'ମୋଦି କ୍ୟାମ୍ପ'ରୁ ଶୁଭିଲାଣି ରାହୁଲ ପ୍ରଶଂସା, ଏନଆରସି ଭାଙ୍ଗିବ ଏନଡିଏ !
Advertisement

'ମୋଦି କ୍ୟାମ୍ପ'ରୁ ଶୁଭିଲାଣି ରାହୁଲ ପ୍ରଶଂସା, ଏନଆରସି ଭାଙ୍ଗିବ ଏନଡିଏ !

ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଦେଲେ ପ୍ରଶାନ୍ତ କିଶୋର

ଫାଇଲ ଫଟୋ

ନୂଆଦିଲ୍ଲୀ: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସ୍ପଷ୍ଟ ଆଭିମୁଖ୍ୟକୁ ଏବେ ଅନ୍ୟ ଦଳ ମଧ୍ୟ ପସନ୍ଦ କରିବା ଆରମ୍ଭ କଲେଣି । କେବଳ ବିରୋଧୀ ନୁହେଁ, ଏନଡିଏର ଅଂଶିଦାର ଥିବା ଜେଡିୟୁ ନେତାଙ୍କ ମୁହଁରୁ ରାହୁଲଙ୍କ ପ୍ରଂଶସା ।  ସିଏଏ ବିରୋଧରେ କଂଗ୍ରେସ ଚଳାଇଥିବା ଆନ୍ଦୋଳନକୁ ନେଇ ରାହୁଲଙ୍କୁ ଧନ୍ୟବାଦ ଦେଇଛନ୍ତି ବିଶିଷ୍ଟ ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ତଥା ଜେଡିୟୁ ନେତା ପ୍ରଶାନ୍ତ କିଶୋର । 

ସୋମବାର ଦେଶର ଏକତା ପାଇଁ ସତ୍ୟାଗ୍ରହ କରିଥିଲା କଂଗ୍ରେସ । ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଜୋରଜାର ହମଲା କରିଥିଲେ । ଭାରତ ମାତାର ସ୍ୱର ବନ୍ଦ କରିବା ପାଇଁ ମୋଦିଙ୍କୁ ଦେଶବାସୀ କେବେବି ସୁଯୋଗ ଦେବେ ନାହିଁ ବୋଲି କହିଥିଲେ ରାହୁଲ । ସେହିପରି ସିଏଏକୁ ନେଇ ମଧ୍ୟ କଡା ସମାଲୋଚନା କରିଥିଲେ । ତେବେ ସିଏଏ ବିରୋଧରେ କଂଗ୍ରେସର ଏହି ସତ୍ୟାଗ୍ରହକୁ ନେଇ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଶାନ୍ତ କିଶୋର । 

fallback

ଟ୍ୱିଟ କରି ପ୍ରଶାନ୍ତ କିଶୋର ଲେଖିଛନ୍ତି, ''ସିଏଏ ଓ ଏନଆସି ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିବାରୁ ରାହୁଲଙ୍କୁ ଧନ୍ୟବାଦ । ତେବେ କେବଳ ଜନ ଆନ୍ଦୋଳନ ନୁହେଁ, ଆମକୁ ରାଜ୍ୟଗୁଡିକରେ ମଧ୍ୟ ଏନଆରସିକୁ ଅଟକାଇବାକୁ ପଡିବ । ତେଣୁ କଂଗ୍ରେସ ଶାସିତ ରାଜ୍ୟରେ ଏନଆରସି ଲାଗୁ ହେବାକୁ ନ ଦେବା ପାଇଁ ରାହୁଲ ଆମକୁ ଭରଷା ଦେବେ ବୋଲି ଆମର ଆଶା ରହିଛି।''

Thanks

for joining citizens’ movement against #CAA_NRC. But as you know beyond public protests we also need states to say NO to #NRC to stop it. We hope you will impress upon the CP to OFFICIALLY announce that there will be #No_NRC in the #Congress ruled states.

@PrashantKishor

ସୋମବାର କଂଗ୍ରେସ ପକ୍ଷରୁ ରାଜଘାଟରେ ଏନଆରସି ଓ ସିଏଏ  ବିରୋଧରେ ସତ୍ୟାଗ୍ରହ ହୋଇଥିଲା ଽ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ମନମୋହନ ସିଂହ ପ୍ରମୂଖ ଏହି ସତ୍ୟାଗ୍ରହରେ ସାମିଲ ହୋଇଥିଲେ ଽ ମୋଦି ସରକାର ଲାଗୁ କରିଥିବା ଏନଆରସିକୁ ଏଠାରେ ତୀବ୍ର ବିରୋଧ କରାଯାଇଥିଲା । 

ଆହୁରି ପଢନ୍ତୁ; କଂଗ୍ରେସ ମୁକ୍ତ ଭାରତ; ଆକାଶ କଇଁଆ ଚିଲିକା ମାଛ !