ଆଜିଠୁ CDS ଦାୟିତ୍ୱ ବିପିନଙ୍କ ହାତରେ, ମିଳିବ Single point order ଦେବା ଅଧିକାର
କ'ଣ ଏହି Single point order ?
Trending Photos
)
ନୂଆଦିଲ୍ଲୀ: ଦେଶର ପ୍ରଥମ ସିଡିଏସ ହୋଇଛନ୍ତି ଜେନେରାଲ ବିପିନ ରାୱତ । ଏହି ପଦରେ ଅବସ୍ଥାପିତ ହେବା ପରେ ହିଁ ତାଙ୍କ ପାଖରେ ସମସ୍ତ ୩ ସେନାକୁ ଆଦେଶ ଜାରି କରିବାର ଅଧିକାର ମିଳିଯାଇଛି । ସେନାର ୩ ଅଙ୍ଗ(ସ୍ଥଳ, ନୌ ଏବଂ ବାୟୁ) ମଧ୍ୟରେ ଉଚିତ ସମନ୍ୱୟ ରକ୍ଷା କରିବା କ୍ଷେତ୍ରରେ ସିଡିଏସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ଏହା ବ୍ୟତୀତ ଯୁଦ୍ଧ ସମୟରେ ସିଙ୍ଗଲ ପଏଣ୍ଟ ଅର୍ଡର ମଧ୍ୟ ଦେଇପାରିବେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ) ।
ଏବେ ସିଡିଏସଙ୍କ ନିୟନ୍ତ୍ରଣରେ ରହିବ ୩ ସେନା । ସମସ୍ତ ୩ ସେନା ପାଇଁ ଗୋଟିଏ ହିଁ ଆଦେଶ ଜାରି ହେବ । ସାଇବର ଏବଂ ସ୍ପେଶ କମାଣ୍ଡ ମଧ୍ୟ ସିଡିଏସ ଦେବେ । କାରଗିଲ ଯୁଦ୍ଧ ପରେ ଗଠିତ ହୋଇଥିବା କମିଟି ସିଡିଏସ ଗଠନ ପାଇଁ ସୁପାରିଶ କରିଥିଲେ । ସେନା ମଧ୍ୟରେ ତଳମେଳର ଅଭାବ କାରଗିଲ ଯୁଦ୍ଧ ସମୟରେ ଦେଖିବାକୁ ମିଳିଥିଲା । ଆଉ ଏହାକୁ ବିଚାରକୁ ନେଇ ସିଡିଏସ ପାଇଁ ସୁପାରିଶ କରିଥିଲା ଏହି କମିଟି ।
ଗତ ଅଗଷ୍ଟ ୧୫ ତାରିଖରେ ଏହି ପଦବୀ ସୃଷ୍ଟି ପାଇଁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା । ଯାହାର ରିପୋର୍ଟ ପରେ ସିଡିଏସ ନିଯୁକ୍ତି ନେଇ ପଥ ପରିଷ୍କାର ହୋଇଥିଲା ।
ଆଜିଠୁ ଦାୟିତ୍ୱ ନେବେ ପ୍ରଥମ ସିଡିଏସ
ବିପିନ ରାୱତ ଆଜି ସେନାଧ୍ୟକ୍ଷ ପଦରୁ ଅବସର ନେଇଛନ୍ତି । ତାଙ୍କ ସ୍ଥାନରେ ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନୂଆ ସେନାଧ୍ୟକ୍ଷ ଭାବରେ ଦାୟିତ୍ୱ ନେବେ । ସେହିପରି ସିଡିଏସ ଭାବରେ ଆଜିଠୁ କାର୍ଯ୍ୟଭାର ଗ୍ରହଣ କରିବେ ବିପିନ ରାୱତ ।
Delhi: India’s first Chief of Defence Staff General Bipin Rawat receives his farewell Guard of Honour as the Army Chief at South Block. pic.twitter.com/bfpsdbbK1K
— ANI (@ANI) December 31, 2019
ଆହୁରି ପଢ଼ନ୍ତୁ; ୨୦୧୯ର ଦୁଇ ଚର୍ଚ୍ଚିତ ପୁତୁରା, ସସପେନ୍ସ କାହାଣୀ
More Stories