମସ୍ୟା ଦେଖାଦିଏ ।
 
କିଭଳି କେଶର ଯତ୍ନ ନେବେ 
କେଶକୁ ମଜବୁତ୍‌ କରିବା ପାଇଁ ଭିଟାମିନ୍‌ ଯୁକ୍ତ ଖାଦ୍ୟ ଓ ପ୍ରଚୁର ପନିପରିବା ଖାଆନ୍ତୁ । ସପ୍ତାହରେ ଅତି କମ୍‌ରେ ୨ ଥର ନଡ଼ିଆ ତେଲ ବା ଅନ୍ୟ ତେଲ ଲଗାଇ ମସାଜ୍‌ କରନ୍ତୁ ଏବଂ ପରେ କେଶକୁ ଧୋଇ ଦିଅନ୍ତୁ କିମ୍ବା ସଫା କରି ଦିଅନ୍ତୁ । ଯେଉଁଦିନ କେଶ ସଫା କରିବାର ଅଛି ତା’ର କିଛି ସମୟ ପୂର୍ବରୁ ପାଚିଲା କଦଳୀରେ ମହୁ ମିଶ୍ରଣ କରି ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ତାହାକୁ ନିଜ ମୁଣ୍ଡରେ ଲଗାନ୍ତୁ । ଲଗାଇବା ପରେ କଦଳୀ କେଶରେ ଶୁଖିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । କେଶ ଶୁଖିଯିବା ପରେ ମୁଣ୍ଡକୁ ସଫା କରିଦିଅନ୍ତୁ । ଆପଣ ମହୁରେ ଲେମ୍ବୁ ରସ ମିଶାଇ ମଧ୍ୟରେ କେଶରେ ଲଗାଇ ପାରିବେ । ଏହା ଦ୍ୱାରା କେଶର ରୁକ୍ଷପଣ ଦୂର ହୋଇଥାଏ ଓ ଅପେକ୍ଷାକୃତ କେଶ ଝଡ଼ିବା କମ୍‌ ହୋଇଥାଏ ।
-  ଆପଣ ଲଗାଇଉଥିବା ତେଲ ବୋତଲ୍‌ରେ କିଛି ମେଥି ଗୁଣ୍ଡ କରି ପକାଇ ଦିଅନ୍ତୁ। ମେଥି ନୂଆ ‌ଚୁଟି ଉଠାଇବାରେ ସାହାଯ୍ୟ କରିଥାଏ । ଆପଣଙ୍କର ଝଡ଼ି ଯାଇଥିବା କେଶ ସ୍ଥାନରୁ ନୂଆ କେଶ ଉଠାଇବାରେ ମେଥି ବିଶେଷ ସହାୟକ ହେବ ।
- ସପ୍ତାହକୁ ଅତିକମରେ ୨ ଦିନ କେଶ ଶାମ୍ପୁ କରିବା ଉଚିତ । କେଶମୂଳରେ ନଖଉଷୁମ ବାଦାମ ତେଲ କିମ୍ବା ନଡ଼ିଆ ତେଲ ମାଲିସ କରନ୍ତୁ । ଶୀତଦିନେ କେଶର କଣ୍ଡିସନିଂ କରିବା ନିତାନ୍ତ ଜରୁରୀ ।

- ନଚେତ ସପ୍ତାହକୁ ଥରୁଟିଏ ହେନା ପ୍ୟାକ ଲଗାଇବା ସମୟରେ ସେଥିରେ ମହୁ ଓ ଦହି ଅଳ୍ପ ମିଶାଇ କେଶମୂଳରେ ଲଗାଇ ସାମ୍ପୁ  କରିନେବେ ।

- ଶୀତଦିନେ କେଶକୁ ସ୍କାର୍ଫରେ ବାନ୍ଧି ରଖନ୍ତୁ । ବାହାର ଧୂଳି କେଶରେ ରହି ସଂକ୍ରମଣ କରିବାର ଭୟ ଥାଏ ।    
- ଶୀତଦିନରେ କେଶ ଅଧିକ ଝଡିବାକୁ ଲାଗେ । ଏହାକୁ କମାଇବାକୁ ହେଲେ କେଶରେ ତେଲ ଲଗାନ୍ତୁ।
-  କେଶକୁ ସବୁବେଳେ ମଇଶ୍ଚରାଇଜଜ୍ ରଖିବା ପାଇଁ ଅଲିଭ୍, ବାଦାମ୍ କିମ୍ବା ନଡ଼ିଆ ତେଲର ବ୍ୟବହାର କରନ୍ତୁ ।
-  ଯେ କୌଣସି ତେଲ ହେଉ ନା କାହିଁକି, ଶୀତଦିନରେ ସବୁବେଳେ ତେଲକୁ ଉଷୁମ କରି କେଶ ମୂଳରେ ମାଲିସ୍ କରନ୍ତୁ ।
- ବିଶେଷ ଭାବେ ଶୀତଦିନରେ କେଶ କଲରିଂ ଠାରୁ ଦୂରେଇ ରହନ୍ତୁ ।

- ଯଦି  ଆପଣ ତୁରନ୍ତ  ରୂପି ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି ତେବେ ଦହିରେ ଅଣ୍ଡାର ଧଳା ଅଂଶକୁ ମିଶାଇ ଏହାକୁ କେଶ ମୂଳରେ ମାଲିସ କରି ୩୦ ମିନିଟ ରଖନ୍ତୁ ।
୩୦ ମିନିଟ ପରେ ମୁଣ୍ଡ ଧୋଇ ଦିଅନ୍ତୁ ।
- ଲେମ୍ବୁ ଓ ମହୁ ମିଶାଇ କେଶ ମୂଳରେ ଲଗାଇଲେ ରୂପି ସମସ୍ୟା ଦୂର ହୋଇଥାଏ  ।