ବିଚାରପତି ବୋବଡେଙ୍କୁ ପରବର୍ତ୍ତୀ ସିଜେଆଇ କରିବାକୁ ମୁଖ୍ୟ ବିଚାରପତିଙ୍କ ସୁପାରିଶ
Advertisement

ବିଚାରପତି ବୋବଡେଙ୍କୁ ପରବର୍ତ୍ତୀ ସିଜେଆଇ କରିବାକୁ ମୁଖ୍ୟ ବିଚାରପତିଙ୍କ ସୁପାରିଶ

ସୁପ୍ରିମକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପରବର୍ତ୍ତୀ ସିଜେଆଇ ପାଇଁ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ନାଁକୁ ସୁପାରିଶ କରିଛନ୍ତି  ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ବର୍ତ୍ତମାନ ସମୟରେ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ଗୋଗୋଇଙ୍କ ପରେ ଦ୍ୱିତୀୟ ବରିଷ୍ଠତମ ବିଚାରପତି ହେଉଛନ୍ତି ଏସଏ ବୋବଡେ  ।  

  • ସୁପ୍ରିମକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି 
  • ବିଚାରପତି ବୋବଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି!
  • ବିଚାରପତି ବୋବଡେଙ୍କୁ ପରବର୍ତ୍ତୀ ସିଜେଆଇ କରିବାକୁ ମୁଖ୍ୟ ବିଚାରପତିଙ୍କ ସୁପାରିଶ

Trending Photos

ବିଚାରପତି ଏସଏ ବୋବଡେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପରବର୍ତ୍ତୀ ସିଜେଆଇ ପାଇଁ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ନାଁକୁ ସୁପାରିଶ କରିଛନ୍ତି  ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ବର୍ତ୍ତମାନ ସମୟରେ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ଗୋଗୋଇଙ୍କ ପରେ ଦ୍ୱିତୀୟ ବରିଷ୍ଠତମ ବିଚାରପତି ହେଉଛନ୍ତି ଏସଏ ବୋବଡେ  ।  

ତେଣୁ ନିୟମ ଅନୁସାରେ ବର୍ତ୍ତମାନର ମୁଖ୍ୟ ବିଚାରପତି ପରବର୍ତ୍ତୀ ସିଜେଆଇ ପାଇଁ ସୁପାରିଶ କରିଥାନ୍ତି ।  ଏଥିପାଇଁ ମୁଖ୍ୟ ବିଚାରପତି ଗୋଗୋଇ ବିଚାରପତି ବୋବଡେଙ୍କ ନାଁ କେନ୍ଦ୍ର ସରକାର ପାଖକୁ ପଠାଇଛନ୍ତି ।  ମୁଖ୍ୟ ବିଚାରପତି ଚଳିତ ବର୍ଷ ନଭେମ୍ବର ୧୭ରେ ଅବସର ନେଉଛନ୍ତି । ଏବେ ଆସନ୍ତୁ ଜାଣିବା ବିଚାରପତି ଏସଏ ବୋବଡେଙ୍କ ବିଷୟରେ....
ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ
ଅଯୋଧ୍ୟା ମାମଲାର ଶୁଣାଣି କରୁଥିବା ସାମ୍ବିଧାନିକ ଖଣ୍ଡପୀଠର ଅନ୍ୟତମ ବିଚାରପତି ହେଉଛନ୍ତି ଶରଦ ଅରବିନ୍ଦ ବୋବଡେ । ୧୯୭୮ରେ ସେ ମହାରାଷ୍ଟ୍ର ବାର କାଉନସିଲରେ ଯୋଗ ଦେଇଥିଲେ । ଏହାପରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚର ସେ ଓକିଲାତି ପ୍ରାକ୍ଟିସ କରିଥିଲେ ।

୧୯୯୮ରେ ସେ ବରିଷ୍ଠ ଓକିଲ ମଧ୍ୟ ହୋଇଥିଲେ  ।  ୨୦୦୦ ମସିହାରେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା । ପରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୧୩ ମସିହାରୁ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟଭାର ତୁଲାଉଛନ୍ତି । ସେ ୨୦୨୧ ଏପ୍ରିଲ ୨୩ରେ ଅବସର ନେବେ । 
ଏହାସହ ଆପଣଙ୍କୁ ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇଙ୍କ ବିଷୟରେ କହି ରଖୁଛୁ ...
ଜଷ୍ଟିସ ରଞ୍ଜନ ଗୋଗୋଇ

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ଅଯୋଧ୍ୟା ମାମଲାର ଶୁଣାଣି କରୁଥିବା ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠର ଅଧ୍ୟକ୍ଷତା କରୁଛନ୍ତି ସେ । ୨୦୧୮ ଅକ୍ଟୋବର ୩ରେ ସେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୫୪ ନଭେମ୍ବର ୧୮ ତାରିଖରେ ତାଙ୍କର ଜନ୍ମ । ୧୯୭୮ ମସିହାରେ ସେ ବାର କାଉନସିଲରେ ଯୋଗ ଦେଇଥିଲେ । ଗୌହାଟି ହାଇକୋର୍ଟରେ ସେ ନିଜର ଓକିଲାତି ଆରମ୍ଭ କରିଥିଲେ । ୨୦୦୧ ମସିହାରେ ଗୌହାଟି ହାଇକୋର୍ଟର ବିଚାରପତି ରହିଥିଲେ ।  

ପରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ମଧ୍ୟ ବିଚାରପତି ହୋଇଥିଲେ । ୨୦୧୧ରେ ପଞ୍ଜାବ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା । ସେହିପରି ୨୦୧୨ ଏପ୍ରିଲ ୨୩ରେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ ଜଷ୍ଟିସ ରଞ୍ଜନ ଗୋଗୋଇ । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୧୭ ତାରିଖରେ ସରୁଛି । ତେବେ ତାଙ୍କ କାର୍ଯ୍ୟକାଳ ଭିତରେ ଏନଆରସି, ଆଧାର, ଜମ୍ମୁ କାଶ୍ମୀର ଉପରେ ଯାଚିକା ପରି ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ ।