Advertisement
Article Detail0/zeeodisha/odisha668092
Zee OdishaOther Newsଚଳିତ ବର୍ଷ ମୌସୂମୀର ସ୍ଥିତି: କେରଳରେ ସ୍ୱାଭାବିକ, ଓଡ଼ିଶାରେ ବିଳମ୍ବ

ଚଳିତ ବର୍ଷ ମୌସୂମୀର ସ୍ଥିତି: କେରଳରେ ସ୍ୱାଭାବିକ, ଓଡ଼ିଶାରେ ବିଳମ୍ବ

ସ୍ୱାଭାବିକ ବର୍ଷା ଫଳରେ ଭଲ ହେବ କୃଷି କାର୍ଯ୍ୟ...

ଚଳିତ ବର୍ଷ ମୌସୂମୀର ସ୍ଥିତି: କେରଳରେ ସ୍ୱାଭାବିକ, ଓଡ଼ିଶାରେ ବିଳମ୍ବ

ନୂଆଦିଲ୍ଲୀ: ଚଳିତ ବର୍ଷ ବିଳମ୍ବରେ ଓଡିଶା ଛୁଇଁବ ମୌସୂମୀ। କିନ୍ତୁ ସଠିକ ସମୟରେ କେରଳ ଛୁଇଁବ। ଏଭଳି କିଛି ପୂର୍ବାନୁମାନ କରିଛି ଭାରତୀୟ ପାଣିବାଗ ବିଭାଗ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି କି, କେରଳ ଜୁନ ୧ ତାରିଖ ସୁଦ୍ଧା ଛୁଇଁବାକୁ ଥିବା ବେଳେ ଓଡ଼ିଶାରେ ୧ ରୁ ୨ ସପ୍ତାହ ବିଳମ୍ବରେ ଓଡ଼ିଶା ଛୁଇଁବ।  

ସେ ଆହୁରି ମଧ୍ୟ କହିଛନ୍ତି କି, ଦେଶରେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ହେବ। ୯୬ ରୁ ୧୦୪ ପ୍ରତିଶତ ମଧ୍ୟରେ ବର୍ଷାର ପରିମାଣ ରହିବ। ସେହିପରି ପାଣିପାଗ ବିଭାଗର ସଚିବ ମାଧବନ ରାଜୀବ କହିଛନ୍ତି କି, ଓଡ଼ିଶାକୁ ନିର୍ଦ୍ଧାରିତ ଦିନ ଠାରୁ ତିନି ଚାରି ଦିନ ବିଳମ୍ବରେ ମୌସୂମୀ ପହଞ୍ଚିବ। କେରଳରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ମୌସୂମୀ ଛୁଇଁବ। ଏପରିକି ଉତ୍ତର ଭାରତରେ ମଧ୍ୟ ସାମାନ୍ୟ ବିଳମ୍ବରେ ମୌସୂମୀ ପହଞ୍ଚିବ ବୋଲି ସେ ସୂଚନା ଦେଇଛନ୍ତି।  

ସେହିପରି ଉତ୍ତର ପୂର୍ବାଞ୍ଚଳରେ ଧାର୍ଯ୍ୟ ସମୟ ଠାରୁ ଶୀଘ୍ର ମୌସୂମୀ ଆସିବ। ଜୁଲାଇ ୮ ସୁଦ୍ଧା ଏହି ଅଞ୍ଚଳରେ ମୌସୂମୀ ଛୁଇଁବ ବୋଲି ସେ କହିଛନ୍ତି। ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ମୌସୂମୀ ସ୍ୱାଭାବିକ ହେଲେ ଚାଷ କାର୍ଯ୍ୟ ମଧ୍ୟ ବେଶ ଭଲ ହେବ। ପ୍ରମୁଖ ଚାଷ ଯଥା ଧାନ, ଗହମ, ଆଖୁ ଆଦି ଚାଷ ମଧ୍ୟ ବେଶ ଭଲ ହେବ ବୋଲି ସୂଚନା ଦେଇଛି।  

Add Zee News as a Preferred Source

 

About the Author