୨ ମାଲବାହୀ ଟ୍ରେନ ପରସ୍ପର ଧକ୍କା, ୩ ମୃତ
Advertisement
Article Detail0/zeeodisha/odisha648059

୨ ମାଲବାହୀ ଟ୍ରେନ ପରସ୍ପର ଧକ୍କା, ୩ ମୃତ

ମଧ୍ୟପ୍ରଦେଶ ସିଙ୍ଗରୋଲି ନିକଟରେ ପରସ୍ପର ବିପରୀତ ଦିଗକୁ ଆସୁଥିବା ଦୁଇ ଟ୍ରେନ ମୁହାଁମୁହିଁ ହୋଇଥିଲେ ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପରସ୍ପରକୁ ଧକ୍କା ଦେଲେ ଦୁଇ ମାଲବାହୀ ଟ୍ରେନ । ଫଳରେ ୩ ଚାଳକଙ୍କ ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶ ସିଙ୍ଗରୋଲିରେ ଆଜି ସକାଳୁ ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ପୋଲିସ ଓ ଏନଟିପିସି ଟିମ ପହଞ୍ଚି ଉଦ୍ଧାର କାମରେ ନିୟୋଜିତ ଅଛନ୍ତି । 

ସୂଚନା ମୁତାବକ,  ମଧ୍ୟପ୍ରଦେଶ ସିଙ୍ଗରୋଲି ନିକଟରେ ପରସ୍ପର ବିପରୀତ ଦିଗକୁ ଆସୁଥିବା ଦୁଇ ଟ୍ରେନ ମୁହାଁମୁହିଁ ହୋଇଥିଲେ । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, କୋଇଲା ବେଝେଇ ଟ୍ରେନର ବଗିଗୁଡ଼ିକ ପରସ୍ପର ଉପରେ ମାଡ଼ି ଯାଇଥିଲା । ଘଟଣା ସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନଟିପିସି ଟିମ୍ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲେ । 

ସେପଟେ ଏହି ଦୁର୍ଘଟଣା ରେଳ ବିଭାଗର ଦାୟିତ୍ୱହୀନତାକୁ ପଦାରେ ପକାଇଛି । କେଉଁ ପରିସ୍ଥିତିରେ ଗୋଟିଏ ଟ୍ରାକରେ ପରସ୍ପର ବିପରୀତ ଦିଗରୁ ଦୁଇ ଟ୍ରେନ ଆସିଲା ଏବଂ ସମ୍ପୃକ୍ତ ଷ୍ଟେସନ ମାଷ୍ଟର କିପରି ଏହା ଜାଣିପାରିଲେ ନାହିଁ, ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତଦନ୍ତ ପରେ ହିଁ ସମସ୍ତ ଘଟଣା ସ୍ପଷ୍ଟ ହେବ ।  

ଆହୁରି ପଢ଼ନ୍ତୁ; ଦିଲ୍ଲୀ ହିଂସା: ନାଳରୁ ମିଳିଲା ପୁଣି ଏକ ମୃତଦେହ, ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି