ଆଇଟମ୍ କୁଇନ୍ ରାଣୀ ପଣ୍ଡାଙ୍କୁ ହିରୋ ସୁରଜ ଯାହା କହିଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ
Advertisement

ଆଇଟମ୍ କୁଇନ୍ ରାଣୀ ପଣ୍ଡାଙ୍କୁ ହିରୋ ସୁରଜ ଯାହା କହିଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆଲବମ୍ ତଥା ଯାତ୍ରା ଜଗତର ଆଇଟମ୍ କୁଇନ୍ ରାଣୀ ପଣ୍ଡାଙ୍କ ସହ 'ଧାନ ବିଲ ଖସ ଖସ' ମ୍ୟୁଜିକ୍ ଭିଡିଓରେ ଅଭିନୟ କରିବା ପରେ ଫିଲ୍ମ ଅଭିନେତା ସୁରଜ ତ୍ରିପାଠୀଙ୍କୁ ଆମ ପ୍ରତିନିଧି ସୌଭାଗ୍ୟ ପଚାରିଥିଲେ କିଛି ପ୍ରଶ୍ନ ଯାହାର ଏମିତି କିଛି ଉତ୍ତର ରଖିଥିଲେ ସୁରଜ

ଆଇଟମ୍ କୁଇନ୍ ରାଣୀ ପଣ୍ଡାଙ୍କୁ ଏମିତି କହିଲେ ହିରୋ ସୁରଜ୍

ସୌଭାଗ୍ୟ ରଞ୍ଜନ ମିଶ୍ର, ଭୁବନେଶ୍ୱର - ପୂର୍ବରୁ ବିବାଦରେ ଫସିଥିବା ଆଲବମ୍ ତଥା ଯାତ୍ରା ଜଗତର ଆଇଟମ୍ କୁଇନ୍ ରାଣୀ ପଣ୍ଡାଙ୍କ ସହ 'ଧାନ ବିଲ ଖସ ଖସ' ମ୍ୟୁଜିକ୍ ଭିଡିଓରେ ଅଭିନୟ କରିବା ପରେ ଫିଲ୍ମ ଅଭିନେତା ସୁରଜ ତ୍ରିପାଠୀଙ୍କୁ ଆମ ପ୍ରତିନିଧି ସୌଭାଗ୍ୟ ପଚାରିଥିଲେ କିଛି ପ୍ରଶ୍ନ ଯାହାର ଏମିତି କିଛି ଉତ୍ତର ରଖିଥିଲେ ସୁରଜ

ପ୍ରଶ୍ନ୧- ଧାନ ବିଲ ଖସଖସ ଗୀତ ପାଇଁ ଯେବେ ରାଣୀ ପଣ୍ଡାଙ୍କ ସହ କାମ କରିବାକୁ ଅଫର ମିଳିଥିଲା କେମିତି ଲାଗିଥିଲା ?

ଉ- ପ୍ରଡ୍ୟୁସର ହେଉଛନ୍ତି ନିଜେ ରାଣୀ ପଣ୍ଡା, ସେ ଅଭିନେତ୍ରୀ ହେବା ଆଗରୁ ଯେବେ ଡ୍ୟାନ୍ସ କରୁଥିଲେ ସେବେଠୁ ମୋର ଚିହ୍ନା, ପରିଚୟ ଓ ସେ ଜଣେ ଭଲ ସାଙ୍ଗଟିଏ । ଯେବେ ମ୍ୟୁଜିକ୍ ଭିଡିଓ କରିବାକୁ ଇଛା କରିଥିଲେ ସେ ବିବାଦୀୟ ହୋଇଥିବାରୁ ତାଙ୍କ ସହ ଅଭିନୟ କରିବାକୁ ଅନେକ ଜଣ ଅରାଜି ହୋଇଥିଲେ ଏବଂ ଏହି କଥା ଜଣେ ବନ୍ଧୁ ହିସାବରେ ମୋ ସହ ସେୟାର କରିଥିଲେ ଓ ମୁଁ ତାଙ୍କୁ ବୁଝାଇଥିଲି ।

ପ୍ରଶ୍ନ୨- ଆପଣ ପ୍ରଥମରୁ ରାଜି ହୋଇଥିଲେ ?

