ଟ୍ରେଡ ଫେୟାରରେ ପାଳିତ ହୋଇଛି ଓଡ଼ିଶା ଦିବସ
Advertisement
Article Detail0/zeeodisha/odisha599672

ଟ୍ରେଡ ଫେୟାରରେ ପାଳିତ ହୋଇଛି ଓଡ଼ିଶା ଦିବସ

୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳାରେ ଓଡ଼ିଶା ଫିଲିଗ୍ରୀ, ବୟନିକା , ଉତ୍କଳିକା  ଭଲ ବ୍ୟବସାୟ କରିଛନ୍ତି ।

ଟ୍ରେଡ ଫେୟାରରେ ପାଳିତ ହୋଇଛି ଓଡ଼ିଶା ଦିବସ

ଗଗନ ବିଶ୍ୱାଳ, ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ ଫେୟାରରେ ପାଳିତ ହୋଇଛି ଓଡ଼ିଶା ଦିବସ । ଓଡ଼ିଶାର କଳା ସଂସ୍କୃତିକୁ ଅର୍ନ୍ତଜାତୀୟ ବାଣିଜ୍ୟମେଳା ଭଳି ଏକ ବିଶ୍ୱସ୍ତରୀୟ ମଞ୍ଚରେ ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି ଓଡ଼ିଆ କଳାକାର । ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେବଦୀପ୍ତି ବିଶ୍ୱାଳଙ୍କ ଓଡ଼ିଶୀ ନୃତ୍ୟ, ଗଞ୍ଜାମ ଲୋକନୃତ୍ୟ ଋଣପା, ଆଦିବାସୀ ଲୋକନୃତ୍ୟ ପ୍ରଦର୍ଶିତ ହୋଇଛି । ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳାରେ ଓଡ଼ିଶା ଫିଲିଗ୍ରୀ, ବୟନିକା , ଉତ୍କଳିକା  ଭଲ ବ୍ୟବସାୟ କରିଛନ୍ତି ।

ରାଜ୍ୟ ସରକାରଙ୍କ ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ  କରିବା ଉଦ୍ୟେଶରେ ଚଳିତ ବର୍ଷ ବାଣିଜ୍ୟ ମେଳାରେ ଓଡ଼ିଶାର ପାଭିଲିୟନକୁ ପ୍ରସ୍ତୁତ କରାଯାଇଥିଲା । ଚଳିତ ବର୍ଷର ଥିଲା ରହିଛି ଇଜ ଅଫ ଡୁଇଙ୍ଗ ବିଜନେସ EASE OF doing bussiness । ଏହାର ଆଭିମୁଖ୍ୟ ରହିଥିଲା କିପରି ଅଧିକ ସହଜରେ ବିଶିଷ୍ଟ ଶିଳ୍ପପତି  ଓ ଉଦ୍ୟେଗପତି ମାନଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରାଯିବ। ରାଜ୍ୟର ଶିଳ୍ପାୟନ ନୀତି ଯୋଗୁଁ ୨୦୧୮ ନଭେମ୍ୱରରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ମେକ ଇନ ଓଡ଼ିଶା କନକ୍ଲେଭରେ ୪.୧୯ ଲକ୍ଷ କୋଟି ପୁଞ୍ଜି ନିବେଶ ପ୍ରତିଶ୍ରୁତି ମିଳିଥିଲା । ୧୪୩ଟି ଶିଳ୍ପ କାର୍ଯ୍ୟକାରୀ ହେଲେ ୬ ଲକ୍ଷ ବେକାର ଯୁବକ ଯୁବତୀ  କର୍ମ ନିଯୁକ୍ତି ହେବାର ଲକ୍ଷ ରଖାଯାଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଦେଇଛନ୍ତି ।

କେମିକାଲ,  ସ୍ୱାସ୍ଥ୍ୟ ସେବା,  ପର୍ଯ୍ୟଟନ, ଭିତ୍ତିଭୂମି ବିକାଶ, ଶକ୍ତି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଲକ୍ଷ୍ୟ ରଖାଯାଇଛି ।  ଏ ନେଇ ଚଳିତ ବର୍ଷ ଆଇଆଇଟିଏଫ ସଫଳ ଭାବେ ଉପସ୍ଥାପନ କରାଯାଇଥିବା ମନ୍ତ୍ରୀ କହିଛନ୍ତି । ଚଳିତ ବର୍ଷ ମେଳାରେ ରାଜ୍ୟ ର  ଏହି ଫାଭିଲିୟନ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।  ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରତିବର୍ଷ ଓଡିଶା ଏଥିରି ଅଂଶ ଗ୍ରହଣ କରୁଛି । ଓଡ଼ିଶାର ପାଭିଲିୟନ ରେ 5 ଟି କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏହାର ଲକ୍ଷ ଓ ଉଦ୍ୟେଶ  ବିଷୟରେ ମଧ୍ୟ ପାଭିଲିୟନରେ ସୂଚନା ପ୍ରଦାନ କରାଯାଇଛି । ନିକଟରେ ଆରମ୍ଭ ହୋଇଥିବା "ମୋ ସରକାର "  କାର୍ଯ୍ୟକ୍ରମ କୁ ମଧ୍ୟ ଉପସ୍ଥାପନ କରାଯାଇଛି ।