ନିର୍ଭୟା ମାମଲା: କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ
Advertisement
Article Detail0/zeeodisha/odisha624487

ନିର୍ଭୟା ମାମଲା: କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

ଖାରଜ ହୋଇଛି କ୍ୟୁରେଟିଭ ପିଟିସନ । ଅପେକ୍ଷା ଆସନ୍ତା ୨୨ ତାରିଖ ସକାଳ ୭ଟାକୁ । ଫାଶୀଖୁଣ୍ଟରେ ଝୁଲିବେ ୪ ନିର୍ଭୟା ଗଣଦୁଷ୍କର୍ମ ହତ୍ୟାକାରୀ । ଗୋଟିଏ ପଟେ ନାରୀଜାତିର ସୁରକ୍ଷା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ସୃଷ୍ଟିହେବାକୁ ଥିବା ବେଳେ ଅନ୍ୟ ପଚେ ଚାରି ମାଙ୍କ କୋଳ ଖାଲି ହୋଇଯିବ । 

କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଖାରଜ ହେଲା କ୍ୟୁରେଟିଭ ପିଟିସନ । ଅପେକ୍ଷା ୨୨ ତାରିଖ ସକାଳ ୭ଟାକୁ । ଚାହିଁ ରହିଛି ଫାଶୀଖୁଣ୍ଟ । ପ୍ରସ୍ତୁତ ହୋଇ ସାରିଛି ଫାଶୀ ଦଉଡ଼ି । ସମୟ ଉପନୀତ ହେଲେ ଅଭିଯୁକ୍ତମାନେ ଚଢିବେ ଫାଶୀଖୁଣ୍ଟକୁ । ଏଥିପାଇଁ ତିହାର ଜେଲ କର୍ତ୍ତୃପକ୍ଷ ମଧ୍ୟ ପ୍ରସ୍ତୁତି କରିସାରିଲେଣି ।

ଅଧିକ ପଢନ୍ତୁ: ନିର୍ଭୟା ମାମଲା: ଫାଶୀ ପାଇଁ ବୟସ ବାଧକ

ମିଳିଥିବା ସୂଚନା ମୁତାବକ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଏହା ସହିତ ଡେଥ ଓ୍ୱାରେଣ୍ଟ ମଧ୍ୟ ଜାରି କରିଥିଲେ । ତେବେ ଡେଥ ଓ୍ୱାରେଣ୍ଟକୁ ଚ୍ୟାଲେଞ୍ଜ କରି ବିନୟ ଶର୍ମା ଏବଂ ମୁକେଶ ସିଂ କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ । ତେବେ ଏହି ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ପିଟିସନର ଶୁଣାଣି ପାଇଁ ଏନଭି ରମନ୍ନା, ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ଆରଏଫ ନରୀମନ, ଜଷ୍ଟିସ ଆର ଭାନୁମତି ଏବଂ ଜଷ୍ଚିସ ଆଶୋକ ଭୂଷଣଙ୍କୁ ନେଇ ଏକ ବେଞ୍ଚ ଗଠିତ ହୋଇଥିଲା । 

ସେପଟେ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଯାଚିକାରେ ବିନୟ ଉଲ୍ଲେଖ କରିଥିଲେ କି, ସାମାଜିକ, ଦୁର୍ବଳ ଆର୍ଥିକ ପରିସ୍ଥିତି ଦେଇ ତାଙ୍କ ପରିବାର ଗତି କରୁଛି । ଏହା ସହିତ ଘରେ ତାଙ୍କର ରୋଗାଗ୍ରସ୍ତ ବାପା ମା ମଧ୍ୟ ରହିଛନ୍ତି । ତାଙ୍କର ଦେଖାଶୁଣା କରିବା ପାଇଁ ମଧ୍ୟ କେହି ନାହାନ୍ତି । ମୋର ଏହି ପାରିବାରିକ ସମସ୍ୟା ପାଇଁ ବିସ୍ତୃତ ଭାବେ ଆଲୋଚନା କରାଯାଇନାହିଁ । ଏପରିକି ଜେଲରେ ରହିବା ସମୟରେ ମଧ୍ୟରେ ତାଙ୍କର ପରିବର୍ତ୍ତନଶୀଳ ବ୍ୟବହାର ଉପରେ ମଧ୍ୟ କେହି ଆଲୋଚନା କରାଯାଇନଥିବା ଯାଚିକାରେ ଉଲ୍ଲେଖ କରିଥିଲେ । 

ଅଧିକ ପଢନ୍ତୁ: ଆଉ କେଇ କ୍ଷଣର ଅପେକ୍ଷା...

ଏହା ଉପରେ ମଧ୍ୟ ସେମାନଙ୍କର ଓକିଲ ଏପି ସିଂ ମଧ୍ୟ ଯୁକ୍ତି ବାଢିଥିଲେ । ସେ ତାଙ୍କ ଯୁକ୍ତିରେ ଦର୍ଶାଇଥିଲେ ଯେ, ସମାଜ, ରାଜନୈତିକ ତଥା ଗଣମାଧ୍ୟମର ଚାପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏମାନଙ୍କର ପାରିବାରିକ ସମସ୍ୟା ଏବଂ ଅଭିଯୁକ୍ତମାନଙ୍କର ପରିବର୍ତ୍ତିତ ବ୍ୟବହାରକୁ ଅଣଦେଖା କରାଯାଇଛି । ଏମାନଙ୍କର ବ୍ୟକ୍ତିଗତ ସମସ୍ୟା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇନାହିଁ । ତେଣୁ ଏମାନଙ୍କର କ୍ୟୁରେଟିଭ ପିଟିସନ ଉପରେ ବିସ୍ତୁତ ଭାବେ ଆଲୋଚନା କରାଯାଉ ବୋଲି ସେ ଯୁକ୍ତିରେ ଦର୍ଶାଇଥିଲେ ।