CAB ପାଇଁ ଜଳୁଛି ପୂର୍ବୋତ୍ତର, ସେନା ପହଞ୍ଚିବା ପରେ ସ୍ୱାଭାବିକ ହୋଇପାରେ ସ୍ଥିତି
Advertisement
Article Detail0/zeeodisha/odisha609173

CAB ପାଇଁ ଜଳୁଛି ପୂର୍ବୋତ୍ତର, ସେନା ପହଞ୍ଚିବା ପରେ ସ୍ୱାଭାବିକ ହୋଇପାରେ ସ୍ଥିତି

ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ପାରିତ ହେବା ପରେ ଉତ୍ତର-ପୂର୍ବ ରାଜ୍ୟରେ ବିଲ୍ ବିରୋଧୀ ଆନ୍ଦୋଳନ ହିଂସା ରୂପ ନେଇଛି । ନାଗରିକତା ସଂଶୋଧନ ବିଲ୍ ବିରୋଧୀ ଆନ୍ଦୋଳନରେ ଆସାମରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗୁଆହାଟୀରେ ୨ ଜଣ ଓ ତିନିସୁକୁଆରେ ଜଣଙ୍କ ମୃତ୍ୟୁ ହୋଇଛି । ଆସାମରେ CAB ବିରୋଧୀ ଆନ୍ଦୋଳନ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । 

ଫଟୋ ସୌଜନ୍ୟ: ଏଏନଆଇ

ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ପାରିତ ହେବା ପରେ ଉତ୍ତର-ପୂର୍ବ ରାଜ୍ୟରେ ବିଲ୍ ବିରୋଧୀ ଆନ୍ଦୋଳନ ହିଂସା ରୂପ ନେଇଛି । ନାଗରିକତା ସଂଶୋଧନ ବିଲ୍ ବିରୋଧୀ ଆନ୍ଦୋଳନରେ ଆସାମରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗୁଆହାଟୀରେ ୨ ଜଣ ଓ ତିନିସୁକୁଆରେ ଜଣଙ୍କ ମୃତ୍ୟୁ ହୋଇଛି । ଆସାମରେ CAB ବିରୋଧୀ ଆନ୍ଦୋଳନ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । 

ନାଗରିକତା ସଂଶୋଧନ ବିଲ୍ କୌଣସି ବ୍ୟକ୍ତିଙ୍କ ଅଧିକାର ଛଡ଼ାଇ ନେବ ନାହିଁ ବୋଲି ମୋଦି ଟ୍ୱିଟରେ ଉଲ୍ଲେଖ କରିଛନ୍ତି । କେହି ବି ରାଜ୍ୟବାସୀଙ୍କ ଅଧିକାର, ପରିଚୟ ଛଡ଼ାଇ ନେଇ ପାରିବ ନାହିଁ କିମ୍ବା ରାଜ୍ୟର ସଂସ୍କୃତି ଏହାଦ୍ୱାରା ପ୍ରଭାବିତ ହେବ ନାହିଁ ବୋଲି ସେ କହିଛନ୍ତି । କିଛି ରାଜନୈତିକ ନେତା ବିଲକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ପାରିତ ହେବା ପରେ ଉତ୍ତର ପୂର୍ବ ରାଜ୍ୟରେ ବିଲ୍ ବିରୋଧୀ ଆନ୍ଦୋଳନ ହିଂସାକାଣ୍ଡର ରୂପ ନେଇଛି । ଗୁଆହାଟୀ ଓ ଦିବ୍ରୁଗଡ଼ରେ ହିଂସାକାଣ୍ଡ ପରେ କର୍ଫ୍ୟୁ ଜାରି ହେବା ସହ ଅନିଶ୍ଚିତ କାଳ ପାଇଁ ୧୪୪ ଦାରା ଜାରି ହୋଇଛି । ରାଜ୍ୟରେ ହିଂସା ଉପରେ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ଥାନରେ CRPF ମୁତୟନ ହେବା ସହ ମାର୍ଚ୍ଚ କରାଯାଉଛି । 

ସେପଟେ ଆସାମରେ ଆନ୍ଦୋଳନ ଜାରି ରବିଥିବାରୁ ରେଳ ଓ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି । ୧୩ ଟି ଟ୍ରେନ ଚଳାଚଳ ବାତିଲ ହେବା ସହ ୧୩ ଡିସେମ୍ବର ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ଘୋଷଣା ହୋଇଛି । ଆସାମରେ CAB ବିରୋଧୀ ଆନ୍ଦୋଳନ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । କେହି ବି ରାଜ୍ୟବାସୀଙ୍କ ଅଧିକାର, ପରିଚୟ ଛଡ଼ାଇ ନେଇ ପାରିବ ନାହିଁ କିମ୍ବା ରାଜ୍ୟର ସଂସ୍କୃତି ଏହାଦ୍ୱାରା ପ୍ରଭାବିତ ହେବ ନାହିଁ ବୋଲି ସେ କହିଛନ୍ତି ।

ସେପଟେ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ପାସ୍ ହେବା ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଛି ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍ ।  CAB ଉପରେ ରୋକ ଲଗାଇବା ପାଇଁ ସଂଘ ପକ୍ଷରୁ ଆବେଦନ କରାଯାଇଛି । ଏହାସହିତ ନାଗରିକତା ସଂଶୋଧନ ବିଲକୁ ଜର୍ମାନୀର ନାଜି ଶାସନ ସହ ତୁଳନା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବୟାନ ଉପରେ ଭାରତ ବୈଦେଶିକ ମନ୍ତ୍ରାଳୟର ଜବାବ । ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି । ନିଜ ଦେଶର ସଂଖ୍ୟାଲଘୁଙ୍କ ଉପରେ ଧ୍ୟାନ ରଖିବାକୁ ଇମ୍ରାନଙ୍କୁ ପରାମର୍ଶ ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର । ଆଜି ଟ୍ୱିଟ କରି ନାଗରିକତା ସଂଶୋଧନ ବିଲକୁ ଜର୍ମାନୀର ନାଜି ଶାସନ ସହ ତୁଳନା କରିଥିଲେ ଇମ୍ରାନ ଖାନ । 

ନାଗରିକତା ବିଲକୁ ନେଇ ପୂର୍ବୋତ୍ତର ଭାରତରେ ଅସ୍ଥିରତା ଜାରି ରହିଛି ।  ହିଂସାକାଣ୍ଡ ଆଶଙ୍କାରେ ଆସାମ ଓ ତ୍ରିପୁରା ମଧ୍ୟରେ ଚାଲିଥିବା ରଣଜୀ ମ୍ୟାଚ ସହ ISL ଫୁଟବଲ ମ୍ୟାଚକୁ ମଧ୍ୟ ରଦ୍ଦ କରାଯାଇଛି । ହିଂସାକାଣ୍ଡ ପାଇଁ ପୂର୍ବୋତ୍ତର ରାଜ୍ୟରେ ସେନା ପହଞ୍ଚିବା ପରେ ସ୍ଥିତି ନିୟନନ୍ତ୍ରଣକୁ ଆସିବା ସମ୍ଭାବନା ରହିଛି ।

ଆହୁରି ପଢନ୍ତୁ; ବନ୍ଧୁକ ମୁନରେ ବିଲ୍ !