ଯଦି ରାଜକ୍ଷମା ଖାରଜ ହୁଏ, ମୁକେଶ କହୁଛି ଏପରି କରିବି...
Advertisement
Article Detail0/zeeodisha/odisha624776

ଯଦି ରାଜକ୍ଷମା ଖାରଜ ହୁଏ, ମୁକେଶ କହୁଛି ଏପରି କରିବି...

ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ବି ଚ୍ୟାଲେଞ୍ଜ ଦେବାକୁ ଚାହୁଁଛି ଦୋଷୀ

ଫାଇଲ ଫଟୋ

ନୂଆଦିଲ୍ଲୀ: ସାମ୍ନାରେ ମୃତ୍ୟୁ । ଆଉ କେଇ ଦିନର ଅପେକ୍ଷା । ଫାଶୀ ଖୁଣ୍ଟ ତୟାର । ଜଲ୍ଲାଦ ବି ତୟାର । ହେଲେ ମରିବାକୁ ଚାହୁଁନି ଦୋଷୀ ମୁକେଶ । ବଞ୍ଚିବା ପାଇଁ ଗୋଟିଏ ପରେ ଗୋଟିଏ ସାହାରା ନେଉଛି । ଆୟୁଷ ସରି ଆସୁଥିବା ବେଳେ ମୁକେଶର ବଞ୍ଚିବାର ଇଚ୍ଛା ବଢ଼ିଚାଲିଛି । ରାଜକ୍ଷମା ଆବେଦନ କରିଛି । ଆଉ ଡେଥ ୱାରେଣ୍ଟ ଉପରେ ରୋକ୍ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଯାଚିକା ମଧ୍ୟ ଦାଖଲ କରିଛି । ଯାହାର ଆଜି ଶୁଣାଣି ହେବ । 

କାଳେ କ୍ୟୁରେଟିଭ ପିଟିସନର ସାହାରାରେ ମୃତ୍ୟୁଦଣ୍ଡରୁ ବର୍ତ୍ତିଯିବି । ଏଭଳି କିଛି ଭାବିଥିଲେ ନିର୍ଭୟା ଦୋଷୀ ମୁକେଶ ଓ ବିନୟ । ମାତ୍ର ତାହା ନୋହିଲା । ମଙ୍ଗଳବାର ଦେଶର ସର୍ବୋଚ୍ଚ ଅଦାଲତ ତାହା ଖାରଜ କରିଦେଲେ । ଆଉ ଏହା ପରେ ରାଜକ୍ଷମା ଆବେଦନ କରିଛି ମୁକେଶ । ଏପରିକି ଆସନ୍ତା ୨୨ ତାରିଖ ସକାଳଫ ୭ଟାରେ ଫାଶୀ ଦେବାକୁ ଡେଥ୍ ୱାରେଣ୍ଟ ଜାରି ହୋଇଥିବା ବେଳେ ଏହା ଉପରେ ରୋକ୍ ଲଗାଇବାକୁ ସେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ତ ହୋଇଛି ।  

ପିଟିସନରେ କ'ଣ ଆବେଦନ କରିଛି ମୁକେଶ ?

ଦିଲ୍ଲୀ ହାଇକୋର୍ଟରେ ମୁକେଶ ଯେଉଁ ପିଟିସନ ଦାଖଲ କରିଛି, ସେଥିରେ ମଧ୍ୟ ଆୟୁଷକୁ ଆଉ କିଛି ଦିନ ବଢ଼ାଇବା ପାଇଁ ସେ ଉଦ୍ୟମ କରିଛି । ନିଜ ପିଟିସନରେ ମୁକେଶ କହିଛି, ସେ ବର୍ତ୍ତମାନ ରାଜକ୍ଷମା ଆବେଦନ କରିଛି । ତେଣୁ ରାଜକ୍ଷମା ଉପରେ କୌଣସି ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ, ଡେଥ ୱାରେଣ୍ଚ ଉପରେ ରୋକ୍ ଲଗାଯାଉ । 

ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେବି: ମୁକେଶ

ନିଜ ପିଟିସନରେ ମୁକେଶ ଆହୁରି ମଧ୍ୟ ଉଲ୍ଲେଖ କରିଛି, ଯଦି ରାଜକ୍ଷମା ଖାରଜ ହେଉଛି, ତାହାଲେ ମଧ୍ୟ ତାକୁ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେବା ପାଇଁ ସମୟ ଦିଆଯାଉ । କାହିଁକିନି ଯଦି ରାଷ୍ଟ୍ରପତି ରାଜକ୍ଷମାକୁ ଖାରଜ କରୁଛନ୍ତି, ତେବେ ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ପୁଣିଥରେ ଏହାକୁ ଚ୍ୟାଲେଞ୍ଜ ଦେବି ବୋଲି କହିଛି ମୁକେଶ । 

ଆହୁରି ପଢ଼ନ୍ତୁ; ନିର୍ଭୟା ମାମଲା: ଫାଶୀ ପାଇଁ ବୟସ ବାଧକ