କୋରୋନା ଯୁଦ୍ଧରେ ମାରୁତି ସାମିଲ
Advertisement
Article Detail0/zeeodisha/odisha660170

କୋରୋନା ଯୁଦ୍ଧରେ ମାରୁତି ସାମିଲ

କୋରୋନା ଯୁଦ୍ଧରେ ଅସ୍ତ୍ର ଯୋଗାଇବ ମାରୁତି

କୋରୋନା ଯୁଦ୍ଧରେ ମାରୁତି ସାମିଲ

ନୂଆଦିଲ୍ଲୀ: ଦେଶରେ କୋରୋନା ପ୍ରଭାବ ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ତମାମ ଦେଶରେ ପ୍ରାୟ ସବୁ ରାଜ୍ୟରେ ତାର ପ୍ରଭାବ ବିସ୍ତାର କରିସାରିଲାଣି। ଦିନକୁ ଦିନ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସେପଟେ ଏହି କୋରୋନାକୁ ପ୍ରତିହତ କରିବା ପାଇଁ କୌଣସି ପ୍ରତିଷେଧକ ଟିକା ନଥିବା ବେଳେ ଏହାକୁ ପ୍ରତିହତ କରିବାରେ ସମସ୍ୟା ସୃଷ୍ଟି ହେଉଛି। 

ସେପଟେ କୋରୋନା ପାଇଁ ସମଗ୍ର ବିଶ୍ୱର ଡାକ୍ତର ଓ ବିଶେଷଜ୍ଞମାନେ ପ୍ରଚେଷ୍ଟା ଜାରି ରଖିଛି। ନିକଟରେ ଭାରତେ ଏହି କୋରୋନା ଯାଞ୍ଚ ପାଇଁ କିଟ୍ ପ୍ରସ୍ତୁତ କରିଥିବା ଭାରତୀୟ ଡାକ୍ତରମାନେ ଦାବି କରିଥିଲେ। ତେବେ କୋରୋନା ପାଇଁ ଟିକା ପ୍ରସ୍ତୁତ କରିବ ଭାରତୀୟ କାର କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ଼ ବା ଏମଏସଆଇଏଲ। 

କମ୍ପାନୀ ଭେଣ୍ଟିଲେଟର, ମାସ୍କ ଓ ଅନ୍ୟାନ୍ୟ ସୁରକ୍ଷା କବଚ  ପ୍ରସ୍ତୁତ କରିବା ପାଇଁ କିଛି କମ୍ପାନୀ ସହିତ ଚୁକ୍ତି କରିଥିବା ଜଣାପଡ଼ିଛି। କମ୍ପାନୀ ସବୁ ମାସରେ ପ୍ରାୟ ୧୦ ହଜାର ଭେଣ୍ଟିଲେଟର ପ୍ରସ୍ତୁତ କରିବାକୁ ସଂକଳ୍ପ ନିଆଯାଇଛି। ଏନେଇ ମାରୁତି ସୁଜୁକି ପକ୍ଷରୁ କୁହାଯାଇଛି ଯେ, ଭେଣ୍ଟିଲେଟର ପ୍ରସ୍ତୁତ ପାଇଁ ସମସ୍ତ ପ୍ରକାର ଯାନ୍ତ୍ରିକ ତଥା ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସହଯୋଗ ଯୋଗାଇ ଦିଆଯିବ। ଏଥିପାଇଁ ଏଜିଭିଏ ହେଲଥ କେୟାର ସହିତ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ତେବେ ଏହି ଭେଣ୍ଟିଲେଟର ପ୍ରସ୍ତୁତିରେ ସମସ୍ତ ସହଯୋଗ ମାରୁତି ପକ୍ଷରୁ କରାଯିବ ବୋଲି ସେ କହିଥିଲେ। 

ସେହିପରି ମାରୁତି ୩ପ୍ଲାଇ ମାସ୍କ ମଧ୍ୟ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ କମ୍ପାନୀ ନିଜର ଜଏଣ୍ଟ ଭେନଚ୍ୟୁୟର କୃଷ୍ଣା ମାରୁତି ଲିମିଟେଡ଼କୁ ଦାୟିତ୍ୱ ପ୍ରଦାନ କରିଛି। ଏଥିପାଇଁ ଆବଶ୍ୟକ ଅନୁମତିର ଜରୁରୀ ରହିଛି। ତେବେ ଏହି ଜରୁରୀ ଅନୁମତି ମିଳିଗଲେ କମ୍ପାନୀ କାର୍ଯ୍ୟ ଆରମ୍ଭ କରିଦେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯ଼ାଇଛି।