ଭାରତ ଆସିବେ ଇମ୍ରାନ !
Advertisement

ଭାରତ ଆସିବେ ଇମ୍ରାନ !

ଚଳିତ ବର୍ଷ ଶେଷ ଆଡ଼କୁ ଭାରତ ଆସିପାରନ୍ତି ପାରମ୍ପରିକ ଶତ୍ରୁ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଭାରତ ପକ୍ଷରୁ ଇମ୍ରାନଙ୍କୁ ଏ ନେଇ ନିମନ୍ତ୍ରଣ ଦିଆଯିବ। ଭାରତରେ ଚଳିତ ବର୍ଷର ଶେଷ ଆଡ଼କୁ ସାଂଘାଇ ସହଯୋଗୀ ସଂଗଠନର ନେତୃବୃନ୍ଦଙ୍କ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେବା ପାଇଁ ପାକିସ୍ତାନକୁ ନିମନ୍ତ୍ରଣ ଦେବ ଭାରତ। ଏନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯ଼ାଇଛି। 

ଭାରତ ଆସିବେ ଇମ୍ରାନ !

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଆଡ଼କୁ ଭାରତ ଆସିପାରନ୍ତି ପାରମ୍ପରିକ ଶତ୍ରୁ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଭାରତ ପକ୍ଷରୁ ଇମ୍ରାନଙ୍କୁ ଏ ନେଇ ନିମନ୍ତ୍ରଣ ଦିଆଯିବ। ଭାରତରେ ଚଳିତ ବର୍ଷର ଶେଷ ଆଡ଼କୁ ସାଂଘାଇ ସହଯୋଗୀ ସଂଗଠନର ନେତୃବୃନ୍ଦଙ୍କ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେବା ପାଇଁ ପାକିସ୍ତାନକୁ ନିମନ୍ତ୍ରଣ ଦେବ ଭାରତ। ଏନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯ଼ାଇଛି। 

ଅଧିକ ପଢନ୍ତୁ: ଜିସାଟ-୩୦ର ସଫଳ ଉତକ୍ଷେପଣ

ବୈଦେଶିକ ମନ୍ତ୍ରଣାଳୟର ସଚିବ ରବୀଶ କୁମାର କହିଛନ୍ତି କି, ସାଂଘାଇ ସଂଗଠନର ସମସ୍ତ ୮ ସହଯୋଗୀଙ୍କୁ ଏହି ବୈଠକରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯିବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ସ୍ତରୀୟ ନେତୃବୃନ୍ଦମାନେ ଯୋଗ ଦିଅନ୍ତି। ପ୍ରତିବର୍ଷ ଏହି ବୈଠକ ଆୟୋଜନ ହୋଇଥାଏ। ଏହି ବୈଠକରେ ଏସସିଓ ଏବଂ ଆର୍ଥିକ ଓ ବ୍ୟାପାରର ସମ୍ବନ୍ଧରେ ଆଲୋଚନା କରାଯାଇଥାଏ ବୋଲି ସେ ସୂଚନା ଦେଇଥିଲେ। 

ତେବେ ଇମ୍ରାନଙ୍କୁ ନିମନ୍ତ୍ରଣ ନେଇ ଏକ ପ୍ରଶ୍ନରେ ସେ ଉତ୍ତର ଦେଇଥିଲେ, ସାଂଘାଇ କୋଅପରେସନ ଅର୍ଗାନାଇଜେସନ(ଏସସିଓ) ମଧ୍ୟରେ ଥିବା ସମସ୍ତ ପ୍ରକ୍ରିୟାକୁ ଅନୁଯାୟୀ ଏସସିଓର ସମସ୍ତ ୮ ସଦସ୍ୟ ଏବଂ ଏହା ସହିତ ଥିବା ୪ଟି ପର୍ଯ୍ୟବେକ୍ଷକ ରାଜ୍ୟଙ୍କୁ ଏହି ବୈଠକରେ ଅଂଶ ଗ୍ରହଣ କରିବାକୁ ନିମନ୍ତ୍ରଣ କରାଯିବ। ତେବେ ପାକିସ୍ତାନକୁ ନେଇ ରବୀଶ କୁମାର କହିଥିଲେ କି ପାକିସ୍ତାନକୁ ମଧ୍ୟ ନିମନ୍ତ୍ରଣ ଦିଆଯିବ। 

ଅଧିକ ପଢନ୍ତୁ: ଆଉ ଦେଖା କରିବାକୁ ଆସୁନାହାନ୍ତି ପତ୍ନୀ...

ତେବେ ଏହି ବୈଠକ ଭାରତରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସଂଗଠନର ମହାସଚିବ ବ୍ଲାଦିମିର ନୋରୋଓ୍ୱେ ସୋମବାର ଏନେଇ ସୂଚନାଦେଇଥିଲେ। ତେବେ ପାକିସ୍ତାନକୁ ଭାରତ ନିମନ୍ତ୍ରଣ ଦେବା ଦ୍ୱାରା ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ତିକ୍ତତାରେ ସୁଧାର ଆସିପାରେ। ଏପରିକି ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, କେନ୍ଦ୍ର ଶାସିତ ପ୍ରଦେଶକୁ ବଣ୍ଟାଯିବା କାର୍ଯ୍ୟ ମଧ୍ୟ ସରଳ ହେବ ବୋଲି ସେ ଆଶା କରିଛନ୍ତି।