ପିଲାଙ୍କ ସ୍ମୃତି ଶକ୍ତି ପାଇଁ...
Advertisement
Article Detail0/zeeodisha/odisha630833

ପିଲାଙ୍କ ସ୍ମୃତି ଶକ୍ତି ପାଇଁ...

ଏସବୁ ଫଳ ଖାଆନ୍ତୁ, ପ୍ରଖର ହେବ ସ୍ମୃତି ଶକ୍ତି

ପ୍ରତୀକାତ୍ମକ ଫଟୋ

ତପନ କୁମାର କର, ନୂଆଦିଲ୍ଲୀ: ଯେତେବେଳେ ପରୀକ୍ଷା ପାଖେଇ ଆସେ, ପିଲାଙ୍କ ସହ ଅବିଭାବକଙ୍କ ବି ଚିନ୍ତା ବଢ଼ିଥାଏ । ପାଠପଢ଼ା ସହ ଖାଦ୍ୟପେୟର ବି ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ । ଏହି ସମୟରେ ଆପଣ ପିଲାଙ୍କୁ ଏପରି ଜିନିଷ ଖାଇବାକୁ ଦିଅନ୍ତୁ ଯାହା ସେମାନଙ୍କର ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବ । ଯାହା ତାଙ୍କର ସ୍ମୃତି ଶକ୍ତିକୁ ବି ବଢ଼ାଇବ । ଆସନ୍ତୁ ଏମିତି କିଛି ଫଳ ବିଷୟରେ ଜାଣିବା ଯାହା ପିଲାଙ୍କ ସ୍ମୃତି ଶକ୍ତି ମଜବୁତ୍ କରିବାରେ ସହାୟକ ହୋଇଥାଏ । କିଛି ଏପରି ଖାଦ୍ୟ ରହିଛି ଯାହା ଖାଇବା ପିଲାଙ୍କ ପାଇଁ ଖୁବ ଉପଯୋଗୀ ଅଟେ ।

ସେଓ - ଏହା ଉତ୍ତମ ଫଳ ଅଟେ । ଏହା ପିଲାଙ୍କୁ ଖାଇବାକୁ ଦେବା ଦ୍ୱାରା ଅନେକ ଉପକାର ମିଳିଥାଏ । ପିଲାଙ୍କ ମେମୋରୀ ପାୱାର ବଢାଇବା ପାଇଁ ଏହା ଏ ଉତ୍ତମ ପ୍ରୋଟିନ ଯୁକ୍ତ ଖାଦ୍ୟ ଅଟେ । ସେଓ ମେମୋରୀ ବଢାଉଥିବା ନ୍ୟୁରୋଟ୍ରାନ୍ସମିଟର ଏସିଟଲକୋଲିନକୁ ସମତୁଲ ରଖିବାରେ ସହାୟକ ହୋଇଥାଏ ।

କଦଳୀ - କଦଳୀରେ ପ୍ରଚୁର ମାତ୍ରାରେ ପୋଟାସିୟମର ଭରି ରହିଥାଏ । ଏହାଦ୍ୱାରା ଛୋଟ ପିଲାଙ୍କ ତୀକ୍ଷଣ ବୁଦ୍ଧିର ଉତ୍ପତି ହୋଇଥାଏ । ଏହା ଦ୍ୱାରା ମସ୍ତିକରେ ନ୍ୟୁରାଟ୍ରାନ୍ସମିଟରକୁ ଉତ୍ତେଜିତ କରିଦିଏ । ଆଲର୍ଟନେସ ରହିବା ସହ ମେମୋରୀ ବିକଶିତ ହୋଇଥାଏ ।

ବିଭିନ୍ନ ପ୍ରକାରର ଅଙ୍ଗୁର - ଅଙ୍ଗୁରରେ ଭିଟାମିନ ଓ ଆଣ୍ଟି-ଆକ୍ସିଡେଣ୍ଟ ଭରପୁର ମାତ୍ରାରେ ଥାଏ । ଯାହା ଦ୍ୱାରା ପିଲାଙ୍କ ଜ୍ଞାନ ଓ ମସ୍ତିସ୍କ ସମ୍ବନ୍ଧିୟ କ୍ଷମତା ବିକଶିତ ହୋଇଥାଏ । ମନେରଖିବା ଶକ୍ତି ପ୍ରଖର କରିବାରେ ଏହାର ଭୂମିକା ଅତୁଳନୀୟ ।

କମଳା- ପିଲାଙ୍କ ପାଇଁ ଏହା ଏକ ଖୁବ୍ ଭଲ ଫଳ ଅଟେ । ଏଥିରେ ଜଥେଷ୍ଟ ଭିଟାମିନ-ସି ସହ ସାଇଟୋନ୍ୟୁଟ୍ରିଏଣ୍ଟସ ଓ ଫଲିକ୍ ଏସିଡ୍ ଭରି ରହିଥାଏ । ଯାହା ବୁଦ୍ଧିର ବିକାଶ ପାଇଁ ବହୁତ ଜରୁରୀ ହୋଇଥାଏ । କମଳା ଖାଇଲେ ପିଲାଙ୍କ ଲର୍ଣ୍ଣିଙ୍ଗ ସ୍କିଲର ବୃର୍ଦ୍ଧି ଘଟେ ବୋଲି ବୈଜ୍ଞାନିକଙ୍କ ମତ ।

ଷ୍ଟ୍ରବେରୀ -ଏହି ଫଳରେ ଫିସେଟିନ ନାମକ ଫ୍ଲାବୋନୋଇଡ୍ ଭିଟାମିନ ମିଳିଥାଏ । ଯାହା ମେମୋରୀ ବଢାଇବାର ନ୍ୟୁରୋନକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏକ ତଥ୍ୟ ଅନୁସାରେ ସପ୍ତାହରେ ୨-୩ଥର ଷ୍ଟ୍ରବେରୀ ଖାଇବା ମସ୍ତିସ୍କ ପାଇଁ ଖୁବ ଭଲ ହୋଇଥାଏ ।

ଧ୍ୟାନ ରଖନ୍ତୁ ଫଳ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ ।

ଆହୁରି ପଢ଼ନ୍ତୁ;