Advertisement
Article Detail0/zeeodisha/odisha685830
Zee OdishaOther Newsଘରେ ରହି ଇଦ ନମାଜ ପଢିବାକୁ ଝାଡଖଣ୍ଡ ଡିଜିପିଙ୍କ ନିବେଦନ

ଘରେ ରହି ଇଦ ନମାଜ ପଢିବାକୁ ଝାଡଖଣ୍ଡ ଡିଜିପିଙ୍କ ନିବେଦନ

ଇଦ ପାଇଁ ଘରେ ରହି ନମାଜ ପଢିବାକୁ ମୁସଲମାନ ଲୋକଙ୍କୁ ନିବେଦନ କରିଛନ୍ତି ଝାଡଖଣ୍ଡ ଡିଜିପି | 

ଘରେ ରହି ଇଦ ନମାଜ ପଢିବାକୁ ଝାଡଖଣ୍ଡ ଡିଜିପିଙ୍କ ନିବେଦନ

ରାଞ୍ଚି: କୋଭିଡ19 ମୁକାବିଲା ଲାଗି ଦେଶରେ ଚଚୁର୍ଥ ପର୍ଯ୍ୟାୟ ଲକ ଡାଉନ ଜାରି ରହିଥିବା ବେଳେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଦିଆଯାଉଛି ଗୁରୁତ୍ୱ | ଏହାକୁ ଦୃଷ୍ଟିରେ ରଖି ମନ୍ଦିର ମସଜିଦ ଭଳି ଧର୍ମାନୁଷ୍ଠାନରେ ଲୋକକ ଏକାଠି ହେବା ଉପରେ କଟକଣା ଜାରି କରାଯାଇଛି | କୋରୋନା ଭାଇରସ କବଳରୁ ମୁକ୍ତି ପାଇବା ଲାଗି ଏକ ବଡ ମାଧ୍ୟମ | 

ଚଳିତ ବର୍ଷର ଇଦ ନମାଜ ଘରେ ରହି ପଢିବାକୁ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ନିବେଦନ କରିଛନ୍ତି ଝାଡଖଣ୍ଡ ପୋଲିସ ଡିଜି ଏମବି ରାଓ | ଏହା ସହିତ ଇଦ ପାଇଁ ଆଗୁଆ ବଧାଇ ଦେଇଛନ୍ତି ସେ | ଏହା ସହିତ କହିଛନ୍ତି  "ଇଦ ହେଉଛି ଆମର ଯାହା ଅଛି ତାହାକୁ ବାଣ୍ଟିବା ଏବଂ ଅନ୍ୟମାନଙ୍କ ଯତ୍ନ ନେବାର ଦିନ | ଏ ବର୍ଷର ଇଦ ବହୁତ ଦମଦାର ହେଉ | ଘରେ ରହି ଏହି ଖୁସି ଉତ୍ସବ ପାଳନ କରିବାକୁ ନିବେଦନ କରୁଛି | ଆପଣ ଏବଂ ଆପଣଙ୍କ ପରିବାରକୁ କୋଭିଡ19 କବଳରୁ ସୁରକ୍ଷିତ ରୁହନ୍ତୁ | "  

ରମଜାନ ଉଲ ମୁବାରକ ମାସ ପରେ ଇଦ ମୁବାରକ ଦିନ ସକାଳେ ମୁସାଲମାନ ସମ୍ପ୍ରଦାୟର ଲୋକ ଇଦ ଗାହା ଠାରେ ଏକତ୍ରୀତ ହୋଇ ନମାଜ ପଢିଥାନ୍ତି | ବର୍ତ୍ତମାନ ଜାରି ରହିଥିବା ଲକଡାଉନ କାରଣରୁ ଘରେ ଇଦ ନମାଜ ପଢିବାକୁ ହେବ | କାରଣ ସାମ୍ପ୍ରତିକ ସ୍ଥିତିରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି | ସର୍ବସାଧାରଣ ସ୍ଥାନରେ ଲୋକଙ୍କ ଏକାଠି ହେବା ଉପରେ କଟକଣା ଜାରି କରାଯାଇଛି | ରମଜାନ ମାସର ଶେଷ ପର୍ଯ୍ୟାୟରେ ଇଦ ପାଳିତ ହୋଇଥାଏ | ଯାହା ଇସଲାମ ଧର୍ମରେ ଏକ ପବିତ୍ର ପର୍ବ | ଚଳିତ ବର୍ଷ ଇଦ ଉଲ ଫିତର ୨୫ କିମ୍ବା ମେ ୨୬ ତାରିଖରେ ପାଳିତ ହେବାର ଅଛି | ଏହି ଦିନର ବିଶେଷ ମହତ୍ତ୍ୱ ରହିଛି | 

Add Zee News as a Preferred Source