ଅଯୋଧ୍ୟା ରାୟ: କିଏ କ'ଣ କହୁଛନ୍ତି...
Advertisement
Article Detail0/zeeodisha/odisha594679

ଅଯୋଧ୍ୟା ରାୟ: କିଏ କ'ଣ କହୁଛନ୍ତି...

ଆସିଛି ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ । ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଛି । ସେହିପରି ମସଜିତ ନିର୍ମାଣ ପାଇଁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାମ ମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରିବାକୁ କହିଛନ୍ତି ଅଦାଲତ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଆସିଛି ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ । ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଛି । ସେହିପରି ମସଜିତ ନିର୍ମାଣ ପାଇଁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାମ ମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରିବାକୁ କହିଛନ୍ତି ଅଦାଲତ । 

ତେବେ ବହୁ ପୁରୁଣା ମାମଲା ମଧ୍ୟରୁ ଅନ୍ୟତମ ଏହି ମାମଲାର ରାୟ ଆସିବା ପରେ ବହୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟକୁ ସମସ୍ତେ ସମ୍ମାନ ଜଣାଇଛନ୍ତି । 

ଅଯୋଧ୍ୟା ରାୟ ପରେ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରାୟ ନ୍ୟାୟିକ ପ୍ରକ୍ରିୟା ଉପରେ ଲୋକଙ୍କ ବିଶ୍ୱାସକୁ ଆହୁରି ବଢାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ସମ୍ମାନର ସହ ଗ୍ରହଣ କରିଥିବାରୁ ସେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ରାୟକୁ ଐତିହାସିକ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । 

ଭାରତୀୟ ଜାତୀୟ କଂଗ୍ରେସ ରାମ ମନ୍ଦିର ନିର୍ମାଣ ସପକ୍ଷରେ ରହିଛି ବୋଲି କହିଛନ୍ତି ଦଳର ମୁଖପାତ୍ର ରଣଦୀପ ସୁର୍ଜେୱାଲା  ।

ସର୍ବୋଚ୍ଚ ଅଦାଲତଙ୍କ ରାୟରେ କାହାର ହାର ହୋଇନଥିବା କହିଛନ୍ତି ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । 

ଏକ ବିରାଟ ରାମ ମନ୍ଦିର ନିର୍ମାଣ ହେବ ବୋଲି କହିଛନ୍ତି ଯୋଗଗୁରୁ ବାବା ରାମଦେବ ।

ମାମଲାର ଶୁଣାଣୀ କରୁଥିବା ୫ ଜଣିଆ ଖଣ୍ଡପୀଠ ସହମତି ଭିତ୍ତିରେ ରାୟ ପ୍ରକାଶ କରିବା ବିଷୟକୁ ଗୁରୁତ୍ୱାରୋପ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।