ଉନ୍ନାଓ ଦୁଷ୍କର୍ମ ଅଭିଯୁକ୍ତକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବିଜେପି ସାଂସଦ, ଟ୍ରୋଲ ପରେ ହଟାଇଲେ ଟ୍ୱିଟ
Advertisement

ଉନ୍ନାଓ ଦୁଷ୍କର୍ମ ଅଭିଯୁକ୍ତକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବିଜେପି ସାଂସଦ, ଟ୍ରୋଲ ପରେ ହଟାଇଲେ ଟ୍ୱିଟ

ଉନ୍ନାଓ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ବିଧାୟକ କୁଲଦୀପ ସିଂହ ସେଙ୍ଗରକୁ ଜନ୍ମଦିନର ଶୁଭେଚ୍ଛା । କେହି ସାଧାରଣ ବ୍ୟକ୍ତି ନୁହେଁ, ଖୋଦ ବିଜେପି ସାଂସଦ ସାକ୍ଷୀ ମହାରାଜ ଟ୍ୱିଟ କରି ଏପରି ଶୁଭେଚ୍ଛା ଜଣାଇଛନ୍ତି । ଯଦିଓ ଜନତାଙ୍କ ଟ୍ରୋଲ ପରେ ସେ ନିଜ ଟ୍ୱିଟକୁ ହଟାଇ ନେଇଛନ୍ତି, ତେବେ ତା ପୂର୍ବରୁ ବହୁ ଟ୍ୱିଟର ବ୍ୟବହାରକାରୀ ଏହାର ସ୍କ୍ରିନ ସଟ ନେଇସାରିଥିଲେ । ବିଜେପି ସାଂସଦଙ୍କ ଏପରି ଟ୍ୱିଟକୁ ନେଇ କଡା ସମାଲୋଚନା କରିଛନ୍ତି ବହୁ ୟୁଜର୍ସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ବିଧାୟକ କୁଲଦୀପ ସିଂହ ସେଙ୍ଗରକୁ ଜନ୍ମଦିନର ଶୁଭେଚ୍ଛା । କେହି ସାଧାରଣ ବ୍ୟକ୍ତି ନୁହେଁ, ଖୋଦ ବିଜେପି ସାଂସଦ ସାକ୍ଷୀ ମହାରାଜ ଟ୍ୱିଟ କରି ଏପରି ଶୁଭେଚ୍ଛା ଜଣାଇଛନ୍ତି । ଯଦିଓ ଜନତାଙ୍କ ଟ୍ରୋଲ ପରେ ସେ ନିଜ ଟ୍ୱିଟକୁ ହଟାଇ ନେଇଛନ୍ତି, ତେବେ ତା ପୂର୍ବରୁ ବହୁ ଟ୍ୱିଟର ବ୍ୟବହାରକାରୀ ଏହାର ସ୍କ୍ରିନ ସଟ ନେଇସାରିଥିଲେ । ବିଜେପି ସାଂସଦଙ୍କ ଏପରି ଟ୍ୱିଟକୁ ନେଇ କଡା ସମାଲୋଚନା କରିଛନ୍ତି ବହୁ ୟୁଜର୍ସ ।

ସାକ୍ଷୀ ମହାରାଜ ଉନ୍ନାଓର ସାଂସଦ, ଯେଉଁଠି ଏହି ଦୁଷ୍କର୍ମ ଘଟିଥିଲା । ଉନ୍ନାଓ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ବିଧାୟକ କୁଲଦୀପ ସିଂହ ସେଙ୍ଗର ଏବେ ଜେଲରେ ଅଛନ୍ତି । ତେବେ କୁଲଦୀପଙ୍କ ପ୍ରତି ଏବେ ବି ସାକ୍ଷୀ ମହାରାଜଙ୍କ ଅନୁକମ୍ପା ରହିଛି, ଜନ୍ମଦିନ ଶୁଭେଚ୍ଛାରୁ ଏଭଳି କିଛି ବାର୍ତ୍ତା ଆସିଛି । ଆଉ ଏହାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ସାଧାରଣ ଜନତା ଓ ବିରୋଧୀ । 

ଏହି ଘଟଣାକୁ ନେଇ କୁମାର ବିଶ୍ୱାସ, ଶ୍ୱାତି ମାଲିୱାର ପ୍ରମୁଖ କଡା ସମାଲୋଚନା କରିଛନ୍ତି । ଗଣତନ୍ତ୍ରର ମନ୍ଦିର ସଂସଦରେ ବସୁଥିବା ଲୋକ ଯଦି ଦୁଷ୍କର୍ମକାରୀଙ୍କ ଗୁଣଗାନ କରିବ, ତେବେ ଦୁଷ୍କର୍ମ ବିରୋଧରେ କଠୋର ଆଇନ କିଏ ଆଣିବ ବୋଲି ପ୍ରଶ୍ନ କରିଛନ୍ତି ଶ୍ୱାତି ମାଲିୱାର । ବୋଧେ ଏଇଥି ପାଇଁ ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ମିଳୁନାହିଁ ବୋଲି କୁମାର ବିଶ୍ୱାସ କହିଛନ୍ତି । 

ଆହୁରି ପଢନ୍ତୁ; ଆସିଲା ଉନ୍ନାଓ ପୀଡିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