ଶିବସେନା ଭିତରେ ନୂଆ ଆଶା ସଞ୍ଚାର କଲା ଏନସିପି, ହେଲେ ଏହି ସର୍ତ୍ତରେ...
Advertisement

ଶିବସେନା ଭିତରେ ନୂଆ ଆଶା ସଞ୍ଚାର କଲା ଏନସିପି, ହେଲେ ଏହି ସର୍ତ୍ତରେ...

ମହାରାଷ୍ଟ୍ର ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି . ଦିନକୁ ଦିନ ଏହା ଆହୁରି ରୋଚକୀୟ ମୋଡ ନେଉଛି . ନେତୃତ୍ୱକୁ ନେଇ ବିଜେପି-ଶିବସେନା ଭିତରେ ଛକାପଞ୍ଝା ଜାରିରହିଛି . ଅନ୍ୟପଟେ ଏବେ ପୁଣିଥରେ ସରକାର ଗଠନରେ ସମର୍ଥନ ଦେବା ନେଇ ଶିବସେନା ଭିତରେ ଆଶା ସଞ୍ଚାର କରିଛି ଏନସିପି . ହେଲେ ଏଥିପାଇଁ ଏକପ୍ରକାର ସର୍ତ୍ତ ରଖିଲା ପରି ବୟାନ ଦେଇଛନ୍ତି ଏନସିପିର ମୁଖପାତ୍ର ନୱାବ ମଲ୍ଲିକ . ଅନ୍ୟପଟେ ଆଜି ବି ଦଳର ମୁଖପତ୍ର ସାମନାରେ ବିଜେପି ଉପରେ ଜୋରଦାର ବର୍ଷିଛି ଶିବସେନା . 

ଫାଇଲ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି . ଦିନକୁ ଦିନ ଏହା ଆହୁରି ରୋଚକୀୟ ମୋଡ ନେଉଛି . ନେତୃତ୍ୱକୁ ନେଇ ବିଜେପି-ଶିବସେନା ଭିତରେ ଛକାପଞ୍ଝା ଜାରିରହିଛି . ଅନ୍ୟପଟେ ଏବେ ପୁଣିଥରେ ସରକାର ଗଠନରେ ସମର୍ଥନ ଦେବା ନେଇ ଶିବସେନା ଭିତରେ ଆଶା ସଞ୍ଚାର କରିଛି ଏନସିପି . ହେଲେ ଏଥିପାଇଁ ଏକପ୍ରକାର ସର୍ତ୍ତ ରଖିଲା ପରି ବୟାନ ଦେଇଛନ୍ତି ଏନସିପିର ମୁଖପାତ୍ର ନୱାବ ମଲ୍ଲିକ . ଅନ୍ୟପଟେ ଆଜି ବି ଦଳର ମୁଖପତ୍ର ସାମନାରେ ବିଜେପି ଉପରେ ଜୋରଦାର ବର୍ଷିଛି ଶିବସେନା . 

ବିରୋଧୀ ଦଳର ଦାୟିତ୍ୱ ତୁଲାଇବା ପାଇଁ ଆମକୁ ଜନାଦେଶ ଆସିଛି . ତେଣୁ ଆମେ ବିରୋଧୀ ଦଳ ଆସନରେ ବସିବୁ . ଶୁକ୍ରବାର ଏମିତି କିଛି ବୟାନ ଦେଇଥିଲେ ଏନସିପି ମୁଖ୍ୟ ଶରତ ପାୱାର . ଫଳରେ ଏନସିପି ଏବଂ କଂଗ୍ରେସ ସମର୍ଥନରେ ଶିବସେନା ଯେଉଁ ସରକାର ଗଢିବା ସ୍ୱପ୍ନ ଦେଖୁଥିଲା, ସେଥିରେ ଗୋଟିଏ ପ୍ରକାର ପୁନଚ୍ଛେଦ ପଡିଥିଲା . ହେଲେ ଏବେ ପୁଣିଥରେ ଶିବସେନା ଭିତରେ ଆଶା ସଞ୍ଚାର କରିଛି ଏନସିପି . ଦଳର ମୁଖପାତ୍ର ନୱାବ ମଲ୍ଲିକଙ୍କ ଟ୍ୱିଟ ହିଁ ଏପରି କିଛି କହୁଛି . 

