Advertisement
Article Detail0/zeeodisha/odisha691788
Zee OdishaOther Newsଟ୍ୱିଟର ହ୍ୟାଣ୍ଡେଲରୁ ବିଜେପିକୁ ହଟାଇଲେ ସିନ୍ଧିଆ

ଟ୍ୱିଟର ହ୍ୟାଣ୍ଡେଲରୁ ବିଜେପିକୁ ହଟାଇଲେ ସିନ୍ଧିଆ

ମଧ୍ୟପ୍ରଦେଶ ରାଜନୀତିରେ ଦୈନିକ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି। 'ହାତ' ଛାଡ଼ି ପଦ୍ମ ପୋଖରୀକୁ ଡିଆଁ ମାରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ଚର୍ଚ୍ଚା ପୁଣି ଥରେ ଜୋର ଧରିଛି। ନିକଟ ଅତୀତରେ ସନ୍ଦେହାତ୍ମକ ଚର୍ଚ୍ଚାର ମାହୋଲ ମଧ୍ୟରେ ବିଜେପିରେ ସାମିଲ ହୋଇଥିଲେ ଜ୍ୟୋତିରାଦିତ୍ୟ।   କ୍ଷମତା ଲୋଭରେ ଗେରୁଆ ଦଳରେ ସାମିଲ ହୋଇଥିବା ନେଇ ସେ

ଟ୍ୱିଟର ହ୍ୟାଣ୍ଡେଲରୁ ବିଜେପିକୁ ହଟାଇଲେ ସିନ୍ଧିଆ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରାଜନୀତିରେ ଦୈନିକ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି। 'ହାତ' ଛାଡ଼ି ପଦ୍ମ ପୋଖରୀକୁ ଡିଆଁ ମାରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ଚର୍ଚ୍ଚା ପୁଣି ଥରେ ଜୋର ଧରିଛି। ନିକଟ ଅତୀତରେ ସନ୍ଦେହାତ୍ମକ ଚର୍ଚ୍ଚାର ମାହୋଲ ମଧ୍ୟରେ ବିଜେପିରେ ସାମିଲ ହୋଇଥିଲେ ଜ୍ୟୋତିରାଦିତ୍ୟ।   କ୍ଷମତା ଲୋଭରେ ଗେରୁଆ ଦଳରେ ସାମିଲ ହୋଇଥିବା ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା। ଏବେ କିନ୍ତୁ ମହାରାଜ ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ବିଜେପିକୁ ହଟାଇ ଦେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।  

fallback

ତେବେ ଟ୍ୱିଟରକୁ ନେଇ ସିନ୍ଧିଆ ପ୍ରଥମଥର ପାଇଁ ଚର୍ଚ୍ଚାକୁ ଆସିନାହାନ୍ତି। ପୂର୍ବରୁ ମଧ୍ୟ ନିଜ ଟ୍ୱିଟରରେ କଂଗ୍ରେସକୁ ହଟାଇ ଚର୍ଚ୍ଚାକୁ ଆସିଥିଲେ। କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେବା ସମୟରେ ମଧ୍ୟ ଟ୍ୱିଟରୁ କଂଗ୍ରେସର ନାମକୁ ହଟାଇ ଚର୍ଚ୍ଚାକୁ ଆସିଥିଲେ। ତେବେ ବର୍ତ୍ତମାନ ସମୟରେ ବିଜେପିର ନାମକୁ ହଟାଇବା ନେଇ ସିନ୍ଧିଆ କିମ୍ବା ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।  

Add Zee News as a Preferred Source

ସୂଚନାଯୋଗ୍ୟ କ୍ଷମତା ଲୋଭରେ ଗେରୁଆ ଦଳରେ ସାମିଲ ହୋଇଥିଲେ ସିନ୍ଧିଆ। ବିଜେପିରେ ସାମିଲ ହେବା ପରେ ତାଙ୍କୁ କ୍ୟାବିନେଟ ପାହ୍ୟା ଦିଆଯିବ ବୋଲି ବିଜେପି କହିଥିଲା। ମାତ୍ର ଦଳରେ ସାମିଲ ହେବା ପରେ ମଧ୍ୟପ୍ରଦେଶରେ କ୍ଷମତାସୀନ ଶିବରାଜ ସିଂହ ଚୌହାନ ସରକାରଙ୍କ ତରଫରୁ ଏନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ଫଳରେ ତାଙ୍କୁ ଏକ ପ୍ରକାର ନିରାଶ ହେବାକୁ ପଡ଼ିଛି। ଯାହାଫଳରେ ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ବିଜେପିର ନାଁକୁ ଉଠାଇ ଦେଇଛନ୍ତି। ସିନ୍ଧିଆ ବିଜେପି ବଦଳରେ ପବ୍ଲିକ ସର୍ଭିସ ଓ କ୍ରିକେଟ ଏନଥୁସିଆସିଷ୍ଟ ବୋଲି ଲେଖିଛନ୍ତି।  

 

About the Author