ବିସ୍ମୟ ବାଳିକା ଦୀପ୍ତି, ୩.୫୪ ସେକେଣ୍ଡରେ ଲେଖୁଛନ୍ତି A ରୁ Z
Advertisement
Article Detail0/zeeodisha/odisha587273

ବିସ୍ମୟ ବାଳିକା ଦୀପ୍ତି, ୩.୫୪ ସେକେଣ୍ଡରେ ଲେଖୁଛନ୍ତି A ରୁ Z

ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ଝାରସୁଗୁଡା ଝିଅ । ଆଖିରେ ପଟି ବାନ୍ଧି ମାତ୍ର ୩.୫୪ ସେକେଣ୍ଡ ରେ A ରୁ Z ପର୍ଯ୍ୟନ୍ତ ଟାଇପ କରି ରେକର୍ଡ ସୃଷ୍ଟି କରିଛନ୍ତି ।

dipti sharma

ମୁକେଶ ପ୍ରଧାନ, ଝାରସୁଗୁଡା: କୁହାଯାଏ ରେକର୍ଡ ସୃଷ୍ଟି କରୁଥିବା ମଣିଷ କେବେ ବୟସ ଦେଖେ ନାହିଁ। ଦୃଢ ଇଚ୍ଛା ଶକ୍ତି, ଆତ୍ମବିଶ୍ୱାସ ଏବଂ କଠିନ ପରିଶ୍ରମ ଦେଇଥାଏ ସଫଳତା । ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ଝାରସୁଗୁଡାର ବିସ୍ମୟ ବାଳିକା ଦୀପ୍ତି ଶର୍ମା। କମ୍ ବୟସରେ ନିଜ ପାଇଁ ସୃଷ୍ଟି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ସେ କୁନି ବୟସରେ ଯାହା କରି ଦେଖାଇଛନ୍ତି, ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । 

ତୃତୀୟ ଶ୍ରେଣୀ ଛାତ୍ରୀ ଦୀପ୍ତି ଆଖିରେ ପଟି ବାନ୍ଧି ମାତ୍ର ୩.୫୪ ସେକେଣ୍ଡ ରେ A ରୁ Z ପର୍ଯ୍ୟନ୍ତ ଟାଇପ କରି ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କ ନାଁ  ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛି । ଆଗକୁ ଗିନିଜ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ଦୀପ୍ତ । ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ, ନିଜ ଆଖିରେ ପଟି ବାନ୍ଧି A ରୁ Z ପର୍ଯ୍ୟନ୍ତ କ୍ରମ ଅନୁସାରେ ନିଜ କି ବୋର୍ଡରେ ଟାଇପ କରିଛନ୍ତି ଏହି କୁନି ବାଳିକା । ଆଉ ଏତେ କମ ବୟଯରୁ ସୃଷ୍ଟି କରିଛନ୍ତି ବଡ ରେକର୍ଡ । ଆଉ ଏହା ସମ୍ଭବ ହୋଇଛି ମାତ୍ର ଗୋଟିଏ ବର୍ଷର ଅଭ୍ୟାସରେ ।

 
ବର୍ତ୍ତମାନ ଦୀପ୍ତି ଝାରସୁଗୁଡା ସହରରେ ଥିବା ମାଇ କିଡ୍ଗ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି । ଏହି ଛାତ୍ରୀଙ୍କ ପାଖରେ ରହିଛି ଅଲୌକିକ କଳା। ଆଖିରେ ପଟିବାନ୍ଧି  କମ୍ପ୍ୟୁଟରରେ ଟାଇପ କରିପାରୁଛନ୍ତି ସେ । ଏହାସହ ବିଦ୍ୟାଳୟର ବିଭିନ୍ନ ଟାସ୍କ ମଧ୍ୟ ପଟି ବାନ୍ଧି କରିପାରନ୍ତି। ଗତ ଅଗଷ୍ଟ ୩ ତାରିଖରେ ଇଂରାଜୀ ଆଲଫାବେଟ A ରୁ Z ପର୍ଯ୍ୟନ୍ତ ମାତ୍ର ୩.୫୪ ସେକେଣ୍ଡରେ ଟାଇପ କରି ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛନ୍ତି । ଗିନିଜ ବୁକ ଅଫ ରେକର୍ଡରେ ଥିବା ୧.୮୦ ସେକେଣ୍ଡକୁ ଭାଙ୍ଗିବା ପାଇଁ ତାଙ୍କର ଲକ୍ଷ୍ୟ ରହିଛି ।   

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦିପ୍ତୀ ଏନେଇ କୌଣସି କୋଚିଂ ନେଇନାହାଁନ୍ତି । କେବଳ ନିଜର ଗୁରୁଜନ ଓ ବାପା ମାଙ୍କ ପ୍ରେରଣାରେ ତାଙ୍କୁ ମିଳିଛି ଏତେ ବଡ ସଫଳତା । ଏବେ ଦୀପ୍ତିଙ୍କ ବୟସ ମାତ୍ର ୯ ବର୍ଷ । ଭବିଷ୍ୟତରେ ଏକ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି ଦୀପ୍ତି । ଆଉ ତାଙ୍କୁ ନେଇ ତାଙ୍କ ପରିବାର ଏବଂ ଅଞ୍ଚଳର ଲୋକେ ମଧ୍ୟ ବହୁତ କିଛି ଆଶା ରଖିଛନ୍ତି । ଆଗକୁ ସେ ଆହୁରି ସଫଳତା ପାଇବା ସହ ଗୌରବ ଆଣିବାକୁ ସଭିଙ୍କ ଆଶା ରହିଛି ।