କରୋନା ବର୍ତ୍ତମାନ ଯାଏ ୧୭୦ଜଣଙ୍କ ଜୀବନ ନେଇ ସାରିଥିବାବେଳେ ୭,୭୦୦ ହଜାରରୁ ଉର୍ଦ୍ଧ୍ୱ ଲୋକ କୋରାନା ଭାଇରସ ପଜିଟିଭ ଅଛନ୍ତି
Trending Photos
ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ । ଏହି ଭାଇରସ ପ୍ରଥମେ ଚୀନର ଉହାନ ସହରରେ ନିଜର କାୟା ମେଲାଇଥିଲା । ଆଉ ବର୍ତ୍ତମାନ ଏହି ମାରାତ୍ମକ ଭାଇରସ ୨୦ଟି ଦେଶକୁ ସଂକ୍ରମିତ ହୋଇଛି । କରୋନା ବର୍ତ୍ତମାନ ଯାଏ ୧୭୦ଜଣଙ୍କ ଜୀବନ ନେଇ ସାରିଥିବାବେଳେ ୭,୭୦୦ ହଜାରରୁ ଉର୍ଦ୍ଧ୍ୱ ଲୋକ କୋରାନା ଭାଇରସ ପଜିଟିଭ ଅଛନ୍ତି ।
କରୋନା ଭାଇରସକୁ ନେଇ ସାରା ଭାରତବର୍ଷରେ ହାଇ ଆଲର୍ଟ ଜାରି ହୋଇଥିବାବେଳେ ଆଜି କେରଳରେ କରୋନା ଭାଇରସ ପଜିଟିଭ ବ୍ୟକ୍ତି ଚିହ୍ନଟ କରାଯାଇଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । କରୋନା ଭାଇରସରେ ପୀଡିତ ଥିବା ରୋଗୀ ଜଣଙ୍କ ଛାତ୍ରୀ ଅଟନ୍ତି, ଯିଏ କି ଚୀନର ଉହାନ ବିଶ୍ୱବିଦ୍ୟାଳୟର । କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୌଳଜା କହିଛନ୍ତି ଯେ ରୋଗୀକୁ ଆମେ ଆଇସୋଲେସନ ୱାଡରେ ରଖି ଚିକିତ୍ସା ଚଳାଇଛୁ ଆଉ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ରୋଗୀ ଜଣଙ୍କୁ ତ୍ରୀଶୁର ଡାକ୍ତରାଖାନାରେ ରଖାଯାଇ ଚିକିତ୍ସା କରାଯାଉଛି ।
Update on Novel #Coronavirus: one positive case reported in Kerala. The patient is stable and is being closely monitored.
Details: https://t.co/bLcJGpH4g9@MoHFW_INDIA
— PIB India (@PIB_India) January 30, 2020
ନିକଟ ଅତୀତତରେ ଚୀନରୁ କେରଳ ଫେରିଥିବା ସମସ୍ତ ୮୦୬ ଜଣଙ୍କୁ ଅବଜରଭେସନରେ(Observation) ରଖାଯାଇଥିବାବେଳେ ୧୦ଜଣଙ୍କୁ ଆଇସୋଲେସନ ୱାଡରେ ରଖାଯାଇ ପରୀକ୍ଷା ନିରୀକ୍ଷା କରାଯାଉଛି । ୮୦୬ ଜଣଙ୍କ ମଧ୍ୟରୁ ୧୭୩ ଜଣ ବୁଧବାର ଚୀନରୁ କେରଳ ଆସିଛନ୍ତି । ଛାତ୍ର ଜଣଙ୍କ କରୋନା ପଜିଟିଭ ବୋଲି ଚିହ୍ନଟ ହେବା ପରେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ମେଡିକାଲ ବୁଲେଟିନ ଜାରି କରିଛନ୍ତି । ଏବଂ ନିର୍ଦ୍ଦେଶ ଦେଇଛନ୍ତି ଯେ ଚୀନରୁ ଫେରିଥିବା ସମସ୍ତ ବ୍ୟକ୍ତି ୨୮ ଦିନ ପର୍ଯ୍ୟନ୍ତ ବାହାରେ ବିଲାବୁଲି ନ କରି ସତର୍କତାର ସହ ଘରେ ରହିବା ପାଇଁ । ଆଉ ଯଦି ସେମାନଙ୍କ ମଧ୍ୟରୁ କେହି ଥଣ୍ଡା, କାଶ ବା ଜ୍ୱର ଅନୁଭୂତ କରନ୍ତି ତେବେ ତତକ୍ଷଣତା କରୋନା ପାଇଁ ସ୍ୱତନ୍ତ୍ର ୱାଡ ଖୋଲାଯାଇଥିବା ଡାକ୍ତରଖାନାରେ ଚିକିତ୍ସା କରାନ୍ତୁ ।
ଭାରତର ୧୩ଟି ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି । ଆଉ ସମସ୍ତ ଯାତ୍ରୀଙ୍କୁ ଥରମାଲ ସ୍କାନର ଦ୍ୱାରା ସ୍କାନ କରାଯାଉଛି ।