ହଟିଲା ବୋରଓ୍ୱେଲରୁ ଉଦ୍ଧାର ସମସ୍ୟା, ଆସିଲା 'ବୋରୱେଲ ରେସ୍କ୍ୟୁ ସିଷ୍ଟମ'
Advertisement
Article Detail0/zeeodisha/odisha615897

ହଟିଲା ବୋରଓ୍ୱେଲରୁ ଉଦ୍ଧାର ସମସ୍ୟା, ଆସିଲା 'ବୋରୱେଲ ରେସ୍କ୍ୟୁ ସିଷ୍ଟମ'

ବୋରୱେଲରୁ ଏଣିକି ମେସିନ ଦ୍ୱାରା ଲୋକଙ୍କୁ ଉଦ୍ଧାର କରିହେବ । ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ସୁବିଧାରେ ଏବଂ କମ୍ ସମୟ ମଧ୍ୟରେ ଉଦ୍ଧାର କରି ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ । ରୋବୋଟିକ୍ ଆର୍ମ ଦ୍ୱାରା ମ୍ୟାନହୋଲ ଓ ବୋରୱେଲରେ ଫସିଥିବା ଯୁବକଙ୍କ ଅବସ୍ଥିତି ଜାଣିହେବ । ମେସିନ୍ ସାହାଯ୍ୟରେ ସେମାନଙ୍କ ନିକଟକୁ ଅକ୍ସିଜେନ୍ ମଧ୍ୟ ପଠାଯାଇପାରିବ । ଭୁବନେଶ୍ୱର ସିଇଟି କଲେଜ ଇନଷ୍ଟ୍ରୁମେସନ ଓ ଇଜିନିୟରିଂ ବିଭାଗର ୪ ଜଣ ବିଦ୍ୟାର୍ଥୀ ଏବେ ବାହାର କରିଛନ୍ତି ‘ବୋରୱେଲ ରେସ୍କ୍ୟୁ ସିଷ୍ଟମ’।

ହଟିଲା ବୋରଓ୍ୱେଲରୁ ଉଦ୍ଧାର ସମସ୍ୟା, ଆସିଲା 'ବୋରୱେଲ ରେସ୍କ୍ୟୁ ସିଷ୍ଟମ'

ଭୁବନେଶ୍ୱର: ବୋରୱେଲରୁ ଏଣିକି ମେସିନ ଦ୍ୱାରା ଲୋକଙ୍କୁ ଉଦ୍ଧାର କରିହେବ । ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ସୁବିଧାରେ ଏବଂ କମ୍ ସମୟ ମଧ୍ୟରେ ଉଦ୍ଧାର କରି ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ । ରୋବୋଟିକ୍ ଆର୍ମ ଦ୍ୱାରା ମ୍ୟାନହୋଲ ଓ ବୋରୱେଲରେ ଫସିଥିବା ଯୁବକଙ୍କ ଅବସ୍ଥିତି ଜାଣିହେବ । ମେସିନ୍ ସାହାଯ୍ୟରେ ସେମାନଙ୍କ ନିକଟକୁ ଅକ୍ସିଜେନ୍ ମଧ୍ୟ ପଠାଯାଇପାରିବ । ଭୁବନେଶ୍ୱର ସିଇଟି କଲେଜ ଇନଷ୍ଟ୍ରୁମେସନ ଓ ଇଜିନିୟରିଂ ବିଭାଗର ୪ ଜଣ ବିଦ୍ୟାର୍ଥୀ ଏବେ ବାହାର କରିଛନ୍ତି ‘ବୋରୱେଲ ରେସ୍କ୍ୟୁ ସିଷ୍ଟମ’।

ମେସିନ ସାହାଯ୍ୟରେ ଉଦ୍ଧାର । ବୋରୱେଲରୁ ଇଜି ରେସ୍କ୍ୟୁ । ମୁକୁଳା ଡ୍ରେନ୍ ହେଉ କିମ୍ବା ବୋରୱେଲରେ ଖସିପଡ଼ି ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି । ଏଥିରେ ଫସିଯାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଖୋଜି ଉଦ୍ଧାର କରିବା କଷ୍ଟକର ହେଉଛି । ବିଳମ୍ବ ହେଲେ ଜୀବନ ମଧ୍ୟ ଯାଉଛି । ତେବେ, ଅଳ୍ପ ସମୟ ମଧ୍ୟରେ ସଂକୀର୍ଣ୍ଣ ଗାତରୁ କିପରି ସହଜରେ ଉଦ୍ଧାର କରିହେବ ସେନେଇ ପ୍ରସ୍ତୁତ ହୋଇଛି 'ବୋରୱେଲ୍ ରେସ୍କ୍ୟୁ ସିଷ୍ଟମ୍ଟ' । ସହଜରେ ସ୍ଥାନାନ୍ତର ଏବଂ ଉଦ୍ଧାର ପାଇଁ ସ୍ୱତନ୍ତ୍ର ଯନ୍ତ୍ର ଉଦ୍ଭାବନ କରିଛନ୍ତି ୪ ଇଂଜିନିୟରିଂ ଛାତ୍ରଛାତ୍ରୀ ।

ମେସିନରେ ବ୍ୟବହୃତ ଅଲଟ୍ରାସୋନିକ ସେନ୍ସର ଦ୍ୱାରା କେତେ ଦୂରତାରେ ଏବଂ କେଉଁଠି ବ୍ୟକ୍ତି ଫସିଛନ୍ତି ଜାଣିହେବ । ସେହିପରି, ୱାରଲେସ୍ କ୍ୟାମେରା ଟିଭିକୁ ସଂଯୋଗ ହୋଇଥିବାରୁ ଉଦ୍ଧାରକାର୍ଯ୍ୟର ସିଧା ପ୍ରସାରଣ ଦେଖି ଅନୁଧ୍ୟାନ ଓ ପରିଚାଳନା କରିହେବ । ରୋବୋଟିକ ଆର୍ମରେ ମେଟାଲିକ୍ ସୁରକ୍ଷିତ ଥଳି ଦ୍ୱାରା ଫସିଥିବା ବ୍ୟକ୍ତିଙ୍କୁ ଅଧିକ ସପୋର୍ଟ ମଧ୍ୟ ମିଳିପାରିବ । ଏହି ମେସିନ୍ ଦ୍ୱାରା କମ୍ ସମୟରେ ଜୀବନ ରକ୍ଷାରେ ସହାୟକ ହେବ ବୋଲି କହିଛନ୍ତି ଉଦ୍ଭାବକ । କେବଳ ଲୋକ ନୁହଁନ୍ତି, କୌଣସି ଗଭୀର ଗାତ କିମ୍ବା ଡ୍ରେନରେ ମୂଲ୍ୟବାନ ବସ୍ତୁ ପଡ଼ିଯାଇଥିଲେ ମଧ୍ୟ ଏହାକୁ ସହଜରେ ଉଦ୍ଧାର କରାଯାଇପାରିବ । ତେବେ, ବ୍ୟବହାରକାରୀର ନିର୍ଦ୍ଦେଶ ମୁତାବକ କାର୍ଯ୍ୟକ୍ଷମ ହେବ ଏହି ମେସିନ୍ ।