Nagaland Incident: କାହିଁକି ହୋଇଥିଲା ଗୁଳିକାଣ୍ଡ? କାରଣ କହିଲେ କେନ୍ଦ୍ର ଗୃହମନ୍ତ୍ରୀ
Advertisement
Article Detail0/zeeodisha/odisha1041997

Nagaland Incident: କାହିଁକି ହୋଇଥିଲା ଗୁଳିକାଣ୍ଡ? କାରଣ କହିଲେ କେନ୍ଦ୍ର ଗୃହମନ୍ତ୍ରୀ

ନାଗାଲ୍ୟାଣ୍ଡ ଗୁଳିକାଣ୍ଡ ଘଟଣାର ତଦନ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିବା ଗୃହ ମନ୍ତ୍ରଳାଳୟ ପକ୍ଷରୁ କୁହାଯାଇଛି। 

Nagaland Incident: କାହିଁକି ହୋଇଥିଲା ଗୁଳିକାଣ୍ଡ? କାରଣ କହିଲେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଗତ ଶନିବାର ନାଗାଲ୍ୟାଣ୍ଡ ଠାରେ ହୋଇଥିବା ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ସେ ସଦିଗ୍ଧ ଆଶଙ୍କାରେ ଏହି ଗୁଳିକାଣ୍ଡ ହୋଇଛି। ଏ ଘଟଣାକୁ ନେଇ କେନ୍ଦ୍ର ସରକାର ଦୁଃଖିତ ଏବଂ ମୃତକଙ୍କ ପରିବାରକୁ ସମବେଦନା ଜଣାଉଛନ୍ତି। ନାଗାଲ୍ୟାଣ୍ଡ ଗୁଳିକାଣ୍ଡ ଘଟଣାର ତଦନ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ମାସେ ମଧ୍ୟରେ ତଦନ୍ତ ପ୍ରକ୍ରିୟା ଶେଷ ହେବ ବୋଲି ଲୋକସଭାରେ ଜଣାଇଛନ୍ତି ଗୃହମନ୍ତ୍ରୀ ଶାହ। 

ଦେଶର ପୂର୍ବୋତ୍ତର ରାଜ୍ୟରେ ଭବିଷ୍ୟତରେ ହେବାକୁ ଥିବା ବିଦ୍ରୋହୀ ଦମନ ଅଭିଯାନ ବେଳେ ଯେପରି ଏଭଳି ଘଟଣାର ପୁନରାବୃତ୍ତି  ନହୁଏ ସେ ନେଇ  ନିଶ୍ଚିତ କରିବାକୁ ବିଭିନ୍ନ ଏଜେନ୍ସି ଉଦ୍ଦେଶ୍ୟରେ କୁହାଯାଇଛି। ନାଗାଲ୍ୟାଣ୍ଡ ଗୁଳିକାଣ୍ଡ ଘଟଣାରେ ଉଚ୍ଚସ୍ତରୀୟ ଯାଞ୍ଚ ଆରମ୍ଭ ହୋଇଯାଇଛି। ଏନେଇ ଖବର ମିଳିବା ପରେ କେନ୍ଦ୍ର ସରକାର ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟ ଶାସନ ସଚିବ ଏହଂ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରିଥିଲେ। ଅନ୍ୟପଟେ ଗୃହମନ୍ତ୍ରଣାଳୟ ପକ୍ଷରୁ ତତ୍କାଳ ପୂର୍ବୋତ୍ତର ପ୍ରଭାରୀ ଅତିରିକ୍ତ ସଚିବଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ପରିସ୍ଥିତି ଉପରେ କେନ୍ଦ୍ର ସରକାର ସତର୍କ ନଜର ରଖିବା ସହ ସେଠାକାର ସ୍ଥିତି ବାବଦରେ ସମୀକ୍ଷା କରିଛନ୍ତି।

Also Read: Manipur Attack ଘଟଣାରେ ସାମ୍ନାକୁ ଆସିଲା China Link; ଉଗ୍ରବାଦୀଙ୍କୁ ସମର୍ଥନ କରିବାକୁ ଘୋଷଣା

