ଜିସାଟ-୩୦ର ସଫଳ ଉତକ୍ଷେପଣ
Advertisement

ଜିସାଟ-୩୦ର ସଫଳ ଉତକ୍ଷେପଣ

ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ସଫଳତାର ସହ ଉତକ୍ଷେପଣ କରିଛି ଇସ୍ରୋ। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଶୁକ୍ରବାର ଜିସାଟ-୩୦ର ସଫଳତାର ସହ  ଉତକ୍ଷେପଣ କରିଛି। ଏହି ଉପଗ୍ରହକୁ ଇସ୍ରୋ ୟୁରୋପିଆନ ହେବି ରକେଟ ଏରିଆନ-୫ ଲଞ୍ଚ ପ୍ୟାଡ଼ରୁ ଉତକ୍ଷେପଣ କରିଛି। ଭାରତୀୟ ସମୟ ରାତି ପ୍ରାୟ ୨। ୩୫ ମିନିଟରେ ଏହି ଉତକ୍ଷେପଣ କରିଥିବା ଜଣାପଡ଼ିଛି।  

ଜିସାଟ-୩୦ର ସଫଳ ଉତକ୍ଷେପଣ

ବେଙ୍ଗାଲୁରୁ: ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ସଫଳତାର ସହ ଉତକ୍ଷେପଣ କରିଛି ଇସ୍ରୋ। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଶୁକ୍ରବାର ଜିସାଟ-୩୦ର ସଫଳତାର ସହ  ଉତକ୍ଷେପଣ କରିଛି। ଏହି ଉପଗ୍ରହକୁ ଇସ୍ରୋ ୟୁରୋପିଆନ ହେବି ରକେଟ ଏରିଆନ-୫ ଲଞ୍ଚ ପ୍ୟାଡ଼ରୁ ଉତକ୍ଷେପଣ କରିଛି। ଭାରତୀୟ ସମୟ ରାତି ପ୍ରାୟ ୨। ୩୫ ମିନିଟରେ ଏହି ଉତକ୍ଷେପଣ କରିଥିବା ଜଣାପଡ଼ିଛି।  

ଅଧିକ ପଢନ୍ତୁ: ନିର୍ଭୟା ମାମଲା: 'ଦୁଇ ଦିନରେ ହେବ ଫାଶୀ'

ଏହି ଉପଗ୍ରହ ଉତକ୍ଷେପଣ ହେବାର କିଛି ସମୟ ମଧ୍ୟରେ ସଫଳତାର ସହିତ ଉପର ଅଂଶ ଅଲଗା ହୋଇଥିବା ଜଣାପଡ଼ିଛି। ତେବେ ଏଠାରେ କହି ରଖୁଛୁ ଯେ, ଜିସାଟ-୩୦ଉପଗ୍ରହ ଇନସାଟ-୪ଏର ସ୍ଥାନ ନେବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଇନସାଟ-୪ଏର ଆୟୁ କାଳ ଶେଷ ହେବାକୁ ଯାଉଛି। ଫଳରେ ଇନସାଟ-୪ର ସ୍ଥାନ ନେବ। ଏହା ସହିତ ଇଣ୍ଟରନେଟ ଟେକ୍ନୋଲୋଜିରେ ଦ୍ରୁତ ପରିବର୍ତ୍ତନ କ୍ଷେତ୍ରରେ ଜିସାଟ-୩୦ ବେଶ ସହଯୋଗୀ ହୋଇପାରିବ। ଉପଗ୍ରହର ଡିଜାଇନ ମଧ୍ୟ ଏକ ଦୂରସଂଚାର ଉପଗ୍ରହ ଭଳି ହୋଇଥିବା ବେଳେ ଏହା ମାଧ୍ୟମରେ ଭାରତରେ ସଂଚାର କ୍ରାନ୍ତି ଆସିବ ବୋଲି ଇସ୍ରୋ ସୂଚନା ଦେଇଛି।  

ଏହି ଉପଗ୍ରହର ଓଜନ ୩୧୦୦ କିଲୋଗ୍ରାମ ରହିଛି। ଏହି ଉପଗ୍ରହ ପ୍ରାୟ ୧୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଜିଓ ଇଲିପ୍ଟକାଲ ଅର୍ବିଟରେ ସ୍ଥାପିତ କରାଯାଇଛି। ଏଥିରେ ଦୁଇଟି ସୋଲାର ପ୍ୟାନେଲ ଓ ବ୍ୟାଟେରି ମଧ୍ୟ ରହିଛି। ତେବେ ଇସ୍ରୋ କହିବା ଅନୁଯାୟୀ ଜିସାଟ-୩୦ର କମ୍ୟୁନିକେସନ ପେଲୋଡ଼କୁ ଅଧିକରୁ ଅଧିକ ଟ୍ରାନସପୋଡ଼ ଲଗାଇବା ପାଇଁ ପ୍ରସ୍ତୁତ କରାଯାଇଛି।  

ଅଧିକ ପଢନ୍ତୁ: ଟିକେଟ କଟିଥିବା ବିଧାୟକଙ୍କୁ କ୍ଷମତା ଲୋଭ ଦେଖାଇଲା ଆପ !

ତେବେ ଚଳିତ ବର୍ଷ ଇସ୍ରୋ ପକ୍ଷରୁ ପ୍ରାୟ ୧୦ଟିରୁ ଊର୍ଦ୍ଧ୍ୱ ସାଟେଲାଇଟ ଲଞ୍ଚ କରିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଇସ୍ରୋ ଏହା ଉପରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଏହା ପରେ ଆଦିତ୍ୟ ଏଲ-୧ ସହିତ ପ୍ରାୟ ୨୫ଟି ଉପଗ୍ରହ ଲଞ୍ଚ କରିବାର ଆବଶ୍ୟକତା ରହିଛି। ଆଦିତ୍ୟ ଏଲ୧ ମିଶନ ମଧ୍ୟ ଚଳିତ ବର୍ଷ ଉତକ୍ଷେପଣ କରିବାକୁ ଯୋଜନା ରଖିଥିବା ଇସ୍ରୋ ପକ୍ଷରୁ ସୂଚନା ରହିଛି।