ଯଦି ବିଲ ଲାଗୁ କରିବ, ତ ମୋ ଶବ ଉପରଦେଇ: ମମତା
Advertisement

ଯଦି ବିଲ ଲାଗୁ କରିବ, ତ ମୋ ଶବ ଉପରଦେଇ: ମମତା

ନିଜ ଜିଦରେ ଅଟଳ ଦିଦି । କହିଲେ ମରିଯିବି ପଛେ ନାଗରିକତା ସଂଶୋଧନ ଆଇନ ଲାଗୁ କରାଇଦେବିନି

ଯଦି ବିଲ ଲାଗୁ କରିବ, ତ ମୋ ଶବ ଉପରଦେଇ: ମମତା

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ନାଗରିକ ସଂଶୋଧିନ ବିଧେୟ ଆଇନରେ ପରିଣତ ହେବା ଦିନରୁ ବ୍ୟାପକ ହେଉଛି ହିଂସା । ବିଲକୁ ବିରୋଧୀ କରି ଦେଶର ଅନେକ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଉଛି । ବିରୋଧର ନିଆଁ ପ୍ରଥମେ ଆସାମରୁ ଆରମ୍ଭ ହୋଇଥିବା ବେଳେ ଏବେ ଚାରିଆଡ଼େ ତାହା ହୁ ହୁ ହୋଇ ବ୍ୟାପିବାରେ ଲାଗିଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ଏହି ଆଇନକୁ ତୀବ୍ର ବିରୋଧ କରୁଛନ୍ତି ଛାତ୍ରଛାତ୍ରୀ । 

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ଆଇନକୁ ତୀବ୍ର ବିରୋଧ କରିଛନ୍ତି । ନାଗରିକ ସଂଶୋଧନ ଆଇନ ଓ NRC କୁ ହଟା ନ ଯିବା ଯାଏ ପଶ୍ଚିମବଙ୍ଗରେ ବିରୋଧ ଜାରି ରହିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ମମତା ବାନାର୍ଜୀ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆପଣ ପଶ୍ଚିମବଙ୍ଗରେ ମୋ ସରକାର ଭାଙ୍ଗିବାକୁ ଚାହଁନ୍ତି ତେବେ ଭାଙ୍ଗିପାରନ୍ତି କିନ୍ତୁ ମୁଁ, କେବେ ବି ପଶ୍ଚିମବଙ୍ଗରେ ଏହି ଆଇନକୁ ଲାଗୁ ହେବା ପାଇଁ ଦେବି ନାହିଁ । ଆଉ ଯଦି ଆଇନ ଲାଗୁ କରିବା ପାଇଁ ଚାହିଁବ ତେବେ ମୋ ଶବ ଉପରଦେଇ ଆପଣଙ୍କୁ ଯିବାକୁ ହେବ ବୋଲି ସଫା ସଫା କହିଛନ୍ତି ମମତା । fallback

ଆନ୍ଦୋଳନରେ ବସିଥିବା ସମସ୍ତ ଆନ୍ଦୋଳନକାରୀଙ୍କୁ ମମତା ଆହ୍ୱାନ ଦେଇଛନ୍ତି ଯେ ଯିଏ ନିଜ ଦେଶକୁ ଭଲପାଏ ସେ ଏ ସ୍ଥାନ ଛାଡ଼ି ଯିବ ନାହିଁ ଆଉ ଯିଏ ଘୃଣାର ରାଜନୀତି ପସନ୍ଦ କରେ ସେ ଏହି ଆନ୍ଦୋଳନ ପରିତ୍ୟାଗ କରି ଏଠୁ ଯିବେ ବୋଲି କହିଛନ୍ତି । ଅପରପକ୍ଷରେ ମମତାଙ୍କୁ ଆସନ୍ତାକାଲି ପଶିମବଙ୍ଗର ଗର୍ଭନର ସକାଳ ୧୦ଟାବେଳେ ଡକାଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୩୫୪ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ପୋଲିସ ।

କେବଳ ମମତା ନୁହଁ ଅଖିଳେଶ ଯାଦବ, କଂଗ୍ରେସର ପ୍ରିୟଙ୍କା ଗାନ୍ଧି, ରାହୁଲ ଗାନ୍ଧି ମଧ୍ୟ ବିଲକୁ ବିରୋଧ କରିଛନ୍ତି । ସୋମବାର ଆଇନକୁ ବିରୋଧ କରି ପ୍ରିୟଙ୍କା ଗାନ୍ଧି ଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏବଂ କହିଛନ୍ତି ପ୍ରତିଟି କଂଗ୍ରେସ କର୍ମୀ ଏହି ଆଇନକୁ ବିରୋଧ କରିବେ । ଗତକାଲି ଜମିଲା ବିଶ୍ୱବିଦ୍ୟାଳୟରେ କାହା ସରକାର ଛାତ୍ରଙ୍କୁ ବାଡେିଥିଲେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।

fallback