୧୨ ଲକ୍ଷ ଟଙ୍କା ନଷ୍ଟ କରିଦେଲା, କିନ୍ତୁ ପୋଲିସ ତାକୁ ଗିରଫ କରିବନି କି କୋର୍ଟ ଦେବନି ଦଣ୍ଡ
Advertisement
Article Detail0/zeeodisha/odisha603624

୧୨ ଲକ୍ଷ ଟଙ୍କା ନଷ୍ଟ କରିଦେଲା, କିନ୍ତୁ ପୋଲିସ ତାକୁ ଗିରଫ କରିବନି କି କୋର୍ଟ ଦେବନି ଦଣ୍ଡ

ଆସାମର ତିନିସୁକିଆରେ ଥିବା ଏସବିଆଇ ଏଟିଏମରୁ ମୂଷା ୧୨ ଲକ୍ଷ ଟଙ୍କା କାଟି ନଷ୍ଟ କରିଦେଇଥିଲା । ୨୦୧୮ ମସିହା ୧୧ ଜୁନରେ ଏହି  ଘଟଣା ବିଷୟରେ ଜଣାପଡ଼ିଥିଲା । ୨୦ ମଇରେ  ଲାଇପୁଲୀରେ ଥିବା ଏସବିଆଇ ଏଟିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ତାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ବନ୍ଦ କରି ଦେଇଥିଲେ । 

୧୨ ଲକ୍ଷ ଟଙ୍କା ନଷ୍ଟ କରିଦେଲା, କିନ୍ତୁ ପୋଲିସ ତାକୁ ଗିରଫ କରିବନି କି କୋର୍ଟ ଦେବନି ଦଣ୍ଡ

ସୁଭଦ୍ରା ବେହେରା, ନୂଆଦିଲ୍ଲୀ: ଟଙ୍କା ସମସ୍ତଙ୍କୁ ପସନ୍ଦ । ଗଚ୍ଛିତ ଧନ ହେଉ ବା ଉପାର୍ଜିତ ଧନ ସମସ୍ତଙ୍କୁ ଟଙ୍କା ପ୍ରତି ଲୋଭ ଆଉ ଆଦର ଥାଏ  । କଷ୍ଟରେ ଉର୍ପାଜିତ ଧନର ଅପଚୟ ତଥା ନଷ୍ଟ ହେଲେ ମଣିଷ ମୁଣ୍ଡରେ ହାତ ଦେଇ ବସେ । ଟଙ୍କାଟିଏ ହେଉ ଅବା ଶହେ ଟଙ୍କା । ଟଙ୍କା ମଣିଷ ପାଇଁ ବହୁତ ମୂଲ୍ୟବାନ ଆମେ ସମସ୍ତେ ଜାଣିଛୁ । ହେଲେ ଥରେ ଭାବିଲେ ଆପଣଙ୍କ ସାମ୍ନାରେ ୧୨ ଲକ୍ଷ ଟଙ୍କା ନଷ୍ଟ ହୋଇଯିବ । ସେତେବେଳେ ଆପଣଙ୍କର ଅବସ୍ଥା କଣ ହେବ ?

କିନ୍ତୁ ଅତୀତରେ ଏମିତି ଏକ ଘଟଣା ଘଟିଥିଲା ଯାହା ଏସବିଆଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ହୋସ ଉଡାଇ ଦେଇଥିଲା  । ସାମାନ୍ୟ ଗୋଟେ ମୂଷା ପାଇଁ ହଜାରେ କି ଦୁଇ ହଜାର ନୁହେଁ ବରଂ ନଷ୍ଟ ହୋଇଯାଇଥିଲା ୧୨ଲକ୍ଷ ଟଙ୍କା । ପଢ଼ନ୍ତୁ ସେହି ରିପୋର୍ଟ ବିଷୟରେ...

ଆସାମର ତିନିସୁକିଆରେ ଥିବା ଏସବିଆଇ ଏଟିଏମରୁ ମୂଷା ୧୨ ଲକ୍ଷ ଟଙ୍କା କାଟି ନଷ୍ଟ କରିଦେଇଥିଲା । ୨୦୧୮ ମସିହା ୧୧ ଜୁନରେ ଏହି  ଘଟଣା ବିଷୟରେ ଜଣାପଡ଼ିଥିଲା । ୨୦ ମଇରେ  ଲାଇପୁଲୀରେ ଥିବା ଏସବିଆଇ ଏଟିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ତାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ବନ୍ଦ କରି ଦେଇଥିଲେ । ଯେତେବେଳେ ୧୨ ଜୁନରେ ଜଣେ ଟେକ୍ନିସିଆନ ଏଟିଏମ ସଜାଡିପାଇଁ ଆସିଥିଲେ, ଏଟିଏମ ଭିତରର ଦୃଶ୍ୟ ଦେଖି ତାଙ୍କ ହୋସ ଉଡ଼ିଯାଇଥିଲା । କାହିଁକି ନା ଏଟିଏମ ଭିତରେ ଥିବା ଟଙ୍କା ରଦ୍ଦି ବନିଯାଇଥିଲା ।

ସେ ତୁରନ୍ତ ଏହି ଘଟଣା ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ବ୍ୟାଙ୍କ ଅଧିକାରୀଙ୍କ ସୂଚନା ଅନୁସାରେ ମୂଷା ପାଖାପାଖି ୧୨ଲକ୍ଷ ୩୮ ହଜାର ଟଙ୍କା କାଟି ଗୁଣ୍ଡ କରିଦେଇଥିଲା । ଏକ ରିପୋର୍ଟ ଅନୁସାରେ ଏହି ଏଟିଏମର ଦେଖାରଖା ଏବଂ ଟଙ୍କା ଡିପୋଜିଟ କାମ ଗ୍ଲୋବାଲ ବିଜନେସ ସଲ୍ୟୁସନ ନାମକ ଏକ କମ୍ପାନୀ କରିଥାଏ । କମ୍ପାନୀ ୧୯ ମଇରେ ଏହି ଏଟିଏମରେ ୨୯ ଲକ୍ଷ ଟଙ୍କା ଜମା କରିଥିଲା । ଯାହା ପର ଦିନ ଏଟିଏମଟି ଖରାପ ହୋଇଯାଇଥିଲା । ୧୨ ଲକ୍ଷ ଟଙ୍କା ମୂଷା ଗୁଣ୍ଡ କରିଦେଇଥିବା ବେଳେ ବାକି ୧୭ ଲକ୍ଷ ଟଙ୍କା ସୁରକ୍ଷିତ ଥିଲା ।

ଯଦି ମେସିନ ଖରାପ ହେବାର କିଛି ଘଣ୍ଟା ଭିତରେ ସଜାଡି ଦିଆଯାଇଥାନ୍ତା ତା ହେଲେ ଏତେ ବଡ଼ କ୍ଷତି ହୋଇନଥାନ୍ତା । ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଥାନାରେ ଏକ ମାମଲା ଦାଏର ହୋଇଥିଲା ।