ପ୍ରକୃତିର ଧଳା ଅବତାର
Advertisement
Article Detail0/zeeodisha/odisha616445

ପ୍ରକୃତିର ଧଳା ଅବତାର

ନୂଆବର୍ଷ ପୂର୍ବରୁ ଖ୍ରୀଷ୍ଟମାସରେ ଔଲୀରେ ବରଫର ମୋଟା ଚାଦର ପଡ଼ିଛି । ଚଳିତ ବର୍ଷ ପୂର୍ବ ବର୍ଷ ତୁଳନାରେ ଢେର ଅଧିକ ହୋଇଛି । 

ପ୍ରକୃତିର ଧଳା ଅବତାର

ଗାୟତ୍ରୀ ଚକ୍ରବର୍ତ୍ତୀ, ନୂଆଦିଲ୍ଲୀ: ବରଫପାତର ମଜା ନେଉଛନ୍ତି ପର୍ଯ୍ୟଟକ । ଉତ୍ତରାଖଣ୍ଡ ଓ ଜମ୍ମୁ କାଶ୍ମୀରରେ ବଢ଼ିବାରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼ । ବରଫରେ ଖେଳିବା ସହିତ ରୋପ ୱେରେ ବୁଲିବାର ମଜା ନେଉଛନ୍ତି । ପ୍ରକୃତିର ଧଳା ଅବତାରକୁ ସ୍ୱାଗତ କରିଛନ୍ତି ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଓ ଟୁରିଷ୍ଟ ଗାଇଡ । ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ଶିଶୁମାନେ ବେଶ ମଜା ଉଠାଉଛନ୍ତି । ନୂଆ ବର୍ଷ ଆଗମନ ପୂର୍ବରୁ ଔଲୀ ସହ ଚମୋଲୀ, ବଦ୍ରିନାଥ, ଗୁଲମର୍ଗ, ଡୋଡାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।  

ଚିତ୍ର ଏପରି ଆକର୍ଷଣୀୟ ଯେ ଦେଖିଲେ ଆଖି ଲାଖି ଯିବ । ସୁନ୍ଦରତା ଏପରି ଯେ ଆପଣ ଶବ୍ଦରେ ପ୍ରକାଶ କରିବା ଅସମ୍ଭବ । ଏପରି ଲାଗୁଛି ଯେ ଏହା ବରଫର ଏକ ସୁନ୍ଦର ଦୁନିଆ । ଯେଉଁଠାରେ ପ୍ରକୃତିର ଧଳା ଅବତାର ଦେଖିବାକୁ ମିଳୁଛି । ଉତ୍ତରାଖଣ୍ଡର ଔଲୀରେ । ଯେଉଁଠାରେ ପ୍ରବଳ ବରଫପାତ ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ପ୍ରବଳ ଶୀତ ସତ୍ତ୍ୱେ ବଢ଼ିବାକୁ ଲାଗିଛି ଯାତ୍ରୀଙ୍କ ଆଗମନ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁଥିବା ରୋପ ୱେରେ ବୁକିଂ ସକାଳୁ ହିଁ ପୂର୍ଣ୍ଣ ହୋଇଯାଉଛି । ଲୋକମାନେ ବରଫପାତର ମଜା ନେବା ସହ ନାଚୁ ଥିବା ଦେଖିବାକୁ ମିଳୁଛି ।

ନୂଆବର୍ଷ ପୂର୍ବରୁ ଖ୍ରୀଷ୍ଟମାସରେ ଔଲୀରେ ବରଫର ମୋଟା ଚାଦର ପଡ଼ିଛି । ଚଳିତ ବର୍ଷ ପୂର୍ବ ବର୍ଷ ତୁଳନାରେ ଢେର ଅଧିକ ହୋଇଛି । ପୂର୍ବ ବର୍ଷରେ ରେକର୍ଡ ଭାଙ୍ଗିବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଜୋଶୀ ମଠରୁ ଔଲୀ ପର୍ଯ୍ୟନ୍ତ ୨ରୁ ୬ ଫୁଟ ପର୍ଯ୍ୟନ୍ତ ବରଫ ଦେଖିବାକୁ ମିଳିଛି । ପର୍ଯ୍ୟଟକମାନେ ପ୍ରବଳ ବରଫପାତରେ ସ୍କେଟିଂର ମଜା ନେଉଛନ୍ତି ।

fallback

ଔଲୀରେ ତୁଷାର ପୂର୍ଣ୍ଣ ରୂପ ସ୍ଥାନୀୟ ବ୍ୟବସାୟୀ ସହ ଟୁରିଷ୍ଟ ଗାଇଡଙ୍କୁ ଖୁସି ଆଣି ଦେଇଛି । ନୂଆବର୍ଷ ସମୟରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ଗୁଣିତ ହେବା ଅନୁମାନ କରାଯାଉଛି । ପୂର୍ବରୁ ଏପରି ବରଫପାତ ଜାନୁଆରୀ ଓ ଫେବ୍ରୁଆରୀରେ ଦେଖିବାକୁ ମିଳିଥାଏ, ଯେତେବେଳେ ସ୍କେଟିଂ ଓ ସ୍କ୍ରିଙ୍ଗ ନେସନାଲ ଗେମ ଆୟୋଜନ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଡିସେମ୍ବରରେ ହିଁ ଔଲୀର ରୂପ ବରପ ମୟ ହୋଇଯାଇଛି । ଯାହା ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରିଛି ।

