ଝାଡଖଣ୍ଡରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ, ମଇଦାନରେ ୨୩୭ ପ୍ରାର୍ଥୀ
Advertisement
Article Detail0/zeeodisha/odisha612666

ଝାଡଖଣ୍ଡରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ, ମଇଦାନରେ ୨୩୭ ପ୍ରାର୍ଥୀ

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ୬ ଜିଲ୍ଲାର ୧୬ ଆସନ ପାଇଁ ମତଦାନ ଚାଲିଛି । ୪୦।୦୫ ଲକ୍ଷ ମତଦାତା ୫ ହଜାର ୩୮୯ ବୁଥରେ ଭୋଟ ଦେଉଛନ୍ତି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ୬ ଜିଲ୍ଲାର ୧୬ ଆସନ ପାଇଁ ମତଦାନ ଚାଲିଛି । ୪୦।୦୫ ଲକ୍ଷ ମତଦାତା ୫ ହଜାର ୩୮୯ ବୁଥରେ ଭୋଟ ଦେଉଛନ୍ତି । 

୧୧ ବିଧାନସଭା ଆସନରେ ମତଦାନ ସନ୍ଧ୍ୟା ୫ଟା ସରିବ । ଅନ୍ୟ ୫ ବିଧାନସଭା ଆସନରେ ଅପରାହ୍ନ ୩ଟାରେ ମତଦାନ ସାରିବାକୁ ନିଷ୍ପତ୍ତି ହୋଇଛି । ଅନ୍ତିମ ପର୍ଯ୍ୟାୟରେ ମଇଦାନରେ ୨୩୭ ପ୍ରାର୍ଥୀ ଅଛନ୍ତି । ଏମାନଙ୍କ ମଧ୍ୟରୁ ୨୯ ମହିଳା । 

ସେହିପରି ସମୁଦାୟ ୫ ହଜାର ୩୮୯ ବୁଥ ମଧ୍ୟରୁ ୧ ହଜାର ୬୯୯ ବୁଥ ସାମାନ୍ୟ, ୨୦୮ ସମ୍ବେଦନଶୀଳ ଏବଂ ୩୯୬ ବୁଥ ଅତି ସମ୍ବେଦନଶୀଳ ଭାବରେ ଚିହ୍ନଟ କରାଯାଇଛି । ନକ୍ସଲ ପ୍ରଭାବିତ ବୁଥ ଗୁଡିକ ଉପରେ ସ୍ୱତନ୍ତ ନଜର ରଖାଯାଇଛି । ମତଦାନ ବେଳେ ଯେପରି କୌଣସି ନକ୍ସଲ ହିଂସା ନଘଟେ, ସେନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 

ଅନ୍ୟପଟେ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗଙ୍କ ପାଇଁ ୭ ହଜାର ୫୦୫ ସ୍ୱେଚ୍ଛାସେବୀ ଓ ୨ ହଜାର ୬୫ ହ୍ୱିଲ ଚେୟାରର ବ୍ୟବସ୍ଥା ହୋଇଛି । ଆହୁରି ମଧ୍ୟ ଦିବ୍ୟାଙ୍ଗ ଭୋଟରଙ୍କୁ ମତଦାନ କେନ୍ଦ୍ର ନେବା ଆଣିବା କରିବା ପାଇଁ ୨ ହଜାର ୭୬୦ ଗାଡିର ବ୍ୟବସ୍ଥା କରାଯାଇଛି । 

ଆହୁରି ପଢନ୍ତୁ; IPL auction 2020: ଚାଲିଛି ନିଲାମୀ, ଜାଣନ୍ତୁ ଏହା ସମ୍ପର୍କରେ...