ଉ- ଅଭିନୟ ହେଉଛି ଅଭିନୟ , ଏଥିରେ ବଡ଼ କି ଛୋଟ ଦେଖାଯାଏନି । ଏହା ବ୍ୟତୀତ ରାଣୀ ଯେହେତୁ ମୋର ଭଲ ସାଙ୍ଗ ମୁଁ ରାଜି ହେଇଥିଲି ତାଙ୍କ ସହ ଅଭିନୟ କରିବାକୁ ।

ପ୍ରଶ୍ନ ୩- ଯେଉଁମାନେ ରାଣୀଙ୍କ ସହ କାମ କରିବାକୁ ମନା କରିଥିଲେ ସେମାନଙ୍କୁ କଣ କହିବେ ?

ଉ- ନିଜକୁ ଜଣେ ଅଭିନେତା ଭାବିଲେ ଅନ୍ୟ ଜଣଙ୍କ ସହ କାମ କରିବାରେ ଅସୁବିଧା କେଉଁଠି ? ରାଣୀ ମଧ୍ୟ ଚାହୁଁଛନ୍ତି ଆଗକୁ ବଢ଼ିବାକୁ ତେଣୁ ତାଙ୍କୁ ସପୋର୍ଟ କରିବା ଆବଶ୍ୟକ । ମଣିଷ ଜୀବନରେ ଅନେକ ଅସୁବିଧା ଆସେ କିନ୍ତୁ ତାକୁ ଦୃଢତାର ସହ ସାମ୍ନା କରିବା ଆବଶ୍ୟକ । ତେବେ ଏତିକି କହିବି ଆଗକୁ ବଢ଼ିବାକୁ ଚାହୁଁଥିବା ଲୋକଙ୍କ ମନ ନ ଭାଙ୍ଗି ଟିକେ ଉତ୍ସାହ ଦେଲେ ସେ ଖୁବ୍ ଆଗକୁ ବଢିପାରିବ ।

ପ୍ରଶ୍ନ୪- ସୁଟିଂ ସେଟରେ କେମେଷ୍ଟ୍ରୀ କେମିତି ଥିଲା ?

ଉ- ସେ ମତେ ଖୁବ୍ ସମ୍ମାନ ଦିଅନ୍ତି, ଯାହା କହିଲେ ମାନନ୍ତି ଓ ଅନ୍ୟ ମାନଙ୍କ ଠାରୁ ଭିନ୍ନ ।

ପ୍ରଶ୍ନ୫- ଭାଇରାଲ୍ ହେଉଥିବା ଲୋକଙ୍କୁ ପରବର୍ତ୍ତୀ ସମୟରେ ଅଧିକ ଭ୍ୟୁ ମିଳିଥାଏ , ଆପଣ ବେଶି ପପୁଲାର୍ ହେବାପାଇଁ ମ୍ୟୁଜିକ୍ ଭିଡିଓ ପ୍ରତି ଆଗ୍ରହ ପ୍ରକାଶ କଲେ କି ?

ଉ- ମୋ ମନରେ ସେମିତି କିଛି ନ ଥାଏ , ରାଣୀ ଯାତ୍ରା କଳାକାର ଏବଂ ମୁଁ ଆଗରୁ ଅନେକ ସିନେମାରେ ଅଭିନୟ କରିସାରିଛି, ଦୁହିଁଙ୍କ ଲକ୍ଷ ହେଉଛି ଲୋକଙ୍କ ନିକଟରେ ପହଞ୍ଚିବା ସହ ମନୋରଞ୍ଜନ ଯୋଗାଇବା ।

ପ୍ରଶ୍ନ୬- ଫିଲ୍ମ କରୁଥିବା ହିରୋଙ୍କୁ ହଠାତ୍ ଆଲବମ୍ ପ୍ରତି ଆଗ୍ରହ କାହିଁକି ..?

