ଜାଡ଼ରେ ଥରହର ମହାଦେବ; ସ୍ଵେଟର ପିନ୍ଧିଛନ୍ତି କହ୍ନାଇ
Advertisement
Article Detail0/zeeodisha/odisha614215

ଜାଡ଼ରେ ଥରହର ମହାଦେବ; ସ୍ଵେଟର ପିନ୍ଧିଛନ୍ତି କହ୍ନାଇ

ମଥୁରାରେ ଭଗବାନ ଶିବ ଶଙ୍କର, ଗଣପତି ଓ କୃଷ୍ଣଙ୍କୁ ଶୀତବସ୍ତ୍ର ଘୋଡ଼ାଇ ଦିଆଯାଇଛି 

ଜାଡ଼ରେ ଥରହର ମହାଦେବ; ସ୍ଵେଟର ପିନ୍ଧିଛନ୍ତି କହ୍ନାଇ

ନୂଆଦିଲ୍ଲୀ: ସାରା ଦେଶରେ ଶୀତ ଲହରୀ । ଉତ୍ତର ଭାରତରେ ପ୍ରବଳ ଶୀତ ଓ କୁହୁଡ଼ି କାରଣରୁ ଜନଜୀବନ ପ୍ରଭାବିତ ହୋଇଛି । ଯେଉଁଠାରେ ମଣିଷ ପ୍ରବଳ ଥଣ୍ଡାରୁ ବର୍ତ୍ତିବା ପାଇଁ ପ୍ରୟାସ ଜାରି ରଖିଛି ସେଠାରେ ଭଗବାନଙ୍କୁ କି ଥଣ୍ଡା ନ ଲାଗିବ କିପରି ?  ଭଗବାନଙ୍କ ପାଇଁ ସବୁ ପ୍ରସ୍ତୁତି କରିଛନ୍ତି ଶ୍ରଦ୍ଧାଳୁ । ମଣିଷଙ୍କ ସହ ଦେବତାଙ୍କୁ ମଧ୍ୟ ଶୀତବସ୍ତ୍ରରେ ଦେଖିବାକୁ ମିଳିଛି । ମଥୁରାରେ ଭଗବାନ ଶିବ ଶଙ୍କର, ଗଣପତି ଓ କୃଷ୍ଣଙ୍କୁ ଶୀତବସ୍ତ୍ର ଘୋଡ଼ାଇ ଦିଆଯାଇଛି । ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ମଥୁରାରେ କାହ୍ନାଙ୍କୁ କିପରି ଥଣ୍ଡା ନଲାଗିବ । ସେଥିପାଇଁ ତାଙ୍କୁ ଗରମ କପଡ଼ା ପରିଧାନ କରାଯାଇଛି । କାହ୍ନାଙ୍କୁ ସ୍ୱେଟର ପିନ୍ଧାଇ ଦିଆଯାଇଛି ।

fallbackମଧ୍ୟପ୍ରଦେଶର ମନ୍ଦସୌରରରେ ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ମହାଦେବ କମ୍ବଳ ଘୋଡ଼େଇ ହୋଇଛନ୍ତି । ଏଠାରେ ତାପମାତ୍ରା ୮ ଡିଗ୍ରୀକୁ ଖସି ଆସିଥିବା ବେଳେ ଭଗବାନଙ୍କୁ ଥଣ୍ଡା ନଲାଗିବା ପାଇଁ ମନ୍ଦିରର ଗର୍ଭଗୃହରେ ହିଟର ଲଗା ଯାଇଛି । ସଂଧ୍ୟାରେ ଆଳତୀ ପରେ ଭଗବାନଙ୍କୁ କମ୍ବଳ ଘୋଡେଇ ଦିଆ ଯାଉଛି । ବାରାଣସୀରେ ବଡ଼ ଗଣେଶ ମନ୍ଦିରରରେ ଭଗବାନ ଗଣପତିଙ୍କୁ ଥଣ୍ଡାରୁ ରକ୍ଷା କରିବା ପାଇଁ ଗରମ କପଡ଼ା ପିନ୍ଧାଇ ଦିଆଯାଇଛି । ଗଣପତିଙ୍କ ମୂର୍ତ୍ତିରେ ରେଜାଇ ଢାଙ୍କି ଦିଆ ଯାଇଛି । ସେପଟେ ମନ୍ଦିରରେ ଭଗବାନ ଶଙ୍କରଙ୍କୁ ମଧ୍ୟ ସାଲରେ ଘୋଡ଼ାଇ ଦିଆଯାଇଛି । କେବଳ ଏତିକି ନୁହେଁ ଗଣପତିଙ୍କ ବାହନ ମୂଷାକୁ ମଧ୍ୟ ସାଲରେ ଘୋଡା ଯାଇଛି । ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଜାରି ରହିଛି । ତାପମାତ୍ରା ପ୍ରତିଦିନ କମିବାକୁ ଲାଗିଛି । ସେପଟେ ଆସନ୍ତା ମାସେରୁ ଦେଢ଼ ମାସ ମାସ ଯାଏ ଭଗବାନଙ୍କୁ  ଶାତବସ୍ତ୍ରରେ ଦେଖିବାକୁ ମିଳିବ ।