ହାତଯୋଡ଼ି ଟଙ୍କା ନେଇ ଯାଅ କହିଲା ପଳାତକ
Advertisement
Article Detail0/zeeodisha/odisha640457

ହାତଯୋଡ଼ି ଟଙ୍କା ନେଇ ଯାଅ କହିଲା ପଳାତକ

ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଗୁରୁବାର ବ୍ରିଟିଶ ହାଇକୋର୍ଟରେ ହାଜର ହୋଇଥିଲା ।

ଫାଇଲ ଫଟୋ

ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଗୁରୁବାର ବ୍ରିଟିଶ ହାଇକୋର୍ଟରେ ହାଜର ହୋଇଥିଲା । ତେବେ ଏହି ସମୟରେ ହାତଯୋଡ଼ି ଭାରତୀୟ ବ୍ୟାଙ୍କକୁ ଟଙ୍କା ନେଇଯିବା ପାଇଁ ବାହାନା କରିଥିଲା ମାଲ୍ୟା । ରୟାଲ କୋର୍ଟ ଅଫ୍ ଜଷ୍ଟିସ  ବାହାରେ ମାଲ୍ୟା ପ୍ରତିକ୍ରିୟା ଦେଇ କହିଛି, ସେ ମୂଳଧନର ଶତ ପ୍ରତିଶତ ଭାରତୀୟ ବ୍ୟାଙ୍କ ଗୁଡ଼ିକୁ ଫେରାଇବା ପାଇଁ ପ୍ରସ୍ତୁତ ଅଛି ।  ସେହିପରି ଇଡ଼ି ଏବଂ ସିବିଆଇ ତା ସହ ଭଲ ବ୍ୟବହାର ପ୍ରଦର୍ଶନ କରୁନଥିବା କହିଥିଲା ପଳାତକ ମତ ବ୍ୟବସାୟୀ । 

କିଙ୍ଗଫିଶର ଏୟାରଲାଇନ୍ସର ପୂର୍ବତନ ମାଲିକ ୬୪ ବର୍ଷୀୟ ବିଜୟ ମାଲ୍ୟା ନାଁରେ ଅର୍ଥ ହେରଫେର ଏବଂ ଭାରତ ସହ ଧୋକା କରିଥିବା ଅଭିଯୋଗ ରହିଛି । ଯାହାର ତଦନ୍ତ ଇଡି ଓ ସିବିଆଇ କରୁଛନ୍ତି । ମାଲ୍ୟା ୯ ହଜାର କୋଟି ଟଙ୍କାର ଋଣ ଭାରତୀୟ ବ୍ୟାଙ୍କରୁ ନେଇ ଚମ୍ପଟ ମାରିଛି । 

ତେବେ ଚୋର ମୁହଁ ଟାଣ ପରି ମାଲ୍ୟା କହିଛି,  PMLA ମୁତାବକ, ସେ କୌଣସି ଅପରାଧ କରିନାହିଁ । ମାତ୍ର ଇଡି ମୋ ସମ୍ପତ୍ତି ଜବତ କରିନେଇଛି । 

ଇଡି ଉପରେ ଅଭିଯୋଗ ଆଣି ମାଲ୍ୟା କହିଛି, ଇଡି ଟଙ୍କା ନେବା ପାଇଁ ମନା କରୁଛି । ମାତ୍ର ମୁଁ ପୁରା ଟଙ୍କା ସୁଝିବା ପାଇଁ ପ୍ରସ୍ତୁତ ଅଛି । ଗତ ୪ ବର୍ଷ ଭିତରେ ମୋ ସହ ଇଡି ଓ ସିବିଆଇ ଯାହା କରିଛନ୍ତି, ତାହା ଅନୁଚିତ । 

ଆହୁରି ପଢ଼ନ୍ତୁ; ଗର୍ବର ସହ କହୁଛି, ମୁଁ ହିନ୍ଦୁ...