ଏଣିକି ଓଡ଼ିଆରେ ରେଳ ଟିକେଟ
Advertisement
Article Detail0/zeeodisha/odisha615699

ଏଣିକି ଓଡ଼ିଆରେ ରେଳ ଟିକେଟ

ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏଣିକି ଓଡ଼ିଆରେ ରେଳ ଟିକେଟ

ଭୁବନେଶ୍ୱର: ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ବ୍ରାଣ୍ଡିଂର ଉଦଘାଟନ । ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାଲକୋ ଦ୍ୱାରା ବ୍ରାଣ୍ଡିଂର ଉଦଘାଟନ କରାଯାଇଛି । ଅସଂରକ୍ଷିତ ଟ୍ରେନ ଟିକେଟରେ ଇଂରାଜୀ ଓ ହିନ୍ଦୀ ସହିତ ଓଡ଼ିଆ ଭାଷା ପ୍ରଚଳନର ଶୁଭାରମ୍ଭ ମଧ୍ୟ କରାଯାଇଛି ।

କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟସଭା ସାଂସଦ ଡ଼. ରଘୁନାଥ ମହାପାତ୍ର ଉପସ୍ଥିତ ଥିଲେ । ଭୁବନେଶ୍ୱର ରେଳଷ୍ଟେସନ ଠାରେ ଉଦଘାଟନ ପରେ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସକୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରାଯାଇଛି । ଏଣିକି ଓଡ଼ିଶାର ୩୧୭ଟି ଷ୍ଟେସନରେ ଓଡ଼ିଆରେ ମିଳିବ ରେଳୱେ ଟିକେଟ ।