ଭାଙ୍ଗିଲା ୧୪ ବର୍ଷର ରେକର୍ଡ, ନିରାଶ କଲେ ବିରାଟ ବାହିନୀ
Advertisement
Article Detail0/zeeodisha/odisha1014135

ଭାଙ୍ଗିଲା ୧୪ ବର୍ଷର ରେକର୍ଡ, ନିରାଶ କଲେ ବିରାଟ ବାହିନୀ

୧୪ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲା ବିରାଟ ବାହିନୀ। 

ଭାଙ୍ଗିଲା ୧୪ ବର୍ଷର ରେକର୍ଡ, ନିରାଶ କଲେ ବିରାଟ ବାହିନୀ

ଦୁବାଇ: ଭାରତ-ପାକିସ୍ତାନ ମହାମୁକାବିଲାର ଦୁଃଖଦ ଅନ୍ତ। ପ୍ରଥମ ଥର ପାଇଁ ପାକିସ୍ତାନ ଠାରୁ T20 ବିଶ୍ୱକପ ମ୍ୟାଚରେ ହାରିଲା ଭାରତ। ମହମ୍ମଦ ରିଜୱାନ ଏବଂ ବାବର ଆଜମଙ୍କ ଭଲ ପ୍ରଦର୍ଶନ ବଳରେ ପାକିସ୍ତାନର ବିଜୟୀ ହୋଇଛି। ନିରାଶ ଭାରତୀୟ ପ୍ରଶଂସକ। ଭାରତ ପ୍ରଥମ ବ୍ୟାଟିଂ କରି ୧୫୨ ରନର ଲକ୍ଷ୍ୟ ଦେଇଥିଲା। ପାକିସ୍ତାନ ଟିମ ଏହି ମ୍ୟାଚକୁ ୧୦ ୱିକେଟରେ ଜିତିନେଇଛି।

ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ପାକିସ୍ତାନ ଆଗରେ ୧୫୨ ରନରେ ଲକ୍ଷ୍ଯ ରଖିଥିବା ବେଳେ ପାକିସ୍ତାନ ବିନା କୌଣସି ୱିକେଟ ହରାଇ ଧାର୍ଯ୍ୟ ଲକ୍ଷ୍ୟ ୧୫୨ ରନ ସଂଗ୍ରହ କରି ନେଇଥିଲେ। ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୩ ଛକା ଏବଂ ୪ ଚୌକା ବଳରେ ମହମ୍ମଦ ରିଜୱାନ ୫୫ ବଲ ଖେଳି ୭୯ ରନ ସଂଗ୍ରହ କରିଥିଲେ। ସେହିପରି ୨ ଛକା ଏବଂ ୪ ଚୌକା ମାରି ୫୨ ବଲରେ ୬୮ ରନ କରିଥିଲେ ବାବର ଆଜମ।   

ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଶୂନ ରନରେ ଆଉଟ୍ ହୋଇଥିଲେ ହିଟମ୍ୟାନ୍ ରୋହିତ ଶର୍ମା। କେ. ଏଲ. ରାହୁଲ ୩ ଏବଂ ସୂର୍ଯ୍ୟକୁମାର ଯାଦବ ୧୧ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଅଧିନାୟକ ବିରାଟ କୋହଲୀ ଏବଂ ରିଷଭ ପନ୍ଥଙ୍କ ସମୟୋପଯୋଗୀ ବ୍ୟାଟିଂ ଫଳରେ ଦଳର ସ୍ଥିତିରେ ସୁଧାର ଆସିଥିଲା। ପନ୍ଥ ୩୦ ବଲରେ ୩୯ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ରବୀନ୍ଦ୍ର ଜାଡ଼େଜା ମଧ୍ୟ ୧୩ ବଲରୁ ମାତ୍ର ୧୩ ରନ୍ କରି ଆଉଟ୍ ହୋଇଥିଲେ। ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୧ ରନ୍ ସଂଗ୍ରହ କରିଥିଲା। ଏଥିରେ ସାମିଲ ଥିଲା ଅଧିନାୟକ ବିରାଟ କୋହଲିଙ୍କ ଏକ ଦମଦାର ଅର୍ଦ୍ଧଶତକ। ସେ ୪୫ ବଲ ଖେଳି ଅର୍ଦ୍ଧଶତକ ପୂରଣ କରିଥିଲେ। ୪୯ ବଲରେ ୫୭ ରନ୍ କରି ଆଉଟ ହୋଇଥିଲେ ସେ।