ମହାରାଷ୍ଟ୍ର ସମ୍ଭାଳିବେ ପୁରୁଖାଙ୍କ ପିଢ଼ି
Advertisement
Article Detail0/zeeodisha/odisha617404

ମହାରାଷ୍ଟ୍ର ସମ୍ଭାଳିବେ ପୁରୁଖାଙ୍କ ପିଢ଼ି

ରାଜା ପୁଅ 'ମହା' ରାଜା !

ରାଜା ପୁଅ 'ମହା' ରାଜା !

ନୂଆଦିଲ୍ଲୀ: ଆଜି ପ୍ରଥମ ଥର ପାଇଁ ଉଦ୍ଧବ ସରକାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ଶପଥ ନେଇଛନ୍ତି ଏନସିପି-କଂଗ୍ରେସ ଓ ଶିବସେନାର ୩୬ ମନ୍ତ୍ରୀ । ଏମାନଙ୍କ ଭିତରେ ରହିଛନ୍ତି 'ମହା' ନାଟକ ବେଳେ ହିଟ୍ ଲିଷ୍ଟରେ ଥିବା ଏନସିପି ନେତା ଅତିତ ପାୱାର ।  ୩୮ ଦିନ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ଅଜିତ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ରାଜ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । 

ତେବେ ପୁରା ମନ୍ତ୍ରିମଣ୍ଡଳକୁ ଦେଖିଲେ ମନେହେଉଛି, ଏହା ଅଭିଜ୍ଞ ନେତାଙ୍କ ପୁରୁଖା ଶାସନ । ଯଦିଓ ପୁରୁଖାମାନେ ଏକପ୍ରକାର ରାଜନୀତିରୁ ଓହରି ଗଲେଣି, ତଥାପି ସେମାନଙ୍କ ଉତ୍ତରାଧିକାରୀଙ୍କୁ ନେଇ ଗଠିତ ହୋଇଛି ନୂଆ ମନ୍ତ୍ରିମଣ୍ଡଳ । ମହା ମନ୍ତ୍ରିମଣ୍ଡଳରେ ରାଜନୈତିକ ଖାନଦାନରୁ ଆସିଥିବା ବହୁ ନେତାଙ୍କ ସନ୍ତାନସନ୍ତତି ଏବଂ ସମ୍ପର୍କୀୟ ସ୍ଥାନ ପାଇଛନ୍ତି । ଯେପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୂଖଙ୍କ ପୁଅ ଅମିତ ଦେଶମୁଖ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗୋପିନାଥ ମୁଣ୍ଡେଙ୍କ ଭଣଜା ଧନଞ୍ଜୟ ମୁଣ୍ଡେ, କଂଗ୍ରେସର ବରିଷ୍ଠନେତା ଏକନାଥ ଗାଏକ୍ୱାଆଡଙ୍କ ଝିଅ ବର୍ଷା ଗାଏକ୍ୱାଆଡ ପ୍ରମୁଖ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । 

ସେହିପରି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିବା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ବି ମିଳିଛି ମନ୍ତ୍ରୀ ପଦ । ଆଶା କରାଯାଉଛି ମହାରାଷ୍ଟ୍ରର ଏହି ସର୍ବକନିଷ୍ଠ ମନ୍ତ୍ରୀଙ୍କୁ କୌଣସି ଗୁରୁ ଦାୟିତ୍ୱ ମିଳିପାରେ ।  ଉଦ୍ଧବ ଠାକରେ ହେଉଛନ୍ତି ଭେଟରାନ ରାଜନେତା ତଥା ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ପୁଅ । ଅନ୍ୟପଟେ ଚତୁର୍ଥ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ ପାୱାର ପୋଖତ ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାରରଙ୍କ ପୁତୁରା । 

ଆହୁରି ପଢ଼ନ୍ତୁ; ହେମନ୍ତ ସରକାର ଅଢ଼େଇ ଦିନିଆ ନୁହେଁ ତ ?