ଚମୋଲୀର ଯେଉଁଆଡେ ଚାହିଁଲେ ବି କେବଳ ବରଫ ଦେଖିବାକୁ ମିଳୁଛି । ବରଫପାତ ଛୋଟ ଶିଶୁମାନଙ୍କୁ ଖେଳିବାକୁ ସୁନ୍ଦର ସୁଯୋଗ ଆଣି ଦେଇଛି । ସୁନ୍ଦର ବରଫ ମଧ୍ୟରେ ସ୍କୁଲ ଛୁଟି ପରେ ଘରକୁ  ଫେରୁଥିବା ଶିଶୁମାନେ ବେଶ ମଜା ଉଠାଉଛନ୍ତି । ବଦ୍ରିନାଥରେ ମଧ୍ୟ ୮ ଫୁଟ ପର୍ଯ୍ୟନ୍ତ ବରଫ ଜମି ରହିଛି । ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।

କାଶ୍ମୀରର ଗୁଲମର୍ଗରେ ବି ଦୃଶ୍ୟ ସମାନ । କାଶ୍ମୀରରେ ଶୀତ ଆସିବାର ୪୦ ଦିନ ବିତି ସାରିଛି । ରାସ୍ତାଟାରୁ ଆରମ୍ଭ କରି ଗଛ ପତ୍ରରେ ମଧ୍ୟ ଜମି ରହିଛି ବରଫ । ବହୁଥିବା ପାଣି ମଧ୍ୟ ଅଧା ରାସ୍ତାରେ ବରଫ ପାଲଟି ଯାଇଛି । ଗୁଲମର୍ଗର ତାପମାତ୍ରା ମାଇନସ ୧୨ ଡିଗ୍ରୀ ପର୍ଯ୍ୟନ୍ତ କମି ଯାଇଛି । ଜମ୍ମୁ କାଶ୍ମୀରର ଡୋଡାରେ ତାଜା ବରଫପାତ ପରେ ଥଣ୍ଡା ଆହୁରି ବେଶୀ ବଢ଼ି ଯାଇଛି । ତାପମାତ୍ରା ୩ ଡିଗ୍ରୀରେ ପହଞ୍ଚି ସାରିଛି । 

ପାହାଡରୁ ଆରମ୍ଭ କରି ଘରର ଛାତ ଓ ଗଛଠାରୁ ଆରମ୍ଭ କରି ରାସ୍ତା ଉପରେ ମଧ୍ୟ ବରଫର ମୋଟା ଆସ୍ତରଣ ଦେଖିବାକୁ ମିଳିଛି । ଲଗାତାର ବରଫପାତ ଯୋଗୁଁ ଅନେକ ରାସ୍ତା ବନ୍ଦ ହୋଇଛି । ରାସ୍ତା ବନ୍ଦ ହେବା ପରେ ସ୍ଥାନୀୟ ଲୋକଙ୍କ ସମସ୍ୟା ବଢ଼ିଯାଇଛି । ପ୍ରଶାସନ ପକ୍ଷରୁ ବୁଲଡୋଜର୍ସ, ପୋକଲେନ ମେସିସ ସହାୟତାରେ ରାସ୍ତା ସଫା କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।
ସେପଟେ ପଟନୀଟପ  ମଧ୍ୟ ବରଫରେ ଢ଼ାଙ୍କି ହୋଇଛି । ଚାରିପଟେ ବରଫ ସହ ସୂର୍ଯ୍ୟାଲୋକ ଦେଖି ପର୍ଯ୍ୟଟକମାନେ ଖୁସି ପ୍ରକାଶ କରିଛନ୍ତି । 

କେଦାରନାଥରେ ମଧ୍ୟ ପ୍ରବଳ ବରଫପାତ ଯୋଗୁଁ ପୁନଃନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଛି । ସେପଟେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଧାରୁ ଅଧିକ ଶ୍ରମିକ ପ୍ରବଳ ଶୀତ ଯୋଗୁଁ କେଦାରନାଥ ଛାଡ଼ିଛନ୍ତି । କେଦାରନାଥ ଘାଟିରେ ୮ରୁ ୧୦ ଫୁଟ ପର୍ଯ୍ୟନ୍ତ ବରଫ ଜମି ରହିଛି ।

ଆହୁରି ପଢନ୍ତୁ; ଚାଣକ୍ୟ ନୀତି: ଏପରି ଲୋକଙ୍କ ସହ ମିତ୍ରତା ଆପଣଙ୍କୁ କେବେ ସୁଖ ଦେବନାହିଁ