ଚିଲିକାରେ ବିଦେଶୀ ପକ୍ଷୀଙ୍କ ସାମାଗମ
Advertisement
Article Detail0/zeeodisha/odisha617761

ଚିଲିକାରେ ବିଦେଶୀ ପକ୍ଷୀଙ୍କ ସାମାଗମ

ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ହେବା ସହ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସାମଗମ ବୃଦ୍ଧି ପାଇଛି । ବିଦେଶୀ ପକ୍ଷୀଙ୍କ ସହ ତାଳ ଦେଇ ଚିଲିକାକୁ ବୃଦ୍ଧି ପାଉଛି ପର୍ଯ୍ୟଟକଙ୍କ ସଂଖ୍ୟା । ଚିଲିକା ବଡ଼କୂଳ ଠାରେ ଗଢି ଉଠିଥିବା ଦେଶୀ ଡଙ୍ଗା ସଂଘ ପକ୍ଷରୁ ଜଳକ୍ରୀଡ଼ା ପାଇଁ  ଉତ୍ତମ ସୁବିଧା ଓ ସହଯୋଗ ଯୋଗାଇ ଦିଆଯାଉଛି । ଦେଶ ବିଦେଶର ପର୍ଯ୍ୟଟକ ଆନନ୍ଦରେ ଚିଲିକାର ନୀଳ ଜଳରାଶିରେ ଜଳକ୍ରୀଡ଼ା କରୁଛନ୍ତି । 

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ହେବା ସହ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସାମଗମ ବୃଦ୍ଧି ପାଇଛି । ବିଦେଶୀ ପକ୍ଷୀଙ୍କ ସହ ତାଳ ଦେଇ ଚିଲିକାକୁ ବୃଦ୍ଧି ପାଉଛି ପର୍ଯ୍ୟଟକଙ୍କ ସଂଖ୍ୟା । ଚିଲିକା ବଡ଼କୂଳ ଠାରେ ଗଢି ଉଠିଥିବା ଦେଶୀ ଡଙ୍ଗା ସଂଘ ପକ୍ଷରୁ ଜଳକ୍ରୀଡ଼ା ପାଇଁ  ଉତ୍ତମ ସୁବିଧା ଓ ସହଯୋଗ ଯୋଗାଇ ଦିଆଯାଉଛି । ଦେଶ ବିଦେଶର ପର୍ଯ୍ୟଟକ ଆନନ୍ଦରେ ଚିଲିକାର ନୀଳ ଜଳରାଶିରେ ଜଳକ୍ରୀଡ଼ା କରୁଛନ୍ତି । 

ଚାଲିଛି ପିକନିକ୍ ଋତୁ । ତେଣୁ ଖୋର୍ଦ୍ଧା ଜିଲ୍ଲାର ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼ ଜମୁଛି । ଚିଲିକାର ବଡ଼କୂଳ ଠାରେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ବେଶ ଭିଡ଼ ଜମୁଛି । ନିଳାମ୍ବୁ ଚିଲିକାର ନୀଳ ଜଳରାଶିରେ ଜଳ କ୍ରୀଡ଼ା କରୁଛନ୍ତି ପର୍ଯ୍ୟଟକ । ପକ୍ଷୀ ଅଭୟାରଣ୍ୟ ନଳବଣ, ମା କାଳିଜାଈ, ଡଲଫିନ ଓ ଚଢେଇହଗା ପର୍ବତ ଦେଖିବାର ସୁଯୋଗକୁ କେହି ବି ହାତଛଡ଼ା କରନ୍ତି ନାହିଁ । 

ସେପଟେ ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବା ପାଇଁ ୱାଟରବୋଟ୍ କମ୍ପ୍ଲେକ୍ସ ଖୋଲାଯାଇଛି । ଯାହାର ମଜା ପର୍ଯ୍ୟଟକ ଉଠାଇବା ସହ ରାଜ୍ୟ ସରକାର ଓ ପର୍ଯ୍ୟଟନ ବିଭାଗକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଭାରତର ସର୍ବବୃହତ ପକ୍ଷୀ ଅଭୟାରଣ୍ୟ ଚିଲିକାରେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି । ସେପଟେ ନୌବିହାର କରୁଥିବା ସମୟରେ ପ୍ରତ୍ୟେକ ପର୍ଯ୍ୟଟକ ଲାଇଫ ଜ୍ୟାକେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଡଙ୍ଗାରେ ଯାତ୍ରା କରିବା ପୂର୍ବରୁ ଗାଇଡ଼ ପର୍ଯ୍ୟଟକଙ୍କୁ  ସମସ୍ତ ପ୍ରକାର ନିୟମ ବୁଝାଉଛନ୍ତି । ସେହିପରି କୌଣସି ଅଘଟଣକୁ ଏଡାଇବା ପାଇଁ ଆସୋସିଏସନ ପକ୍ଷରୁ ମୋବାଇଲ ବୋଟର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରିବାକୁ ପର୍ଯ୍ୟଟକ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ; ଆଜିଠୁ CDS ଦାୟିତ୍ୱ ବିପିନଙ୍କ ହାତରେ, ମିଳିବ Single point order ଦେବା ଅଧିକାର