Indian Navy: କିଏ ଏହି ଦୀନେଶ କୁମାର ତ୍ରିପାଠୀ? ଯିଏ ଗ୍ରହଣ କରିବେ ନୌସେନା କମାଣ
Advertisement
Article Detail0/zeeodisha/odisha2212713

Indian Navy: କିଏ ଏହି ଦୀନେଶ କୁମାର ତ୍ରିପାଠୀ? ଯିଏ ଗ୍ରହଣ କରିବେ ନୌସେନା କମାଣ

New Navy Chief of India: ନୌସେନା ଡେପୁଟି ଚିଫ ଅଫ୍ ଷ୍ଟାଫ୍ ଭାଇସ ଆଡମିରାଲ ଦୀନେଶ କୁମାର ତ୍ରିପାଠୀଙ୍କୁ ପରବର୍ତ୍ତୀ ନୌସେନା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଯିଏ ଆସନ୍ତା ୩୦ ତାରିଖରୁ ତାଙ୍କ ପଦ ଭାର ଗ୍ରହଣ କରିବେ।

Indian Navy: କିଏ ଏହି ଦୀନେଶ କୁମାର ତ୍ରିପାଠୀ? ଯିଏ ଗ୍ରହଣ କରିବେ ନୌସେନା କମାଣ

Vice Admiral Dinesh Kumar Tripathi: ଭାରତୀୟ ନୌସେନା ପାଇଯାଇଛି ଏହାର ପରବର୍ତ୍ତୀ ମୁଖ୍ୟ। ନୌସେନା ଡେପୁଟି ଚିଫ ଅଫ୍ ଷ୍ଟାଫ୍ ଭାଇସ ଆଡମିରାଲ ଦୀନେଶ କୁମାର ତ୍ରିପାଠୀଙ୍କୁ ନୂତନ ନୌସେନା ମୁଖ୍ୟ ନିଯୁକ୍ତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ ଭାଇସ ଆଡମିରାଲ ଦୀନେଶ ତ୍ରିପାଠୀ ଆସନ୍ତା ୩୦ ତାରିଖରେ ନୌସେନା ମୁଖ୍ୟ ଦାୟିତ୍ୱ ଗ୍ରହଣ କରିବେ। ସେହି ଦିନ ବର୍ତ୍ତମାନର ନୌସେନା ମୁଖ୍ୟ ଆଡମିରାଲ ଆର.ହରି କୁମାର ଅବସର ନେଉଛନ୍ତି।

ପ୍ରାୟ ୪୦ ବର୍ଷର ଗୌରବମୟ ଯାତ୍ରା 
ନୌସେନା ଡେପୁଟି ଚିଫ ଅଫ୍ ଷ୍ଟାଫ୍ ଭାଇସ ଆଡମିରାଲ ଦୀନେଶ କୁମାର ତ୍ରିପାଠୀଙ୍କ ୪୦ ବର୍ଷ କ୍ୟାରିଅର୍ ବହୁତ ଚମତ୍କାର ହୋଇଛି। ବିଗତ ୪ ଦଶନ୍ଧି ମଧ୍ୟରେ ସେ ନୌସେନାର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି। ସେ ତାଙ୍କ ତତ୍ତ୍ୱାବଧାନରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସଫଳତାର ସହ ସମାପ୍ତ କରିଛନ୍ତି। ଯେଉଁଥିରେ ମୁମ୍ବାଇ ସ୍ଥିତ ପଶ୍ଟିମ ନୌବହରର ଫ୍ଲିଟ୍ ଅପରେସନ୍ ଅଫିସର, ନାଭାଲ୍ ଅପରେସନ୍ସ ଜାଇରେକ୍ଟର, ନେଟୱାର୍କ ସେଣ୍ଟ୍ରିକ୍ ଅପରେସନ୍ ପ୍ରିନ୍ସିପାଲ ଡାଇରେକ୍ଟର ଏବଂ ନାଭାଲ୍ ପ୍ଲାନ୍ ପ୍ରିନ୍ସିପାଲ ଡାଇରେକ୍ଟର ଭାବେ କାର୍ଯ୍ୟ କରିଛନ୍ତି।