ନିଜ ଟ୍ୱିଟରେ ସେ ଶିବସେନାର ଆଭିମୁଖ୍ୟ କଣ, ତାହା ସ୍ପଷ୍ଟ କରିବାକୁ କହିଛନ୍ତି . ଆଉ ଏନେଇ 'ଲୋକଙ୍କ ସରକାର' ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି . ଯଦି ବିଜେପି ବ୍ୟତୀତ  'ଲୋକମାନଙ୍କ ସରକାର' ଗଢିବାକୁ ପ୍ରସ୍ତୁତ ଅଛ, ଯାହାର କଳ୍ପନା ଛତ୍ରପତି ଶିବାଜୀ ମହାରାଜ କରିଥିଲେ ତେବେ ଏନସିପି ସକରାତ୍ମକ ଭୂମିକା ନିଭାଇବ ବୋଲି କହିଛନ୍ତି ନୱାବ ମଲ୍ଲିକ . ସେ ଆହୁରି ମଧ୍ୟ କହିଛନ୍ତି, ଯଦି ଶିବସେନା ଲୋକଙ୍କ ହିତ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବ ତେବେ ବିକଳ୍ପ ସରକାରର ଦ୍ୱାର ଖୋଲିପାରେ . ଆଉ ଏଥିପାଇଁ ଶିବସେନା ହିଁ ପ୍ରଥମେ ନିଜଆଡୁ ଆଗେଇ ଆସିବା ଉଚିତ .  

କେବଳ ଏତିକି ନୁହେଁ, ବିଜେପି ନେତା ତଥା ମହାରାଷ୍ଟ୍ର ସରକାରଙ୍କ ଅର୍ଥମନ୍ତ୍ରୀ ସୁଧୀର ମୁନଙ୍ଗତିୱାରଙ୍କ ରାଷ୍ଟ୍ରପତି ଶାସନ ବୟାନର କଡା ପ୍ରତିକ୍ରିୟା ଦେଇଛନ୍ତି ନୱାବ ମଲ୍ଲିକ. ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାର ପ୍ରଶ୍ନ ଉଠୁନାହିଁ . ଏନସିପି ମହାରାଷ୍ଟ୍ରକୁ ଗଣତାନ୍ତ୍ରିକ ତରିକାରେ ନୂଆ ଦିଶା ଦେବା ପାଇଁ ପ୍ରୟାସ କରିବ ବୋଲି କହିଛନ୍ତି ଏନସିପି ମୁଖପାତ୍ର . ଯଦି ଆସନ୍ତା ୭ ତାରିଖ ଭିତରେ କେହି ସରକାର ଗଠନ ପାଇଁ ଦାବି ନକରନ୍ତି, ତେବେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ ବୋଲି କହିଥିଲେ ମହାରାଷ୍ଟ୍ର ସରକାରଙ୍କ ଅର୍ଥମନ୍ତ୍ରୀ ସୁଧୀର ମୁନଙ୍ଗତିୱାର . 

ତେବେ ଏନସିପି ନେତାଙ୍କ ଏହି ଟ୍ୱିଟକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ଆହୁରି ସରଗରମ ହୋଇଯାଇଛି . ଶରତ ପାୱାରଙ୍କ ରୋକଠୋକ ବୟାନ ପରେ ବିଜେପି ପ୍ରତି ଟିକିଏ ନରମି ଯାଇଥିବା ଶିବସେନା ପୁଣିଥରେ ଉଗ୍ରରୂପ ଧାରଣ କରିଛି . ଦଳର ମୁଖପତ୍ର ସାମନାରେ କୁହାଯାଇଛି, ମୁଣ୍ଡ ତଳକୁ କରିବନି ଶିବସେନା . ଯାହା ହିଁ ମହାରାଷ୍ଟ୍ର ଗଣିତକୁ ଆହୁରି ସମପେନ୍ସ ଭିତରେ ଛନ୍ଦି ଦେଇଛି .