ସାଇକେଲରେ ମୁଖ୍ୟମନ୍ତ୍ରୀ, ଟ୍ରାକ୍ଟରରେ ଦଳପତି ପହଞ୍ଚିଲେ ମତଦାନ କେନ୍ଦ୍ର
Advertisement

ସାଇକେଲରେ ମୁଖ୍ୟମନ୍ତ୍ରୀ, ଟ୍ରାକ୍ଟରରେ ଦଳପତି ପହଞ୍ଚିଲେ ମତଦାନ କେନ୍ଦ୍ର

ନେତାଙ୍କ ନିଆରା ଅନ୍ଦାଜ । ଟ୍ରାକ୍ଟରରେ ବସି ପରିବାର ସହ ଭୋଟ ଦେଇ ଆସିଲେ ଜନନାୟକ ଜନତା ପାର୍ଟି ନେତା ଦୁଷ୍ୟାନ୍ତ ଚୌଟାଲା। ଅନ୍ୟପଟେ ସାଇକେଲରେ ବସି ମତଦାନ କେନ୍ଦ୍ରକୁ ଗଲେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ।

Dushyant Chautala arrive on a tractor, to cast their votes

ଚଣ୍ଡିଗଡ: ବିଭିନ୍ନ ସମୟରେ ଆମ ଦେଖାଏ ଦେଖାଇଥାନ୍ତି ଭିନ୍ନ ଭିନ୍ନ ଅବତାର । କିଛି ନେତା ଥାଆନ୍ତି, ଯେଉଁମାନେ ସବୁବେଳେ କିଛି ନା କିଛି ନିଆରା କରି ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାନ୍ତି । ଆଉ ନିର୍ବାଚନ ବେଳେ ତ ବିଭିନ୍ନ ନେତାଙ୍କ ଭିନ୍ନ ଭିନ୍ନ ରୂପ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କିଛି ନେତାଙ୍କ ଫର୍ମୁଲା ବେଶ ଚର୍ଚ୍ଚାରେ ରହିଥାଏ । ଆଜି ହରିୟାଣାରେ ମଧ୍ୟ ଦେଖିବାକୁ ମିଳିଛି ଏପରି କିଛି । 

ଟ୍ରାକ୍ଟରରେ ବସିଛନ୍ତି ନେତା । ପୁରା ଡ୍ରାଇଭର ସିଟରେ । ଉଭୟ ପାର୍ଶ୍ୱରେ ବସିଛନ୍ତି ପରିବାର ସଦସ୍ୟ । ବୁଥଆଡକୁ ମୁହାଁଉଛି ଟ୍ରାକ୍ଟର । ସମସ୍ତେ ଆବାକ ହୋଇ ଦେଖୁଛନ୍ତି । କାରଣ ଟ୍ରାକ୍ଟର ଚଳାଉଥିବା ବ୍ୟକ୍ତି ସାଧାରଣ ମଣିଷ ନଥିଲେ, ଥିଲେ ଜନନାୟକ ଜନତା ପାର୍ଟିର ନେତା ଦୁଷ୍ୟାନ୍ତ ଚୌଟାଲା । ଟ୍ରାକ୍ଟରରେ ବସି ସିରସାର ମତଦାନ କେନ୍ଦ୍ରକୁ ଯାଇଛନ୍ତି । ଆଉ ଭୋଟ ବି ଦେଇଛନ୍ତି । ସେହପରି ସାଇକେଲରେ ବସି ମତଦାନ କେନ୍ଦ୍ର ପହଞ୍ଚଥିଲେ ହପିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଆଜି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ଥିବା ବେଳେ ଆକର୍ଷଣର କେନ୍ଦ୍ରବିନ୍ଦ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଜେଜେପି ଦଳପତି । 

ଆଜି ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ସହ ୧୫ ରାଜ୍ୟରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ଲୋକସଭା ନିର୍ବାଚନ ପରେ ବିଜେପିର ଏହା ପ୍ରଥମ ପରୀକ୍ଷା । କାରଣ ଉଭୟ ରାଜ୍ୟର ଶାସନ କ୍ଷମତା ବିଜେପି ହାତରେ ରହିଛି । ତେଣୁ ପୁଣିଥରେ କ୍ଷମତାକୁ ଫେରିବାକୁ ଜୋରସୋରରେ ଲାଗି ପଡିଛି ଦଳ  । ଅନ୍ୟପଟେ ନିଜ ୫ ବର୍ଷର ବନବାସ ସାରି ପୁଣି କ୍ଷମତାକୁ ଫେରିବାକୁ ଚାହିଁବ କଂଗ୍ରେସ । ସେହିପରି ଜେଜେପି ଭଳି ଅନ୍ୟାନ୍ୟ ଆଞ୍ଚଳିକ ରାଜନୈତିକ ଦଳ ମଧ୍ୟ କ୍ଷମତାକୁ ଫେରିବା ପାଇଁ ପୁରା ଦମ୍ ଲଗାଇଛନ୍ତି ।    

ହରିୟାଣା ବିଧାନସଭା ନିର୍ବାଚନରେ ରାଜ୍ୟର ପ୍ରାୟ ୧.୮୨ କୋଟି ମତଦାତା ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ନିର୍ବାଚନୀ ମୈଦାନରେ ୧୧୬୯ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ୧.୮୨ କୋଟି ମତଦାତାଙ୍କ ମଧ୍ୟରୁ ୯୭.୭ ଲକ୍ଷ ପୁରୁଷ ଓ ୮୫ ଲକ୍ଷ ମହିଳା ଭୋଟର ସହ ୭୨୪ ପ୍ରବାସୀ ଭାରତୀୟ ଓ ୧.୦୭ ଲକ୍ଷ ସର୍ଭିସ ମତଦାତା ସାମିଲ ଅଛନ୍ତି । ରାଜ୍ୟର ୯୦ଟି ବିଧାନସଭା ଆସନ ପାଇଁ ସର୍ବମୋଟ ୧୧୬୯ ପ୍ରାର୍ଥୀ ମୈଦାନରେ ଓହ୍ଲାଇଛନ୍ତି । ଏଥିରୁ ୧୦୬୪ ପୁରୁଷ ଓ ୧୦୪ ମହିଳା ଏବଂ ଜଣେ ଅନ୍ୟାନ୍ୟ ପ୍ରାର୍ଥୀ ଅଛନ୍ତି । 

ସର୍ବାଧିକ ୨୫ ପ୍ରାର୍ଥୀ ହାଂସୀ ଆସନରୁ ଓ ସବୁଠାରୁ କମ ୬ ପ୍ରାର୍ଥୀ ଅମ୍ବାଲା କ୍ୟାଣ୍ଟ ଓ ଶାହୱାଦ(ସୁରକ୍ଷିତ) ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ରାଜନୈତିକ ସମୀକରଣ କଥା କହିଲେ କ୍ଷମତାଧାରୀ ବିଜେପିର ମୁକାବିଲା ବିରୋଧୀ କଂଗ୍ରେସ ଓ ନୂଆ ପାର୍ଟି ଜେଜେପି ମଧ୍ୟରେ ହେଉଛି । କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ପୁରା ଜୋର ଲଗାଇଛି । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ବିଜେପି ୯୦ ଆସନରୁ ୭୫ ଆସନ ଜିତିବାର ଟାର୍ଗେଟ ରଖିଛି ।