Trending Photos
ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ଚୀନର ଉହାନରୁ ସୃଷ୍ଟି ହୋଇଥିବା କୋରୋନା ଭାଇରସ ସାରା ବିଶ୍ୱରେ ତାଣ୍ଡବ କରୁଛି ଆଉ ଏହି ଭଳି ସ୍ଥିତରେ ଚୀନରୁ ଆଉ ଏକ ଭାଇରସର ନାମ ସାମ୍ନାକୁ ଆସୁଛି । ଯାହା ଶୁଣି ସାରା ବିଶ୍ୱବାସୀଙ୍କ ମନରେ ଏହି ନୂଆ ଭାଇରସ ଆତଙ୍କର ବସା ବାନ୍ଧୁଛି । ଏହି ଭାଇରସର ନାମ 'ହନ୍ତା' ଭାଇରସ । ଚୀନରେ ଏହି ଭାଇରସ ଦ୍ୱାରା ଜଣଙ୍କର ମୃତ୍ୟୁ ହେବା ପରେ ସୋସିଆଲ ମିଡିଆରେ #HantaVirus ଜବରଦସ୍ତ ଟ୍ରେଣ୍ଡ କରୁଛି । ପ୍ରଥମେ କୋରୋନା ଓ ଏବେ ହନ୍ତା । ହନ୍ତା ଭାଇରସର ଏଣ୍ଟ୍ରିକୁ ଦେଖି ଲାଗୁଛି ପ୍ରକୃତି ଆମ ଉପରେ କେତେ ରାଗିଛି । ଆଉ କିପରି ପ୍ରକୃତି ଭାଇରସ ରୂପେ ଆମଠାରୁ ପ୍ରତିଶୋଧ ନେଉଛି । ତେବେ ଏହିପରି ସ୍ଥିତିରେ ସମସ୍ତେ ଏହା ଜାଣି ରଖିବା ଉଚିତ ଯେ ହନ୍ତା ଭାଇରସ ଓ କୋରୋନା ଭାଇରସ ମଧ୍ୟରେ ପାର୍ଥକ୍ୟ କଣ ? ହନ୍ତା ଭାଇରସ କିପରି ବ୍ୟାପେ ? ଓ ଏହା କେତେ ଭୟାନକ ?
ଚୀନର ଖବରକାଗଜ ଗ୍ଲୋବାଲ ଟାଇମ୍ସ ମୁତାବକ ହନ୍ତା ଭାଇରସରେ ମୃତ୍ୟୁ ହୋଇଥିବା ସଂକ୍ରମିତ ବ୍ୟକ୍ତି ଜଣଙ୍କ କାମ କରିବା ପାଇଁ ବସରେ ସାଡୋଙ୍ଗ ଯାଉଥିଲେ । ଆଉ ତାଙ୍କୁ ହନ୍ତା ଭାଇରସ ପଜିଟିଭ ଚିହ୍ନଟ କରାଯାଇଥିଲା । ବ୍ୟକ୍ତି ଜଣଙ୍କର ମୃତ୍ୟୁ ହେବା ପରେ ବସରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ବର୍ତ୍ତମାନ ଅବଜରଭେସନରେ ରଖାଯାଇଛି । ଏକ୍ସପୋର୍ଟସଙ୍କ ମତ ଅନୁସାରେ ହନ୍ତା ଭାଇରସ ମୂଷାଙ୍କ ସମ୍ପର୍କରେ ଆସିଲେ ହୋଇଥାଏ । ଏହି ଭାଇରସ କୋରୋନା ପରି ଏତେ ଭୟାନକ ନୁହେଁ କାରଣ ଏହା ମଣିଷଠାରୁ ମଣିଷକୁ ବ୍ୟାପେ ନାହିଁ, ତାମାନେ ମୁହଁ ଏହି ଭାଇରସକୁ ହାଲୁକାରେ ନିଆଯିବ । Centers of Disease and Prevention ୱେବସାଇଟ ମୁତାବକ ଘର ଭିତରେ ବା ବାହାରେ ମୂଷା ଦ୍ୱାରା ଏହି ସଂକ୍ରମଣ ହୋଇପାରେ ଆଉ ଯଦି କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ଅଛି ତଥାପି ମୂଷାଙ୍କ ସଂସ୍ପର୍ଶରେ ଆସି ସେ ସଂକ୍ରମଣର ଶିକାର ହୋଇପାରନ୍ତି ।
କୋରୋନା ଓ ହନ୍ତା ଭିତରେ ପାର୍ଥକ୍ୟ କଣ
କୋରୋନା ପରି ହନ୍ତା ଭାଇରସ ମନୁଷ୍ୟରୁ ମନୁଷ୍ୟକୁ ହୋଇ ନ ଥାଏ । Centers of Disease and Prevention ମୁତାବକ ଯଦି କୌଣସି ବ୍ୟକ୍ତି ମୂଷାର ମଳ, ମୂତ୍ର ବା ତାର ମୃତ ଶରୀର ବା ମୂଷା ଅଧା ଖାଇଥିବା ଖାଦ୍ୟ ମନୁଷ୍ୟ ସଂସ୍ପର୍ଶରେ ବା ନିଜ ହାତର ସଂସ୍ପର୍ଶରେ ଆସେ ଓ ସେହି ହାତକୁ କାନ, ନାକ, ପାଟି ଓ ଆଖିରେ ଲଗାଏ ତେବେ ଏହି ହନ୍ତା ଭାଇରସ ହେବାର ସମ୍ଭାବନା ଦେଖାଦିଏ ।
ହନ୍ତା ଭାଇରସର ଲକ୍ଷଣ
କୋରନା ଭାଇରସର ଲକ୍ଷଣ ପରି ଏହି ଭାଇରସର ଲକ୍ଷଣ ମଧ୍ୟ ପ୍ରାୟ ସମାନ । ଥଣ୍ଡା, କାଶ, ଜ୍ୱର ହେବା, ଶରୀର ପୀଡ଼ା ହେବା ଏସବୁ ବାଦ୍ ପେଟ କାଟିବା ବାନ୍ତି ହେବା ଓ ଡାଇରିଆ ହୋଇଯିବା ପରି ଲକ୍ଷଣ ଦେଖାଦିଏ । ସଂକ୍ରମିତ ହେବା ପରେ ଯଦି ଚିକିତ୍ସା ସଠିକ ସମୟରେ ନ ହୁଏ ତେବେ ଫୁସଫୁସରେ ପାଣି ଭର୍ତ୍ତି ହୋଇଯାଇ ଥାଏ । ଆଉ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଦେଖାଦିଏ ଆଉ ଶେଷରେ ମଣିଷର ମୃତ୍ୟୁ ହୁଏ ।
ପ୍ରଥମେ କେଉଁଠୁ ଆରମ୍ଭ ହୋଇଥିଲା ହନ୍ତା ଭାଇରସ
ଏହି ଭାଇରସର ଉତ୍ପତି ସ୍ଥଳ ଚୀନ ନୁହଁ ବରଂ ୧୯୯୩ରେ ଦକ୍ଷିଣ ପଶ୍ଚିମ ଆମେରିକାରୁ ଆସିଥିଲା । ୟ୍ୟୁନମେକ୍ସିକୋରେ ପ୍ରଥମେ ଜଣେ ନବ ବିବାହିତ ଦମ୍ପତ୍ତିଙ୍କୁ ହନ୍ତା ଭାଇରସ ହୋଇଥିଲା ଓ ଏହି ଭାଇରସ ସଂକ୍ରମଣରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । କାନାଡ଼ା, ବ୍ରାଜିଲ, ଆର୍ଜେଣ୍ଟିନା, ଚୀଲି, ପାନାମା ଆଦି ଦେଶରେ ମଧ୍ୟ ଏହି ଭାଇରସ ବ୍ୟପିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ତେବେ ଗୋଟିଏ କଥା ସ୍ପଷ୍ଟ ଯେ ବାହାରକୁ ଯାଆନ୍ତୁ ବା ଘରେ ରୁହନ୍ତୁ ଖାଦ୍ୟ ଖାଇବା ପୂର୍ବରୁ ନିଜ ହାତକୁ ସଦା ସର୍ବଦା ଭଲ ଭାବରେ ଧୁଅନ୍ତୁ । ନିଜ ହାତକୁ ଓ ନିଜକୁ ସବୁବେଳେ ସଫାସୁତୁରା ରଖନ୍ତୁ ।
ଆହୁରି ପଢନ୍ତୁ; ୨୦୧୭ରୁ ସମୁଦ୍ର ଭିତରେ ଚୀନ କରୁଛି ଏପରି କିଛି କାମ ଯାହା ସମସ୍ତଙ୍କ କଳ୍ପନା ବାହାରେ