ଉ- ମୁଁ ପୂର୍ବରୁ ରାଣୀଙ୍କ ସହ ଆଉ ଏକ ଗୀତ କରିଥିଲି, 'ହ୍ୟାଲୋ ହ୍ୟାଲୋ' ... ଗୀତଟିକୁ ଦର୍ଶକ ମଧ୍ୟ ଖୁବ୍ ପସନ୍ଦ କରିଥିଲେ ତା ସହ ରାଣୀ ମୋର ପଡ଼ୋଶୀ ତେଣୁ ରାଣୀଙ୍କ ସହ କାମ କରିବାକୁ ମନା କରିଥିଲେ ନିଜକୁ ଖରାପ୍ ଲାଗିଥାନ୍ତା ।

ପ୍ରଶ୍ନ୭- ରାଣୀ ପଣ୍ଡା ଆପଣଙ୍କ ହିସାବରେ କେମିତି ?

ଉ- ଝିଅ ହିସାବରେ ସେ ଖୁବ୍ ଭଲ , ଆଜିର ସମୟରେ ଝିଅ ମାନେ ଯେମିତି ହେବା ଆବଶ୍ୟକ ସେ ସେମିତି । କିନ୍ତୁ ଯେହେତୁ ସେ  ଯାତ୍ରା କଳାକାର ଏବଂ ଯାହା ବିବାଦୀୟ କଥା ତାଙ୍କୁ ନେଇ ଉଠିଥିଲା ସେ ବିଷୟରେ ମୁଁ ତର୍ଜମା କରିନି ।

ପ୍ରଶ୍ନ ୮- ଅଫର ମିଳିଲେ ରାଣୀ ପଣ୍ଡାଙ୍କ ସହ ସିନେମାରେ ଅଭିନୟ କରିବେ ?

ଉ- ହା ହା ହା (ହସି ହସି) ... ସେଇଟା ମୁଁ ଭାବିନି, ମ୍ୟୁଜିକ୍ ଭିଡିଓ କଥା ଅଲଗା ଏବଂ ସିନେମା ସମ୍ପୂର୍ଣ୍ଣ ଅଲଗା , ଯେହେତୁ ଫିଲ୍ମ ହେଉଛି ମୋ ପ୍ରଫେସନ୍ ସେମିତି ଅଫର ମିଳିଲେ ଭାବିବାକୁ ସମୟ ନେବି ।

ପ୍ରଶ୍ନ୯- ଆପଣ ମାନେ ଖୁସି ତ, ଧାନ ବିଲ ଖସ ଖସ ଏପରି କିଛି କଥା ବା ଢଗ ଯାହାକୁ ଆଗରୁ ରାଜନୈତିକ ବ୍ୟକ୍ତି ବିଶେଷ ବ୍ୟବହାର କରି ଚର୍ଚ୍ଚାକୁ ଆସିଛନ୍ତି ଏହାକୁ ନେଇ ଗୀତ କରିବା ସେମାନଙ୍କୁ କମେଣ୍ଟ୍ କିମ୍ୱା ଶବ୍ଦର ଅପଭ୍ରଂଶ ବୋଲି ଭାବୁନାହାନ୍ତି ?

ଉ- ସେଇଟା ଠିକ୍ ଯେ କିନ୍ତୁ ଯେତେବେଳେ ଗୀତ ଲେଖାଯାଇଥିଲା ମୁଁ ପଚାରି ଜାଣିବାକୁ ପାଇଥିଲି ଏପରି କିଛି ଢଗ ଗାଁ ମାନଙ୍କରେ ପୂର୍ବ ପିଢ଼ିର ଲୋକ ବ୍ୟବହାର କରୁଥିଲେ, ଏବଂ ସେ ସବୁ ଢଗକୁ ଆଗକୁ କିପରି ଲୋକେ ନଭୁଲିବେ ତାହାକୁ ଆଖିରେ ରଖି ଗୀତଟି କରିଥିଲୁ ।
ସୌଭାଗ୍ୟ - ସମସ୍ତ ପ୍ରଶ୍ନର ଉତ୍ତର ଏବଂ ସକାଳୁ ଜିମ୍ କରୁଥିବା ସମୟରେ ମୂଲ୍ୟବାନ ସମୟ ଦେଇଥିବାରୁ ଧନ୍ୟବାଦ ।
ସୁରଜ୍ - ଆପଣଙ୍କୁ ମଧ୍ୟ ଧନ୍ୟବାଦ ଆପଣଙ୍କ ସହ କଥା ହୋଇ ଖୁବ୍ ଭଲ ଲାଗିଲା , ଏହି ସାକ୍ଷାତକାର ଖୁବ୍ ନିଆରା ଥିଲା ।