ଓସିଏ ତରଫରୁ ମୋହନା ଚନ୍ଦ୍ରଗିରି ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି କ୍ରିକେଟ ମ୍ୟାଚ
Advertisement

ଓସିଏ ତରଫରୁ ମୋହନା ଚନ୍ଦ୍ରଗିରି ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି କ୍ରିକେଟ ମ୍ୟାଚ

ଓଡ଼ିଶା କ୍ରିକେଟ ଆସୋସିଏସନ ତରଫରୁ ଗଜପତି ଜିଲ୍ଲା ମୋହନା ବ୍ଲକ୍ ଚନ୍ଦ୍ରଗିରି ମିନି ଷ୍ଟାଡିୟମ ଠାରେ ଅଣ୍ଡେର୍ ସିକ୍ସିଟିନ୍ କ୍ରିକେଟ ଖେଳ ଆୟୋଜିତ

ଓସିଏ ତରଫରୁ ମୋହନା ଚନ୍ଦ୍ରଗିରି ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି କ୍ରିକେଟ ମ୍ୟାଚ

ପ୍ରେମାନନ୍ଦ ପୂଜାରି, ଗଜପତି: ଓଡ଼ିଶା କ୍ରିକେଟ ଆସୋସିଏସନ ତରଫରୁ ଗଜପତି ଜିଲ୍ଲା ମୋହନା ବ୍ଲକ୍ ଚନ୍ଦ୍ରଗିରି ମିନି ଷ୍ଟାଡିୟମ ଠାରେ ଅଣ୍ଡେର୍ ସିକ୍ସିଟିନ୍  କ୍ରିକେଟ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ ୨୦ ଜାନୁୟାରୀରୁ ଆରମ୍ଭ ହୋଇଥିବା ବେଳେ  ୩୦ ଜାନୁୟାରୀରେ ଶେଷ ହେବ । ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ସ୍ଥାନୀୟ ସରପଞ୍ଚ ନର୍ମଦା ଦଳାଇ ଓ ଚନ୍ଦ୍ରଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରୀଲୋଚନ ଷଡଙ୍ଗୀ ପ୍ରମୁଖ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ତେବେ ଗ୍ରାମାଞ୍ଚଳରେ ବହୁ ଲୁକାୟତ ପ୍ରିତିଭାବାନ କନିଷ୍ଠ ଖେଳାଳୀମାନଙ୍କୁ ଆଗାମୀ ଦିନରେ ବାରବାଟୀରେ ଖେଳିବାର ସୁଯୋଗ ମିଳିପାରିବ । 

ଏହି ଖେଳ ମାଧ୍ୟମରେ ଖେଳାଳିଙ୍କୁ ଚୟନ କରାଯାଉଥିବାରୁ ଅଞ୍ଚଳର ଖେଳପ୍ରେମୀ ମଧ୍ୟରେ ବେସ୍ ଉତ୍ସାହ ଓ ଆନନ୍ଦ ଦେଖାଦେଇଛି । ଓସିଏର ଏଭଳି ପଦକ୍ଷେପକୁ ଅଞ୍ଚଳବାସୀ ଧନ୍ୟବାଦ ଦେଇଛନ୍ତି । ଓଡ଼ିଶା କ୍ରିକେଟ ଆସୋସିଏସନ ସଦସ୍ୟ ସରୋଜ କୁମାର ସ୍ୱଆଙ୍ଗ ଏଥିରେ ଉପସ୍ଥିତ ରହି ପରିଚାଳନା ଦାୟିତ୍ୱ ସମ୍ଭାଳୁଛନ୍ତି । ଏହି ମ୍ୟାଚର ଲାଇଭ୍ ସ୍କୋର୍ ଦେଖିବା ପାଇଁ cric heros aap ଡାଉନ୍ ଲୋଡ୍ କରି ଦର୍ଶକ ମାନେ ତଥା କ୍ରିକେଟ ପ୍ରେମୀ ମାନେ ମଜା ନେଉଛନ୍ତି ।