ଗତ ଶନିବାର ଦେଶର ପୂର୍ବୋତ୍ତର ରାଜ୍ୟ ନାଗାଲାଣ୍ଡ ଠାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ୧୪ ସାଧାରଣ ନାଗରିକଙ୍କ ସହ ଜଣେ ସୈନିକ ପ୍ରାଣ ହରାଇଥିଲେ। ଭୁଲ ତଥ୍ୟ ଦେଶର ପୂର୍ବୋତ୍ତର ଭାଗରେ ସକ୍ରିୟ ରହିଥିବା ବିଦ୍ରୋହୀଙ୍କୁ ଦମନ କରିବାକୁ ଯାଇ ପାରା ଏସଏଫ କମାଣ୍ଡ ଅପରେସନ୍ ଘଟଣାରେ ସାଧାରଣ ଲୋକ ପ୍ରାଣ ହରାଇବା ଘଟଣାରେ ଜଣେ ମେଜର ଜେନେରାଲ ପଦବୀର ଜଣେ ଅଧିକାରୀଙ୍କ ନେତୃତ୍ୱରେ ଅନୁସନ୍ଧାନ ଆରମ୍ଭ ହୋଇଯାଇଛି। 

Also Read: Manipur ଆକ୍ରମଣର ବଦଲା ନେଲା Assam Rifles; କାର୍ଯ୍ୟାନୁଷ୍ଠାନରେ ୩ NSCN-KYA ଉଗ୍ରବାଦୀ ମୃତ

ଗତ ଶନିବାର ବିଦ୍ରୋହୀ ଦମନ କରିବା ପାଇଁ ଆସାମରୁ ନାଗଲାଣ୍ଡ ମୋନ ଜିଲ୍ଲାରେ ପହଞ୍ଚିଥିଲା ପାରା ଏସଏଫ ୟୁନିଟ। ଏନେଇ ସୁରକ୍ଷାବଳକୁ ମିଳିଥିବା ଖବର ଅନୁସାରେ ପ୍ରତିବନ୍ଧିତ ସଙ୍ଗଠନ ଏନଏସସିଏନକେ ଗୋଷ୍ଠୀର କେତେକ ଉଗ୍ରବାଦୀ (NSCN-K Insurgent) ଏବଂ ଏହା ସହିତ ଜଡିତ ଓଭର ଗ୍ରାଉଣ୍ଡ ୱାର୍କର (Over Ground Worker) ଏକ ଗାଡିରେ କୌଣସି ସ୍ଥାନକୁ ଯାତ୍ରା କରୁଥିଲେ।

Also Read: ସୁରକ୍ଷା ବାହିନୀକୁ ବଡ ସଫଳତା: ସେନା କାର୍ଯ୍ୟାନୁଷ୍ଠାନରେ ଟଳିପଡିଲେ ୮ ଆତଙ୍କବାଦୀ

କମାଣ୍ଡ ଅପରେସନ ବାବଦରେ ଖବର ପାଇବା ପରେ ଉଗ୍ରବାଦୀ ଏକ ଗାଡିରେ କୋଇଲା ଖଣିରେ କାମ କରୁଥିବା ଶ୍ରମିକଙ୍କୁ ବସାଇ ଦେଇଥିଲେ। ଯଦି ସେହି ଗାଡି଼ରେ ଶ୍ରମିକ ଯାତ୍ରା କରୁଥିଲେ ତାହେଲେ ପାରା ଏସଏଫ ୟୁନିଟ କିପରି ବିନା ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଏବଂ ସୁରକ୍ଷାବଳ ପାଖରେ ଏଭଳି ଭୁଲ ତଥ୍ୟ କିଏ ପହଞ୍ଚାଇଲା ସେ ନେଇ ସେନା ଦ୍ୱାରା କୋର୍ଟ ଅଫ ଇନକ୍ୱାରୀ (Army Court of Inquiry) ଆରମ୍ଭ ହୋଇଯାଇଛି।