ରାଜ୍ୟର ସମସ୍ତ ବିଧାୟକଙ୍କ ଏକ ବର୍ଷ ଯାଏଁ ୩୦% ଦରମା କାଟ ପାଇଁ କ୍ୟାବିନେଟ ମଞ୍ଜୁରୀ
Advertisement

ରାଜ୍ୟର ସମସ୍ତ ବିଧାୟକଙ୍କ ଏକ ବର୍ଷ ଯାଏଁ ୩୦% ଦରମା କାଟ ପାଇଁ କ୍ୟାବିନେଟ ମଞ୍ଜୁରୀ

କୋରୋନା ଆଗରେ ଆଣ୍ଠୁ ମାଡ଼ି ପଡ଼ିଛି ସାରା ବିଶ୍ୱ । ଆଉ ଏଥିରୁ ବାଦ୍ ପଡିନି ଭାରତ ।

File pic

ନୂଆଦିଲ୍ଲୀ: କୋରୋନା ଆଗରେ ଆଣ୍ଠୁ ମାଡ଼ି ପଡ଼ିଛି ସାରା ବିଶ୍ୱ । ଆଉ ଏଥିରୁ ବାଦ୍ ପଡିନି ଭାରତ । ଭାରତରେ ବର୍ତ୍ତମାନ ସୁଦ୍ଧା ୬ହଜାର କୋରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇସାରିଥିବାବେଳେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର । 

ମହାରାଷ୍ଟ୍ରରେ କେବଳ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୦ ଛୁଇଁଥିବାବେଳେ ମୃତ୍ୟୁ ସଂଖ୍ୟା ୭୨ରେ ପହଞ୍ଚିଛି । କୋରୋନାର କାୟା ବିସ୍ତାରକୁ ଦେଖି ଆର୍ଥିକ ସ୍ଥିତି ମାନ୍ଦା ହୋଇଥିବାବେଳେ ମହାରାଷ୍ଟ୍ର ସରକାର ଏନେଇ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । 

ଏହି ମାସଠାରୁ ଅର୍ଥାତ ଏପ୍ରିଲମାସରୁ ଏକ ବର୍ଷଯାଏଁ ମହାରାଷ୍ଟ୍ରର ସମସ୍ତ ବିଧାୟକଙ୍କ ଦରମା ୩୦% କାଟ କରାଯିବ ବୋଲି ପ୍ରସ୍ତାବ ରଖାଯାଇଥିବାବେଳେ ଆଜି ଏହି ପ୍ରସ୍ତାବ ଉପରେ କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଲକଡାଉନ ସମୟରେ ସାଧାରଣ ଜନତାଙ୍କୁ ଯେପରି କୌଣସି ପ୍ରକାରର ଅସୁବିଧା ନ ହୁଏ ସେ ନେଇ ବିଭିନ୍ନ ଯୋଜନା ସରକାର ପ୍ରସ୍ତୁତ କରିବା ସହ ବିଧାୟକଙ୍କର ୩୦ ପ୍ରତିଶତ ଦରମା ଏକ ବର୍ଷ ଯାଇ କାଟ କରିବାକୁ ନିଷ୍ପତ୍ତି ନିଆଯାଇଛି ।