ଲିଟର ପିଛା ୩ ଟଙ୍କା ବଢିଲା କ୍ଷୀର ଦାମ, ଆସନ୍ତାକାଲିଠୁ ଲାଗୁହେବ ନୂଆ ଦର
Advertisement

ଲିଟର ପିଛା ୩ ଟଙ୍କା ବଢିଲା କ୍ଷୀର ଦାମ, ଆସନ୍ତାକାଲିଠୁ ଲାଗୁହେବ ନୂଆ ଦର

ବିଭିନ୍ନ ରାଜ୍ୟରେ ବିଭିନ୍ନ କାରଣରୁ କ୍ଷୀର ଉତ୍ପାଦନ ହ୍ରାସ ପାଇଥିବାରୁ ଦରଦାମ ବୃଦ୍ଧି କରାଯାଇଥିବା ଡାଇରୀ ମିଲ୍କ କହିଛି

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ଶନିବାର ମୋଦର ଡେରୀ, ଦିଲ୍ଲୀ ଏନସିଆରରେ(Delhi-ncr) କ୍ଷୀର ଲିଟର ପିଛା ୩ଟଙ୍କା ବୃଦ୍ଧି କରିଛି । ଟୋନ୍ଡ ଭେଣ୍ଡେଡ କ୍ଷୀରର ଦାମ ୨ଟଙ୍କା ବଢ଼ି ଲିଟର ପିଛା ୪୨ ଟଙ୍କା ହୋଇଛି । ଟୋନ୍ଡ ଓ ଡବଲ ଟୋନ୍ଡର ମଧ୍ୟ ଲିଟର ପିଛା ଦାମ ୩ ଟଙ୍କାକୁ ବୃଦ୍ଧି କରାଯାଇ ୪୫ ଓ ୩୯ ଟଙ୍କା କରାଯାଇଛି ।

ଫୁଲ କ୍ରିମ କ୍ଷୀରର ଦାମ ମଧ୍ୟ ୨ଟଙ୍କା ବଢି ଲିଟର ପିଛା ୫୫  ଟଙ୍କା ହୋଇଛି ଓ ହାଫ ଲିଟରର ଦାମ ୨୭ରୁ ୨୮କୁ ବଢିଛି । ଗାଈ କ୍ଷୀରର ଦାମ ମଧ୍ୟ ୩ ଟଙ୍କା ବଢାଯାଇ ୪୭ ଟଙ୍କା କରାହୋଇଛି । ନୂତନ ବର୍ଦ୍ଧିତ ଦର ଆସନ୍ତା ଡିସେମ୍ୱର ୧୫ ତାରିଖରୁ ଲାଗୁ ହେବ । 

ବିଭିନ୍ନ ରାଜ୍ୟରେ ବିଭିନ୍ନ କାରଣରୁ କ୍ଷୀର ଉତ୍ପାଦନ ହ୍ରାସ ପାଇଥିବାରୁ ଦରଦାମ ବୃଦ୍ଧି କରାଯାଇଥିବା ଡାଇରୀ ମିଲ୍କ କହିଛି । ଚଳିତ ବର୍ଷର ଡେରିରେ ମନସୁନ ଆସିବା, ବିଭିନ୍ନ ଜାଗାରେ ବାତ୍ୟା ଓ ବନ୍ୟାସ୍ଥିତି ପାଇଁ ଉତ୍ପାଦନ ହ୍ରାସ ପାଇଥିବା କହିଛି ଡାଇରୀ ମିଲ୍କ ।

ଡାଇରୀ ମିଲ୍କ ପରି The Gujrat Cooperative Milk Marketing federation(GCMMF) ର ବ୍ରାଣ୍ଡ ଅମୁଲ କମ୍ପାନୀ ମଧ୍ୟ କ୍ଷୀର ଦାମ ବୃଦ୍ଧି କରିବା ପାଇଁ ଶନିବାର ନିଷ୍ପତ୍ତି ନେଇଛି । ଲିଟର ପିଛା ୨ଟଙ୍କା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି କମ୍ପାନୀ । ଗୁଜୁରାଟ,  ଦିଲ୍ଲୀ ଏନସିଆରେ(Delhi-ncr), ପଶ୍ଚିମବଙ୍ଗ, ମୁମ୍ୱାଇ, ମହାରାଷ୍ଟ୍ର ଆଦି ରାଜ୍ୟରେ ଡିସେମ୍ୱର ୧୫ ତାରିଖରୁ ନୂତନ ବର୍ଦ୍ଧିତ ଦର ଲାଗୁ ହେବ । ଅଫିସିଆଲ ଷ୍ଟେଟମେଣ୍ଟ ହିସାବରେ ଅମୁଲ ଗୋଲ୍ଡର ଦାମ ହାଫ ଲିଟରକୁ ୨୮ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଅମୁଲ ତାଜାର ଦାମ ୨୨ ଟଙ୍କା କରାଯାଇଛି । ହେଲେ ଅମୁଲ ଶକ୍ତିର ଦାମ ଅପରିବର୍ତ୍ତିତ ରହିଛି । ପୂର୍ବରୁ ଥିବା ଦାମ ୨୫ ଟଙ୍କା ଅପରିବର୍ତ୍ତିତ ରହିଛି । 

ଉଭୟ ଡାଇରୀ ମିଲ୍କ ଓ ଅମୁଲର ବର୍ଦ୍ଧିତ ଦର ଓଡ଼ିଶାରେ ବଢିବା ନେଇ କୌଣସି ସୂଚନା ନାହିଁ ।