ଜେଲରୁ ଚାଲୁଛି ଝାଡ଼ଖଣ୍ଡ ସରକାର ! ଭାଇରାଲ ଭିଡ଼ିଓ
Advertisement
Article Detail0/zeeodisha/odisha620330

ଜେଲରୁ ଚାଲୁଛି ଝାଡ଼ଖଣ୍ଡ ସରକାର ! ଭାଇରାଲ ଭିଡ଼ିଓ

ଲାଲୁ ଯାଦବ ରିମ୍ସରେ ନା ରାଜ ଉଆସରେ ? 

ଫାଇଲ ଫଟୋ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ସରକାର ବଦଳିଛି । ଆଉ ଏହା ସହ ଦୀର୍ଘ ଦିନ ହେଲା ଚାରା ଘୋଟାଲାରେ ଜେଲରେ ଦିନ କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ସୁପ୍ରିମୋ ଲାଲୁ ଯାଦବଙ୍କ ଦବଦବା ବଢ଼ିଛି ! ଏକଥା ଆମେ କହୁନୁ, ସୋଶିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏକ ଭିଡ଼ିଓ ହିଁ କହୁଛି । ଯାହାକୁ ନେଇ ସୋରେନ ସରକାରଙ୍କୁ ଘେରିଛି ବିଜେପି । 

ଜେଲରେ ସଜା କାଟୁଥିବା ଲାଲୁ ଯାଦବ ଅସୁସ୍ଥତା କାରଣରୁ ଦୀର୍ଘଦିନ ହେଲା ରାଜେନ୍ଦ୍ର ଇଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସ(RIMS)ରେ ଭର୍ତ୍ତି ହୋଇଛନ୍ତି । କହିରଖୁଛୁ, ରିମ୍ସ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଅବସ୍ଥିତ । ଯେତେବେଳେ ଝାଡ଼ଖଣ୍ଡରେ ବିଜେପି ସରକାର ଥିଲା, ଲାଲୁ ପୁରା କଏଦୀ ଜୀବନ କାଟୁଥିଲେ । ହେଲେ ସରକାର ବଦଳିଲା । ଆଉ ଏହା ସହ ଲାଲୁଙ୍କ ଦବଦବା ବି ବଢ଼ିଯାଇଛି । ସୋରେନ ସରକାର ଆସିବା ପରେ ଲାଲୁ ଏବେ ନାମକୁ ମାତ୍ର କଏଦୀ, କିନ୍ତୁ ବିଳାସମୟ ଜୀବନ ବିତାଉଛନ୍ତି । ସୋଶିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଭିଡ଼ିଓ ଏମିତି କିଛି ହିଁ କହୁଛି । 

ଜଣାପଡ଼ିଛି ଭିଡ଼ିଓଟି ଶୁକ୍ରବାରରେ । ରିମ୍ସର ଏକ ୱାର୍ଡରେ ବସିଛି ଲାଲୁ ଦରବାର ! ସମର୍ଥକଙ୍କ ସହ ବାର୍ତ୍ତାଳାପ କରୁଛନ୍ତି ଲାଲୁ । ଦେଖିଲେ ମନେହେଉନାହିଁ, ଲାଲୁ ଜଣେ କଏଦୀର ଜୀବନ କାଟୁଛନ୍ତି । ସତେଯେମିତି ଲାଲୁଙ୍କ ପାଇଁ ଏବେ ଆଉ କୌଣସି କଟକଣା ନାହିଁ । ନାମକୁ ମାତ୍ର ଜେଲ, ହେଲେ ଲାଲୁ ଏବେ ରାଜ ଉଆସରେ !

fallback

ତେବେ ଏ ଭିଡ଼ିଓକୁ ନେଇ ଘେରିଛି ବିଜେପି । ସୋରେନ ସରକାର ଏବେ ଜେଲରୁ ଚାଲିଥିବା ଦଳ ଅଭିଯୋଗ କରିଛି । ଜେଏମଏମ-କଂଗ୍ରେସ ଓ ଆରଜେଡ଼ି ମେଣ୍ଟ ସରକାର ଏବେ ଝାଡ଼ଖଣ୍ଡରେ ଚାଲିଛି । ତେଣୁ ଆରଜେଡ଼ି ସୁପ୍ରିମୋଙ୍କୁ ଜେଲରେ ବହୁ ସୁବିଧା ସରକାର ଯୋଗାଇ ଦେଉଥିବା କହିଛି ବିଜେପି । 

ଜେଲ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ପ୍ରଶ୍ନ

ଏବେ କିଛିଦିନ ହେଲା ବିହାର ଓ ଝାଡ଼ଖଣ୍ଡର ବହୁ ଛୋଟ ବଡ଼ ନେତା ରିମ୍ସ ଯାଇ ଲାଲୁଙ୍କୁ ସାକ୍ଷାତ କରୁଛନ୍ତି । ରାଜନୈତିକ ଚର୍ଚ୍ଚା ମଧ୍ୟ ହେଉଥିବା ଅଭିଯୋଗ ହେଉଛି । ଆଉ ଏସବୁରେ ଜେଲ କର୍ତ୍ତୃପକ୍ଷଙ୍କ ମୌନ ସହମତି ଥିବା କୁହାଯାଉଛି । କାହିଁକିନା ଜେଲ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କେହି ମଧ୍ୟ ଲାଲୁଙ୍କୁ ଦେଖା କରିପାରିବେ ନାହିଁ । 

ରିମ୍ସ ପରିଦର୍ଶନ କଲେ ଆଇଜି

ତେବେ ଅଭିଯୋଗ ପରେ ରିମ୍ସ ଯାଇ ଲାଲୁ ରହୁଥିବା ୱାର୍ଡର ନିରୀକ୍ଷଣ କରିଛନ୍ତି ଆଇଜି । ସେପଟେ  ଝାଡ଼ଖଣ୍ଡ ଡିଜିପି କମଲ ନୟନ ଚୌବେ କହିଛନ୍ତି, ରିମ୍ସର ନିଜସ୍ୱ ପ୍ରଶାସନ ଓ ବ୍ୟବସ୍ଥା ରହିଛି । ଏବେ ଲାଲୁ ପୋଲିସ କଷ୍ଟଡିରେ ନାହାନ୍ତି । ସେ ନ୍ୟାୟିକ ହେପାଜତରେ ଅଛନ୍ତି । ତେବେ ଏସବୁ ଭିତରେ ଗୋଟିଏ କଥା କୁହାଯାଇପାରେ, ଝାଡ଼ଖଣ୍ଡରେ ସରକାର ପରିବର୍ତ୍ତନ ସହ କେଉଁଠି ନା କେଉଁଠି ଲାଲୁଙ୍କ ଦବଦବା ବଢ଼ିଯାଇଛି ।  

ଆହୁରି ପଢ଼ନ୍ତୁ; ନାନକାନା ଉପରେ ଆକ୍ରମଣ ଘଟଣା, ଅଭିଯୁକ୍ତ ଇମରାନ୍ ଗିରଫ