୧ ତାରିଖରୁ ଆରମ୍ଭ ହୋଇଥିବା 'ମୋ ଧାମ ମୋ ଗର୍ବ' ଅଭିଯାନର ସଚେତନତା ସପ୍ତାହ ସଫଳ ହୋଇଛି। ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଘରଘର ବୁଲି ଦସ୍ତଖତ ଅଭିଯାନ ମାଧ୍ୟମରେ ସହରବାସୀଙ୍କୁ କରାଇଛନ୍ତି ଶପଥ।
Trending Photos
ସଞ୍ଜୟ ମହାପାତ୍ର, ପୁରୀ: ୧ ତାରିଖରୁ ଆରମ୍ଭ ହୋଇଥିବା 'ମୋ ଧାମ ମୋ ଗର୍ବ' ଅଭିଯାନର ସଚେତନତା ସପ୍ତାହ ସଫଳ ହୋଇଛି। ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଘରଘର ବୁଲି ଦସ୍ତଖତ ଅଭିଯାନ ମାଧ୍ୟମରେ ସହରବାସୀଙ୍କୁ କରାଇଛନ୍ତି ଶପଥ। ସେପଟେ ଆଜିଠାରୁ ସହରର ସ୍ୱଚ୍ଛତା ଉପର ନିଆଯିବ ବଳିଷ୍ଠ ପଦକ୍ଷେପ। ସହରରେ ଅଳିଆ ଭୁମି ସ୍ପର୍ଶ ଯେଭଳି ନକରେ ସେନେଇ ପ୍ରଥମେ ସରକାରୀ ଅଫିସରୁ ଆରମ୍ଭ ହେବ ସ୍ୱତନ୍ତ୍ର ଡ୍ରାଇଭ। ଅଫିସ ଅଳିଆ ହେଲେ ଅଫିସର ପାଇବେ ଦଣ୍ଡ।
ସେପଟେ ଏଭଳି ଅଭିଯାନକୁ ସଫଳ କରିବା ପାଇଁ ଆଜି ପୁରୀ ବ୍ଲୁ ଫ୍ଲାଗ ବିଚରେ ନିଆଯାଇଛି ବଜ୍ର ଶପଥ। ବନ୍ଦେ ଉତ୍କଳ ଜନନୀ ଜାତୀୟ ସଂଗୀତର ତାଳେତାଳେ ବାଜୁଥିଲା ପୁଲିସର ବ୍ଯାଣ୍ଡ । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସ୍ୱଚ୍ଛ ସାଥି ଓ ସହରବାସୀଙ୍କୁ କରାଇଥିଲେ ଶପଥ। ସେପଟେ ଏହି ଉତ୍ସବରେ ସହରବାସୀଙ୍କ ଦସ୍ତଖତକୁ ପ୍ରଦର୍ଶିତ କରାଯାଇଥିଲା। ତେବେ ପୁରୀ ଧାମକୁ ବିଶ୍ୱସ୍ତରୀୟ ଐତିହ୍ୟ ଧାମରେ ପରିଣତ କରିବା ପାଇଁ ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପ ପ୍ରଶଂସନୀୟ। ଏଥିପାଇଁ ସରକାର ସବୁପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରସ୍ତୁତ ବୋଲି ପ୍ରତିଶ୍ରୁତି ଦେଲେ ମନ୍ତ୍ରୀ। ପୁରୀ ବିଧାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ କାର୍ଯ୍ଯକ୍ରମର ପରିଚାଳନା କରିଥିଲେ ଜିଲ୍ଲାପାଳ।,,
ଅକ୍ଟୋବର ୩୧ରେ "ମୋ ଧାମ ମୋ ଗର୍ବ" ଅଭିଯାନ ନେଇ ସୂଚନା ଦେଇଥିଲା ପୁରୀ ଜିଲ୍ଲା ପ୍ରଶାସନ। ନଭେମ୍ବର ୧ ତାରିଖ ଠାରୁ ଆରମ୍ଭ ହୋଇଥିଲା ସଚେତନତା ସପ୍ତାହ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଗୋବର୍ଦ୍ଧନ ମଠରେ ଏହାର ଲୋଗୋ ଓ ଟ୍ଯାଗଲାଇନ ଉନ୍ମୋଚନ କରିଥିଲେ ଜଗଦଗୁରୁ ଶଂକରାଚାର୍ଯ୍ଯ ନିଶ୍ଚଳାନନ୍ଦ ସରସ୍ୱତୀ। ସହରରେ ଅଳିଆ ଓ ଆବର୍ଜନାକୁ କିଭଳି ଭୂମୀ ସ୍ପର୍ଶ କରାଇ ଦିଆନଯିବ ସେଥିନେଇ ଘରଘର ବୁଲି ପୁରୀବାସୀଙ୍କ ଠାରୁ ନିଆଗଲା ଦସ୍ତଖତ। ଏହାକୁ ସଫଳ କରିବା ପାଇଁ ସୋସିଆଲ ମିଡିଆ, ୱଲ ପେଣ୍ଟିଂ ଉପରେ ଗୁରୁତ୍ୱ ଦିଆଗଲା। ଏଭଳି ନିଆରା କାର୍ଯ୍ୟକ୍ରମରେ ସବୁବର୍ଗର ବ୍ଯକ୍ତି ବିଶେଷଙ୍କୁ ସାମିଲ କରାଗଲା।
ପ୍ରଶାସନ ସହିତ ମିଶି ସମସ୍ତେ ସହରର ଗଳିକନ୍ଦିରେ ବୁଲିବୁଲି ଅଳିଆ ଆବର୍ଜନା ସଫାକଲେ। ଫଳରେ ଏକ ସପ୍ତାହ ମଧ୍ୟରେ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ସହଜ ହୋଇପାରିଲା । ଏବେଠୁଁ ଆରମ୍ଭ ହେବ ସ୍ୱତନ୍ତ୍ର ଡ୍ରାଇଭ। ସରକାରୀ କାର୍ଯ୍ଯାଳୟ ଉପରେ ରହିବ କଡା ନଜର। ଅଫିସ ଅଳିଆ ହେଲେ ଅଫିସର ପାଇବେ ଦଣ୍ଡ। ସେପଟେ ସଚେତନତା ସପ୍ତାହକୁ ସହଯୋଗ କରିଥିବାରୁ ସଫେଇରେ ନିୟୋଜିତ ସ୍ୱଚ୍ଛସାଥି ଓ ପୁରୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାପାଳ। ସହର ସ୍ୱଚ୍ଛ ଓ ସୁନ୍ଦର ରହିଲେ ପୁରୀକୁ ଆସୁଥିବା ପର୍ଯ୍ଯଟକଙ୍କ ନିକଟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ ବୋଲି କହିଛନ୍ତି ପୁରୀ ବିଧାୟକ।
ସେପଟେ ଏଭଳି ଅଭିଯାନକୁ ସଫଳ କରିବା ପାଇଁ ଆଜି ପୁରୀ ବ୍ଲୁଫ୍ଲାଗ ବିଚରେ ନିଆଯାଇଛି ବଜ୍ର ଶପଥ। ବନ୍ଦେ ଉତ୍କଳ ଜନନୀ ଜାତୀୟ ସଂଗୀତର ତାଳେତାଳେ ବାଜୁଥିଲା ପୁଲିସର ବ୍ଯାଣ୍ଡ । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସ୍ୱଚ୍ଛ ସାଥି ଓ ସହରବାସୀଙ୍କୁ କରାଇଥିଲେ ଶପଥ। ସେପଟେ ଏହି ଉତ୍ସବରେ ସହରବାସୀଙ୍କ ଦସ୍ତଖତକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା। ତେବେ ପୁରୀ ଧାମକୁ ବିଶ୍ୱସ୍ତରୀୟ ଐତିହ୍ୟ ଧାମରେ ପରିଣତ କରିବା ପାଇଁ ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପ ପ୍ରଶଂସନୀୟ। ଏଥିପାଇଁ ସରକାର ସବୁପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ,,,
ତେବେ ପ୍ରଶାସନର ଏଭଳି ନିଆରା କାର୍ଯ୍ୟକ୍ରମ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢି ତୋଳିବାରେ କେତେଦୁର ସଫଳ ହୋଇପାରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର।