close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବ୍ୟସ୍ତ ଜୀବନ ମଧ୍ୟରୁ ଥରେ ବୁଲି ଆସନ୍ତୁ ମହା ବୌଦ୍ଧ ବିହାର, ଯେଉଁଠି ଆପଣଙ୍କୁ ମିଳିବ ଶାନ୍ତି

୧୯୫୯ରେ ତିବ୍ବତ ଦେଶକୁ ଚୀନ ଅକ୍ତିଆର କରି ଅତ୍ୟାଚାର କରିଥିଲା। ଅତ୍ୟାଚାର ସହି ନ ପାରି  ୧୪ ତମ ଦଲାଇଲାମା ଭାରତରେ ତିବ୍ବତୀୟଙ୍କ ରହିବା ପାଇଁ ସୁବିଧା କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କୁ ଗୁହାରୀ କରି ଦେଶର ବିଭିନ୍ନ ସ୍ଥାନରେ ତିବ୍ବତୀୟଙ୍କୁ ଥଇଥାନ କରାଯାଇଥିଲା। ଗଜପତି ଜିଲ୍ଲା ଚନ୍ଦ୍ରଗିରିକୁ ତିବ୍ବତୀୟ ମାନେ ୧୯୬୩ ମସିହାରେ ଆସିଥିଲେ। ତିବ୍ବତୀୟ ଶରଣାର୍ଥୀଙ୍କୁ ବାସଗୃହ ସମେତ ପ୍ରତି ପରିବାରକୁ ପାଞ୍ଚ ଏକର ଜମି ଦିଆଯାଇଥିଲା। ଗୋ-ପାଳନ, ବିଭିନ୍ନ ପ୍ରଜାତିର କୁକୁର ପାଳନ  କରିବା ସହ ବିକ୍ରି କରୁଛନ୍ତି। ମକା, ମାଣ୍ଡିଆ ଓ ବାଜରା ଆଦି ଫସଲ ଉତ୍ପାଦନ କରୁଛନ୍ତି।

ବ୍ୟସ୍ତ ଜୀବନ ମଧ୍ୟରୁ ଥରେ ବୁଲି ଆସନ୍ତୁ ମହା ବୌଦ୍ଧ ବିହାର, ଯେଉଁଠି ଆପଣଙ୍କୁ ମିଳିବ ଶାନ୍ତି

ପ୍ରେମାନନ୍ଦ ପୂଜାରୀ,ବୌଦ୍ଧ: ପାହାଡ଼ ପର୍ବତ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓଡ଼ିଶାର ଗଜପତି ଜିଲ୍ଲା ଏବେ ବୌଦ୍ଧ କୀର୍ତ୍ତିକୁ  ନେଇ ବେଶ୍ ପ୍ରଶଂସନୀୟ।  ଦୀର୍ଘ ବର୍ଷ ବର୍ଷ ଧରି ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଓ ଆଖପାଖ ଅଞ୍ଚଳରେ ତିବ୍ବତୀୟ ମାନେ ଶରଣାର୍ଥୀ  ଭାବେ ରହିଆସୁଥିବା ବେଳେ ତାଙ୍କରି ଉପାସନା ସ୍ଥଳୀ ଏବେ ପାଲଟିଛି ପର୍ଯ୍ୟଟନ ସ୍ଥଳୀ। ଓଡ଼ିଶା ରାଜ୍ୟ ତଥା ଦେଶ ବିଦେଶରୁ ବର୍ଷ ତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ବେଳେ ଆଜକୁ ଷାଠିଏ ବର୍ଷ ରୁ ଉର୍ଦ୍ଧ୍ୱ ହେଲା ନିଜ ଦେଶ ଭିଟାମାଟି କୁ ଛାଡି ଆସିଥିଲେ ତିବ୍ବତୀୟ ମାନେ। ଓଡ଼ିଶାର ପାଣିପବନକୁ ନିଜର କରି  ବସବାସ କରୁଛନ୍ତି। 
ଚନ୍ଦ୍ରଗିରି ହେଉଛି ଏମିତି ଏକ ସ୍ଥାନ, ଯେଉଁଠି ଆପଣଙ୍କୁ ମିଳିବ ଶାନ୍ତି।  ବ୍ୟସ୍ତ ଜୀବନ ମଧ୍ୟରୁ ଗୋଟିଏ ଦିନ ଏଠି ରହିଲେ ଆପଣ ଭାରି ମନ ଉସାସ୍ ଲାଗିବ।  ଏହି ପବିତ୍ର ସ୍ଥାନର ନାଁ ହେଉଛି ପଦ୍ମସମ୍ଭବ ମହା ବୌଦ୍ଧ ବିହାର।  ଗଜପତି ଜିଲ୍ଲା ଚନ୍ଦ୍ରଗିରି ନିକଟରେ ରହିଛି ତିବ୍ବତୀୟ ମାନଙ୍କର ଏହି ପବିତ୍ର  ଉପାସନା ସ୍ଥଳ।  .'ଓଁ ମାଁ ନି ପଦ୍ମେ ହୁମ୍' ମନ୍ତ୍ରରେ ଗୁଞ୍ଜରିତ ଏହି ପବିତ୍ର ବୌଦ୍ଧ ଧାର୍ମିକ ସ୍ଥଳୀ ପାଲଟିଛି ହିନ୍ଦୁ,ଖ୍ରୀଷ୍ଟିଆନ ଓ ବୌଦ୍ଧ ଧର୍ମର ମହାମିଳନ ସ୍ଥଳ।  
ଅତି ସୂକ୍ଷ୍ମ ଓ ନିକ୍ଷୁଣ କାରିଗରୀରେ ଆଖି ଲାଖିଗଲା ଭଳି ଚିତ୍ରିତ ଏହି ବୌଦ୍ଧ ବିହାରଟି ୨୦୧୦ ମସିହାରେ ଧର୍ମଗୁରୁ ଦଲେଇଲାମାଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ତେବେ ଚନ୍ଦ୍ରଗିରିକୁ ଏକ ଐତିହ୍ୟ ଓ ଧାର୍ମିକ ସ୍ଥଳୀର ମାନ୍ୟତା ଦେଇଛି ଏହି ବୌଦ୍ଧ ବିହାର।  ପାହାଡ଼ ପର୍ବତ ଘେରା ସବୁଜ ବନାନି ଭିତରେ ଏହି ଉପାସନା ସ୍ଥଳୀ ରହିଥିବାରୁ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି।  ବିଭିନ୍ନ ଦେଶର କୋଣ ଅନୁକୋଣରୁ ଆସିଥିବା ଛାତ୍ରଛାତ୍ରୀ ମାନେ ବୌଦ୍ଧ ଧର୍ମରେ ବୈଦିକ ରିତୀନିତିରେ ଜ୍ଞାନ ଆହରଣ କରୁଛନ୍ତି।  ମନ୍ଦିର ମଧ୍ୟରେ ତିନିଟି ଦେବା ଦେବୀ ମୁଖ୍ୟତଃ ରହିଥିବା ବେଳେ ବୁଦ୍ଧ ଭଗବାନଙ୍କୁ ପୂଜା କରିବା ସହ ପାର୍ଶ୍ୱବର୍ତ୍ତୀ ଦେବା ଦେବୀଙ୍କୁ ମଧ୍ୟ ପୂଜା କରାଯାଇଥାଏ।  ଏହି ମନ୍ଦିରରେ ଗେରୁଆ ବସ୍ତ୍ର ଧାରି ସନ୍ନ୍ୟାସୀ ଭାବେ ଜ୍ଞାନ ଆହରଣ କରିବାକୁ ପଡିଥାଏ, ଯାହାକୁ ମନେଷ୍ଟ୍ରୀ ବା ଲାମା କୁହାଯାଏ।  ଏହା ସହ ସମାଜରେ ଶାନ୍ତି ବଜାୟ ରଖିବା ବୌଦ୍ଧ ଧର୍ମର ମୁଖ୍ୟ ବ୍ରତ ଭାବେ ରହିଥିବା ଉପାସକ କହିଛନ୍ତି।  ଏହି ମନ୍ଦିରଟି ଚନ୍ଦ୍ରଗିରି ଠାରୁ ୪ କିଲୋମିଟର ଦୂରରେ ଜିରାଙ୍ଗ ଗାଁରେ ଅବସ୍ଥିତ ଯୋଗୁଁ ଏହାକୁ ଜିରାଙ୍ଗ ବୌଦ୍ଧ ମନ୍ଦିର ବୋଲି ମଧ୍ୟ କୁହାଯାଏ। ଏଭଳି ବୌଦ୍ଧ ମନ୍ଦିର ଚନ୍ଦ୍ରଗିରି, ଲବାରସିଂ, ମହେନ୍ଦ୍ରଗଡରେ ମଧ୍ୟ ରହିଛି।  ତିବ୍ବତୀୟମାନେ ଏଠାରେ ପାଞ୍ଚଟି ସାହିରେ ରହୁଥିବାରୁ ପାଞ୍ଚଟି ଉପାସନା ପୀଠ ନିର୍ମାଣ କରାଯାଇଛି।  

