କୋରୋନା ମୁକାବିଲା ପାଇଁ ବର୍ଷକର ଦରମା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ
Advertisement

କୋରୋନା ମୁକାବିଲା ପାଇଁ ବର୍ଷକର ଦରମା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ମଧ୍ୟ କୋରୋନା ମୁକାବିଲା ପାଇଁ ନିଜର ଦରମାକୁ ମୁଖ୍ୟମନ୍ତ୍ରୀ ରିଲିଫ ପଣ୍ଡକୁ ଦେବାକୁ ଘୋଷଣା କରିଛନ୍ତି । 

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଦେଶ ପାଇଁ କୋରୋନା ମୁକାବିଲା ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନିୟନ୍ତ୍ରଣକୁ ଆଣିବା ଦିଗରେ ସରକାର ବହୁ ପଦକ୍ଷେପ ନେଉଛନ୍ତି । ଏବେ ସମଗ୍ର ଦେଶକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ସେହିପରି ବିଭିନ୍ନ ମହଲରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତାର ସୁଅ ଛୁଟିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ମଧ୍ୟ କୋରୋନା ମୁକାବିଲା ପାଇଁ ନିଜର ଦରମାକୁ ମୁଖ୍ୟମନ୍ତ୍ରୀ ରିଲିଫ ପଣ୍ଡକୁ ଦେବାକୁ ଘୋଷଣା କରିଛନ୍ତି । 

କୋରୋନା ମୁକାବିଲା ପାଇଁ ନିଜ ଦରମା ଟଙ୍କା ଦେବାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ମୁଖ୍ୟମନ୍ତ୍ରୀ ରିଲିଫ ପଣ୍ଡକୁ ବର୍ଷକର ଦରମା ଦେବେ ବିଏସ ୟେଦୁରପ୍ପା । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି । ନିଜ ଟ୍ୱଟରେ ୟେଦୁରପ୍ପା କହିଛନ୍ତି, ''ବର୍ତ୍ତମାନ ଆମ ପାଇଁ ଏକ କଠିନ ସମୟ ଆସିଛି । ତେଣୁ ଆମେ ସମସ୍ତେ ମିଶି ଏହାର ମୁକାବିଲା କରିବାକୁ ହେବ । ମୁଁ ବ୍ୟକ୍ତିଗତ ଭାବରେ ମୋ ବର୍ଷକର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରୁଛି । ''

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ୨୫ ମାର୍ଚ୍ଚରେ ସାଧାରଣ ଲୋକଙ୍କୁ କର୍ଣ୍ଣାଟକ ସରକାର ଏକ ଅପିଲ କରିଥିଲେ । କୋରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇବାକୁ କହିଥିଲେ ରାଜ୍ୟ ସରକାର ।