ମି-ଠୁ ଛଡ଼ାଇ ନେବ ଅନୁ ମଲ୍ଲିକଙ୍କ ହଟ ସିଟ୍!
Advertisement
Article Detail0/zeeodisha/odisha593471

ମି-ଠୁ ଛଡ଼ାଇ ନେବ ଅନୁ ମଲ୍ଲିକଙ୍କ ହଟ ସିଟ୍!

ପୁଣି ମି-ଠୁ ଜାଲରେ ଅନୁ ମଲ୍ଲିକ

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଜସ୍ମିନ ରେଖା ମହାନ୍ତ, ଭୁବନେଶ୍ୱର: ସିଙ୍ଗର କମ୍ ମିଜ୍ୟୁକ୍ କମ୍ପୋଜର ଅନୁ ମଲ୍ଲିକଙ୍କ ପାଇଁ ଦିନକୁ ଦିନ ବଢିବାରେ ଲାଗିଛି  ଅଡ଼ୁଆ । ମି-ଠୁ ଭଳି ସଙ୍ଗୀନ୍ ଅଭିଯୋଗରେ ପୁଣି ଛନ୍ଦି ହୋଇଛନ୍ତି ଅନୁ ମଲ୍ଲିକ । ପୂର୍ବରୁ ତାଙ୍କ ବିରୋଧରେ ମି-ଠୁ ଭଳି ଅଭିଯୋଗ ଅନେକ ମହିଳା ଆଣିଥିଲେ । ଏବେ ପୁଣି ତାଙ୍କ ନାଁରେ ଜଣେ ମହିଳା ମି-ଠୁ ଅଭିଯୋଗ ଆଣିଛନ୍ତି । ଯାହା ଫଳରେ ଏହି ସିଙ୍ଗରଙ୍କୁ ପୁଣି ଥରେ ଇଣ୍ଡିୟାନ୍ ଆଇଡଲ ଜଜ ପଦରୁ ହଟିପାରନ୍ତି । 

ଗତବର୍ଷ ଅନୁ ମଲ୍ଲିକଙ୍କ ନାଁରେ ମି-ଠୁ ମୁଭମେଣ୍ଟ ଭଳି ଯୌନଉତ୍ପୀଡ଼ନ ଅଭିଯୋଗ ଆସିଥିଲା । ଯେଉଁଥି ପାଇଁ ତାଙ୍କୁ ଇଣ୍ଡିଆନ୍ ଆଇଡଲର ଜଜ ପଦରୁ ହଟାଯାଇଥିଲା । ଚଳିତ ବର୍ଷ ପୁଣି ଇଣ୍ଡିଆନ୍ ଆଇଡଲର ଜଜ୍ ଅଛନ୍ତି ଅନୁ ମଲ୍ଲିକ । ସୂଚନା ରହିଛି ଯେ, ଅନୁ ମଲ୍ଲିକଙ୍କୁ ସୋ'କୁ ଆଣିବା ନେଇ ମେକର୍ସଙ୍କ ମଧ୍ୟରେ ବହୁ ଆଲୋଚନା ହୋଇଥିଲା । ହେଲେ ଏବେ ପୁଣି ଅନୁ ମଲ୍ଲିକଙ୍କ ନାଁରେ ମି-ଠୁ ଅଭିଯୋଗ ଲାଗିଛି । ଯାହାକୁ ନେଇ ସୋନି ଟିଭି ପାଇଁ ଚିନ୍ତା ବଢ଼ିଯାଇଛି । ଯଦିଓ ଅନୁଙ୍କ ବିରୋଧରେ ମି-ଠୁ ଅଭିଯୋଗ ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ ଯାହା ସୂଚନା ରହିଛି ଖୁବଶୀଘ୍ର ଇଣ୍ଡିଆନ୍ ଆଇଡଲ ଜଜ୍ ପଦରୁ ହଟିପାରନ୍ତି  ଅନୁ ମଲ୍ଲିକ । କିଛିଦିନ ପୂର୍ବେ ଗାୟିକା ସୋନା ମହାପାତ୍ର ଟ୍ୱିଟ୍ କରି ଅନୁ ମଲ୍ଲିକଙ୍କ ଇଣ୍ଡିଆନ୍ ଆଇଡଲକୁ ଫେରିବାକୁ ନେଇ ଟ୍ୱିଟ୍ କରିଥିଲେ ଯେ, ବର୍ଷେ ପରେ ପୁଣି ଥରେ ସେକ୍ସୁଆଲ୍ ହାରାସର ପୁଣି ସେହି ସିଟ୍ ରେ ଆସି ବସିଯାଇଛି  ।