budha  

୧୯୫୯ ମସିହାରେ ତିବ୍ବତ ଦେଶକୁ ଚୀନ ଅକ୍ତିଆର କରିବା ପରେ ସେମାନଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଥିଲା। ଏହି ଅତ୍ୟାଚାର ସହି ନ ପାରି  ୧୪ ତମ ଦଲାଇଲାମା ଭାରତରେ ତିବ୍ବତୀୟଙ୍କ ରହିବା ପାଇଁ ସୁବିଧା କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କୁ ଗୁହାରୀ କରି ଦେଶର ବିଭିନ୍ନ ସ୍ଥାନରେ ତିବ୍ବତୀୟଙ୍କୁ ଥଇଥାନ କରାଯାଇଥିଲା। ଏହାପରେ ଗଜପତି ଜିଲ୍ଲା ଚନ୍ଦ୍ରଗିରିକୁ ତିବ୍ବତୀୟ ମାନେ ୧୯୬୩ ମସିହାରେ ଆସିଥିଲେ। ଆସିଲାବେଳେ ନିଜ ସାଙ୍ଗେ  କୌଣସି ସାମଗ୍ରୀ ବି ଆଣି ନ ଥିଲା।  ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ତିବ୍ବତୀୟ ଶରଣାର୍ଥୀଙ୍କୁ  ବାସଗୃହ ସମେତ ପ୍ରତି ପରିବାରକୁ ପାଞ୍ଚ ଏକର ଜମି ଦିଆଯାଇଥିଲା।  ସେତେବେଳେ ଏହି ଅଞ୍ଚଳ ସଂପୂର୍ଣ୍ଣ ଜଙ୍ଗଲରେ ପରିପୂର୍ଣ୍ଣ ରହିଥିଲା।  ସେହିପରି ପ୍ରଥମେ ପ୍ରଥମେ ସ୍ଥାନୀୟ ଅଧିବାସୀଙ୍କ ସହ ଖାପଖୁଆଇ ଚଳିବା ସେମାନଙ୍କ ପକ୍ଷେ କଷ୍ଟକର ଥିଲା। ହେଲେ ସମୟର ପରିବର୍ତ୍ତନ ସାଙ୍ଗକୁ ସେମାନଙ୍କ ସ୍ଥିତିରେ ମଧ୍ୟ ସୁଧାର ଆସିବାରେ ଲାଗିଲା। 

 ବର୍ତ୍ତମାନ ତିବ୍ବତୀୟ ମାନଙ୍କ ତୃତୀୟ ପିଢି ଏଠାରେ ରହୁଛନ୍ତି। ସୁନ୍ଦର ଘର ସାଙ୍ଗକୁ ବିଭିନ୍ନ କିସମର ଫୁଲ ଚାଷ ସେମାନେ କରୁଛନ୍ତି। ଏହାସହ ଗୋ -ପାଳନ, ବିଭିନ୍ନ ପ୍ରଜାତିର କୁକୁର ପାଳନ  କରିବା ସହ  ଏମାନେ ବିକ୍ରି ମଧ୍ୟ କରୁଛନ୍ତି।  ସେହିପରି ଚାଷ ମଧ୍ୟରେ ମକା ମୁଖ୍ୟ ହୋଇଥିବା ବେଳେ ମାଣ୍ଡିଆ, ବାଜ୍ରା ଆଦି ଫସଲ ଉତ୍ପାଦନ କରି ଏହି ତିବ୍ବତୀୟମାନେ ପରିବାର ପ୍ରତିପୋଷଣ କରିଥାନ୍ତି।  ଅନ୍ୟପଟେ ଏମାନଙ୍କ ମଧ୍ୟରେ ଏବେବି କେତେକ ଲୋକ ଅଛନ୍ତି, ଯେଉଁମାନେ ସୁଯୋଗ ମିଳିଲେ ନିଜ ଦେଶକୁ ଚାଲିଯିବା ପାଇଁ  ଇଚ୍ଛା ପ୍ରକାଶ କରୁଛନ୍ତି। 

 ନିଜ ଭିଟା ମାଟି ଛାଡ଼ି ଓଡ଼ିଶାରେ ରହୁଥିବା ଏହି ତିବ୍ବତୀୟମାନେ ଆଜି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।  ନିଜର ପ୍ରଚେଷ୍ଟା ବଳରେ କେବଳ ଚନ୍ଦ୍ରଗିରି ନୁହେଁ, ସମଗ୍ର ଗଜପତି ଜିଲ୍ଲାକୁ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି।