ଝାଡଖଣ୍ଡରେ ଚାଲିଛି ଅନ୍ତିମ ପର୍ଯ୍ୟାୟ ଭୋଟିଂ, ସନ୍ଧ୍ୟାରେ ଏକଜିଟ ପୋଲ ଫଳ
Advertisement

ଝାଡଖଣ୍ଡରେ ଚାଲିଛି ଅନ୍ତିମ ପର୍ଯ୍ୟାୟ ଭୋଟିଂ, ସନ୍ଧ୍ୟାରେ ଏକଜିଟ ପୋଲ ଫଳ

ଏହା ଅନ୍ତିମ ପର୍ଯ୍ୟାୟ ମତଦାନ ହୋଇଥିବାରୁ ସନ୍ଧ୍ୟାରେ ଏକଜିଟ ପୋଲ ଫଳ ବା ବୁଥ ବାହୁଡା ଫଳ ପ୍ରକାଶ କରିବେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା । 

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଆଜି ହେଉଛି ଅନ୍ତିମ ପର୍ଯ୍ୟାୟ ମତଦାନ । ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ୧୬ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ଜାରି ରହିଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ଏହି ପର୍ଯ୍ୟାୟରେ ୨୩୭ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ଇଭିଏମରେ ସିଲ ହେବାକୁ ଥିବା ବେଳେ ଏହି ପର୍ଯ୍ୟାୟରେ ୪୦ ଲକ୍ଷ ୫ ହଜାର ୨୮୭ ମତଦାତା ନିଜର ମତ ଅଧିକାର ଜାହିର କରିବେ । ସେହିପରି ଏହା ଅନ୍ତିମ ପର୍ଯ୍ୟାୟ ମତଦାନ ହୋଇଥିବାରୁ ସନ୍ଧ୍ୟାରେ ଏକଜିଟ ପୋଲ ଫଳ ବା ବୁଥ ବାହୁଡା ଫଳ ପ୍ରକାଶ କରିବେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା । 

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଗଡ଼ରେ ଆଜି ମତଦାନରେ ଲୋକମାନେ ବହୁ ଉତ୍ସାହର ସହ ଭାଗ ନେଉଛନ୍ତି । ଯେଉଁ ୧୬ଟି ଆସନରେ ଆଜି ମତଦାନ ହେଉଛି, ଏଥିରେ ୭ଟି ଆସନ ଅନୁସୂଚିତ ଜନତାତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ଗତ ବିଧାନସଭା ନିର୍ବାଚନରେ ଏହି ଆସନ ମଧ୍ୟରୁ ଜେଏମଏମକୁ ମିଳିଥିଲା ୬ଟି ଏବଂ ୫ଟି ଆସନ ବିଜେପି ଖାତାକୁ ଯାଇଖିଲା । ଝାଡ଼ଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି । ସେ ଆହୁରି କହିଛନ୍ତି, ୧୬ଟି ବିଧାନସଭା ଆସନ ପାଇଁ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ କରିବାକୁ ପ୍ରସ୍ତୁତି ଜୋରଦାର କରାଯାଇଛି । ୧୬ ଆସନ ପାଇଁ ମୋଟ ୫୩୮୯ଟି ମତଦାନ କେନ୍ଦ୍ର କରାଯାଇଥିବା ବେଳେ ସହରାଞ୍ଚଳରେ ୨୬୯ ଓ ଗ୍ରାମାଞ୍ଚଳରେ ୫,୧୨୦ ମତଦାନ କେନ୍ଦ୍ର କରାଯାଇଛି । ମୋଟ ୨୦ ଲକ୍ଷ ୪୯ ହଜାର ୯୨୧ ଜଣ ପୁରୁଷ, ୧୯ ଲକ୍ଷ ୫୫ ହଜାର ୩୩୬ ଜଣ ମହିଳା ଓ ୩୦ ଜଣ ତୃତୀୟ ଲିଙ୍ଗ ମତଦାନ କରିବେ ।

ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେ କହିଛନ୍ତି, ମତଦାନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ମତଦାନ କେନ୍ଦ୍ରଗୁଡ଼ିକରେ ବ୍ୟାପକ ଫୋର୍ସ ମୁତୟନ କରାଯିବା ସହ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ନକ୍ସଲ ପ୍ରଭାବିତ ମତଦାନ କେନ୍ଦ୍ର ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । 

୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳ ଡିସେମ୍ବର ୨୩ରେ ବାହାରିବ । ଅନେକ ଆସନରେ ବେଶ ସୁରୁଖୁରୁରେ ମତଦାନ ଶେଷ ବି ହୋଇଛି । ସନ୍ଧ୍ୟାରେ ଭୋଟ ଶେଷ ହେବା ପରେ ବୁଥ୍ ବାହୁଡ଼ା ମତ ବା ଏକଜିଟ୍ ପୋଲ ପ୍ରକାଶ କରିବେ ଗଣମାଧ୍ୟମ । ଜଣାପଡ଼ିବ ଏଥର ରଘୁବରଦାସ ସରକାର ରହୁଛି ନା କ୍ଷମତା ପରିବର୍ତ୍ତନ ସମ୍ଭାବନା ଦେଖାଦେଉଛି, ତା ଉପରେ ଏବେ ରାଜନୀତି ପଣ୍ଡିତ ଏବଂ ଜନତା ଜନାର୍ଦ୍ଦନଙ୍କ ନଜର।।।

ଆହୁରି ପଢନ୍ତୁ; ବିକ୍ଷୋଭକାରୀ ବି ଦେଶକୁ ପ୍ରଚୁର ଭଲ ପାଆନ୍ତି, ପ୍ରମାଣ କରିଦେଲେ ଡିସିପି