୧୯୬୪ ମସିହା ମେ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ଭାଇସ ଆଡମିରାଲ ଦୀନେଶ ତ୍ରିପାଠୀ। ୧୯୮୫ ମସିହା ଜୁଲାଇ ୧ ତାରିଖରେ ସେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। କମ୍ୟୁନିକେସନ୍ସ ଏବଂ ଇଲେକ୍ଟ୍ରୋନିକ ୱାରଫେୟାର ଯୁଦ୍ଧରେ ତାଙ୍କର ବେଶ ପାରଦର୍ଶିତା ରହିଛି।

ସେ ଆଇଏନଏସ ତ୍ରିଶୂଳ ପରି ଅନେକ ଯୁଦ୍ଧ ଜାହାଜକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସରକାର, ନୌସେନା ଡେପୁଟି ଚିଫ ଅଫ୍ ଷ୍ଟାଫ୍ ଭାଇସ ଆଡମିରାଲ ଦୀନେଶ କୁମାର ତ୍ରିପାଠୀଙ୍କୁ ନୂତନ ନୌସେନା ମୁଖ୍ୟ ଭାବେ ଅପ୍ରେଲ୍ ୩୦ ତାରିଖରୁ ନିଯୁକ୍ତ କରିଛନ୍ତି।

ଭାଇସ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ କମ୍ୟୁନିକେସନ୍ସ ଏବଂ ଇଲେକ୍ଟ୍ରୋନିକ ୱାରଫେୟାର ବିଶେଷଜ୍ଞ। ତାଙ୍କର ପ୍ରାୟ ୪୦ ବର୍ଷ ଧରି ଏକ ଦୀର୍ଘ ଏବଂ ବିଶିଷ୍ଟ କ୍ୟାରିୟର ରହିଛି।  ନୌସେନା ଡେପୁଟି ଚିଫ ଅଫ୍ ଷ୍ଟାଫ୍ ପଦ ଗ୍ରହଣ କରିବା ପୂର୍ବରୁ ସେ ୱେଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡ ଫ୍ଲାଟ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ରହିଥିଲେ। ସେ ଆଇଏନଏସ ବିନାଶ ଯୁଦ୍ଧ ଜାହାଜକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ରିଅର୍ ଆଡମିରାଲ୍ ଭାବରେ ସେ ଇଷ୍ଟର୍ନ ଫ୍ଲାଇଟ୍  ଫ୍ଲାଇଟ୍ ଅଫିସର କମାଣ୍ଡିଂ ଭାବେ କାର୍ଯ୍ୟ କରିଛନ୍ତି। ସେ ଭାରତୀୟ ନାଭାଲ ଏକାଡେମୀ କମାଣ୍ଡାଣ୍ଟ ମଧ୍ୟ ରହି ସାରିଛନ୍ତି।

ସୈଇନିକ୍ ସ୍କୁଲ୍ ଏବଂ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ପୂର୍ବ ଛାତ୍ର ହେଉଛନ୍ତି ଭାଇସ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ମଧ୍ୟ ଗୋଆ ସ୍ଥିତ ନାଭାଲ୍ ୱାର କଲେଜ ଏବଂ ନାଭାଲ୍ ୱାର୍ କଲେଜ ଆମେରିକାରେ ଅଧ୍ୟୟନ  କରିଛନ୍ତି। ତାଙ୍କୁ ଅତି ବିଶିଷ୍ଟ ସେବା ପଦକ (AVSM) ଏବଂ ନୌସେନା ପଦକ ମଧ୍ୟ ପ୍ରଦାନ କରାଯାଇଛି।