ଅଯୋଧ୍ୟା ମାମଲାରେ ରାୟ ପ୍ରଦାନ କରିଥିବା ବିଚାରପତି ନଜୀରଙ୍କୁ ମିଳିବ Z କ୍ୟାଟେଗରୀ ସୁରକ୍ଷା
Advertisement

ଅଯୋଧ୍ୟା ମାମଲାରେ ରାୟ ପ୍ରଦାନ କରିଥିବା ବିଚାରପତି ନଜୀରଙ୍କୁ ମିଳିବ Z କ୍ୟାଟେଗରୀ ସୁରକ୍ଷା

ଅଯୋଧ୍ୟା ମାମଲାରେ ରାୟ ପ୍ରଦାନ କରିଥିବା ସୁପ୍ରିମକୋର୍ଟର ବିଚାରପତି ଏସ ଅବଦୁଲ ନଜୀର ଓ ତାଙ୍କ ପରିବାରଙ୍କୁ Z କ୍ୟାଟେଗରୀ ସୁରକ୍ଷା ପ୍ରଦାନ କରାଯିବ । ନଜୀର ଓ ତାଙ୍କ ପରିବାର ପ୍ରତି ବିପଦ ରହିଥିବାର ସୂଚନା ମିଳିବା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛି । ପ୍ରତିବନ୍ଧିତ ସଙ୍ଗଠନ ପୋପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ରୁ ବିଚାରପତି ନଜୀର ଓ ତାଙ୍କ ପରିବାରକୁ ବିପଦ ରହିଛି । ତେଣୁ ଗୃହ ମନ୍ତ୍ରାଳୟ ନଜୀର ଓ ତାଙ୍କ ପରିବାରର ସୁରକ୍ଷା ବୃଦ୍ଧି କରିବାର ନିର୍ଦ୍ଦେଶ ଦେଇଛି ।

ଅଯୋଧ୍ୟା ମାମଲାରେ ରାୟ ପ୍ରଦାନ କରିଥିବା ବିଚାରପତି ନଜୀରଙ୍କୁ ମିଳିବ Z କ୍ୟାଟେଗରୀ ସୁରକ୍ଷା

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ରାୟ ପ୍ରଦାନ କରିଥିବା ସୁପ୍ରିମକୋର୍ଟର ବିଚାରପତି ଏସ ଅବଦୁଲ ନଜୀର ଓ ତାଙ୍କ ପରିବାରଙ୍କୁ Z କ୍ୟାଟେଗରୀ ସୁରକ୍ଷା ପ୍ରଦାନ କରାଯିବ । ନଜୀର ଓ ତାଙ୍କ ପରିବାର ପ୍ରତି ବିପଦ ରହିଥିବାର ସୂଚନା ମିଳିବା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛି । ପ୍ରତିବନ୍ଧିତ ସଙ୍ଗଠନ ପୋପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ରୁ ବିଚାରପତି ନଜୀର ଓ ତାଙ୍କ ପରିବାରକୁ ବିପଦ ରହିଛି । ତେଣୁ ଗୃହ ମନ୍ତ୍ରାଳୟ ନଜୀର ଓ ତାଙ୍କ ପରିବାରର ସୁରକ୍ଷା ବୃଦ୍ଧି କରିବାର ନିର୍ଦ୍ଦେଶ ଦେଇଛି ।

ଅଯୋଧ୍ୟା ମାମଲାରେ ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ୫ ଜଣିଆ ବିଚାରପତିଙ୍କ ସାମ୍ୱିଧାନିକ ପୀଠ ରାୟ ପ୍ରଦାନ କରିଥିଲା । ଏହି ୫ ଜଣ ବିଚାରପତିଙ୍କ ମଧ୍ୟରୁ ଏସ ନଜୀର ହେଉଛନ୍ତି ଅନ୍ୟତମ । ଗୃହ ମନ୍ତ୍ରାଳୟ ବିଚାରପତି ନଜୀର ଓ ତାଙ୍କ ପରିବାରକୁ Z କ୍ୟାଟେଗରୀ ସୁରକ୍ଷା ଯୋଗାଇବା ପାଇଁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଲ(ସିଆରପିଏଫ) ଓ ସ୍ଥାନୀୟ ପୋଲିସଙ୍କୁ ଆଦେଶ ଦେଇଛି । ଅଯୋଧ୍ୟା ମାମଲାରେ ରାୟ ପ୍ରକାଶ ପାଇବା ପରେ ସୁରକ୍ଷା ଏଜେନ୍ସି ପିଏଫଆଇ ଓ ଅନ୍ୟାନ୍ୟ ସଙ୍ଗଠନରୁ ବିଚାରପତି ନଜୀର ଓ ତାଙ୍କ ପରିବାରକୁ ବିପଦ ରହିଥିବାର ସୂଚନା କେନ୍ଦ୍ର ସରକାରକୁ ପ୍ରଦାନ କରିଥିଲା ।

ଖବର ସରବରାହ ସଂସ୍ଥା ଏଏନଆଇ ଅନୁସାରେ ସୁରକ୍ଷା ବଳ ଓ ସ୍ଥାନୀୟ ପୋଲିସକୁ ତତ୍କାଳ ବିଚାରପତି ନଜୀରଙ୍କୁ ସୁରକ୍ଷା ଯୋଗାଇ ଦେବ । କର୍ଣ୍ଣାଟକ ଓ ଦେଶର ଅନ୍ୟାନ୍ୟ ସ୍ଥାନରେ ରହୁଥିବା ବିଚାରପତି ନଜୀରଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯିବ । ବିଚାରପତି ନଜୀରଙ୍କ ପରିବାର ବେଙ୍ଗାଲୁରୁ ଗସ୍ତ ବେଳେ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯିବ । ଏହି ସମୟରେ ପରିବାର ସହ ୨୨ ପାରାମିଲିଟ୍ରିର ଯବାନ ରହିବେ । ଏହାସହ ପୋଲିସ ଯବାନ ମଧ୍ୟ ରହିବ ।